ETV Bharat / state

ମିଳିପାରୁନି ରାଜସ୍ବ ଗ୍ରାମର ମାନ୍ୟତା, ସରକାରୀ ଯୋଜନାରୁ ବଞ୍ଚିତ ଶହେ ପରିବାର

author img

By

Published : Aug 11, 2021, 10:12 PM IST

ଦେବଗଡ ଜିଲ୍ଲା ବାରକୋଟ ବ୍ଲକର ଚାରିମଞ୍ଚା ଗ୍ରାମକୁ ମିଳୁନି ରାଜସ୍ବ ଗ୍ରାମର ମାନ୍ୟତା । ଶହେରୁ ଊର୍ଦ୍ଧ୍ବ ପରିବାର ସରକାରୀ ସୁବିଧାରୁ ବଞ୍ଚିତ । ଅଧିକ ପଢନ୍ତୁ...

ମିଳିପାରୁନି ରାଜସ୍ବ ଗ୍ରାମର ମାନ୍ୟତା, ସରକାରୀ ସୁବିଧାରୁ ବଞ୍ଚିତ ଶହେ ପରିବାର
ମିଳିପାରୁନି ରାଜସ୍ବ ଗ୍ରାମର ମାନ୍ୟତା, ସରକାରୀ ସୁବିଧାରୁ ବଞ୍ଚିତ ଶହେ ପରିବାର

ଦେବଗଡ: ଗ୍ରାମରେ ବସବାସ କରି ଆସୁଛନ୍ତି 100ରୁ ଊର୍ଦ୍ଧ୍ବ ପରିବାର । କିନ୍ତୁ ଏଯାଏଁ ମିଳିନି ରାଜସ୍ବ ଗ୍ରାମର ପରିଚୟ । ସରକାରୀ ନଥିପତ୍ରରେ ସ୍ଥାନ ପାଇନଥିବାରୁ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଆସୁଛନ୍ତି ଗ୍ରାମବାସୀ । ଏଭଳି ଅଭିଯୋଗ ଆସିଛି ଦେବଗଡ ଜିଲ୍ଲା ବାରକୋଟ ବ୍ଲକର ଚାରିମଞ୍ଚା ଗ୍ରାମରୁ ।

ମିଳିପାରୁନି ରାଜସ୍ବ ଗ୍ରାମର ମାନ୍ୟତା, ସରକାରୀ ସୁବିଧାରୁ ବଞ୍ଚିତ ଶହେ ପରିବାର

ଗାଁରେ ବସବାସ କରି ଆସୁଛନ୍ତି 100ରୁ ଊର୍ଦ୍ଧ୍ବ ପରିବାର । ମାତ୍ର ବିଡମ୍ବନାର ବିଷୟ ଯେ, ଏହି ଗାଁକୁ ଏଯାଏଁ ମିଳିନି ରାଜସ୍ବ ଗ୍ରାମର ମାନ୍ୟତା । ଗ୍ରାମବାସୀଙ୍କ ପାଖରେ ଜମି ପଟ୍ଟା ନାହିଁ । ତେଣୁ ଗ୍ରାମବାସୀ ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ହୋଇ ଆସୁଛନ୍ତି । ମୁଖ୍ୟତଃ,ଗାଁରେ ଅଧିକାଂଶ ଗରିବ ଶ୍ରେଣୀବର୍ଗର ହୋଇ ଥିବାବେଳେ ସେମାନଙ୍କୁ ସରକାରୀ ଆବାସ ଖଣ୍ଡିଏ ମିଳିପାରୁନାହିଁ । ଫଳରେ ବର୍ଷବର୍ଷ ଧରି ଭଙ୍ଗା ଦଦରା କୁଡ଼ିଆରେ ଅତି ଦୟନୀୟ ଭାବେ ଲୋକେ ବସବାସ କରି ଆସୁଛନ୍ତି ଗ୍ରାମବାସୀ ।

ରେଙ୍ଗାଲି ନଦୀବନ୍ଧ ଯୋଜନା ଦ୍ବାରା ଏହି ଗାଁଟି ସମ୍ପୂର୍ଣ୍ଣ ଜଳ ଭଣ୍ଡାର ପରିସୀମା ମଧ୍ୟରେ ତଥା 410 କଣ୍ଟ୍ରୋଲ ଲାଇନରେ ଥିବା ସରକାରୀ ରିପୋର୍ଟରେ ଦର୍ଶାଯାଇଛି । ତେଣୁ ଏହି ଗାଁଟି ରାଜସ୍ବ ଗାଁର ମାନ୍ୟତା ପାଇପାରୁ ନ ଥିବାବେଳେ ଏଠାରେ ବସବାସ କରୁଥିବା 100ରୁ ଊର୍ଦ୍ଧ୍ବ ପରିବାର ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ଏହି ଗାଁକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରି ଲୋକଙ୍କୁ ସମସ୍ତ ପ୍ରକାର ମୌଳିକ ସରକାରୀ ସୁବିଧା ଯୋଗାଇ ଦିଆଯିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.