ETV Bharat / state

ଦୀର୍ଘ ୨ବର୍ଷ ଦେବଗଡରେ ଜମିଲା ଉତ୍ସବ ପ୍ରଧାନପାଟ, ଲୋକନୃତ୍ୟରେ କମ୍ପିଲା ମଞ୍ଚ

author img

By

Published : May 2, 2022, 11:27 AM IST

Updated : May 2, 2022, 12:35 PM IST

ଉଦଯାପିତ ହୋଇଯାଇଛି ଦେବଗଡ ପ୍ରଧାନପାଟ ଜଳପ୍ରପାତରେ ଆୟୋଜିତ ଉତ୍ସବ ପ୍ରଧାନପାଟ 2022 । ଗତ 27 ତାରିଖ ଠାରୁ ଆରମ୍ଭ ହୋଇ ଗତକାଲି ଏହା ଶେଷ ହୋଇଛି । ଅଧିକ ପଢନ୍ତୁ

ଦିର୍ଘ ୨ବର୍ଷ ପରେ ଉତ୍ସବ ପ୍ରଧାନପାଟର ମଜା ନେଲେ ଦର୍ଶକ
ଦିର୍ଘ ୨ବର୍ଷ ପରେ ଉତ୍ସବ ପ୍ରଧାନପାଟର ମଜା ନେଲେ ଦର୍ଶକ

ଦେବଗଡ଼: ଉଦଯାପିତ ହୋଇଯାଇଛି ଦେବଗଡ ପ୍ରଧାନପାଟ ଜଳପ୍ରପାତରେ ଆୟୋଜିତ ଉତ୍ସବ ପ୍ରଧାନପାଟ 2022 । ଓଡିଶା ସରକାର ଓ ଜିଲ୍ଲା ସଂସ୍କୃତି ପରିଷଦ ମିଳିତ ଆନୁକୂଲ୍ୟରେ ଗତ 27 ତାରିଖ ଠାରୁ ଆରମ୍ଭ ହୋଇ ଗତକାଲି ଏହା ଶେଷ ହୋଇଛି । ସମାଜରୁ ଲୋପ ପାଇବାକୁ ବସିଥିବା ଲୋକ କଳା ଓ ସଂସ୍କୃତିକୁ ଉଜ୍ଜୀବିତ କରିବା ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା କଳାକାରଙ୍କୁ ଉତ୍ସାହିତ କରି ଦର୍ଶକଙ୍କ ପାଖରେ ପ୍ରଦର୍ଶନ କରାଇବା ମହତ ଲକ୍ଷରେ ଆୟୋଜିତ ହୋଇଥିଲା ଏହି ଉତ୍ସବ ।

ଦୀର୍ଘ ୨ବର୍ଷ ଦେବଗଡରେ ଜମିଲା ଉତ୍ସବ ପ୍ରଧାନପାଟ, ଲୋକନୃତ୍ୟରେ କମ୍ପିଲା ମଞ୍ଚ

ଏହି ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ କଳାକାର ଯୋଗଦେଇ ସେମାନଙ୍କ ନିପୁଣ କଳା ପ୍ରଦର୍ଶନ କରିଥିଲେ । ସେଥିମଧ୍ୟରେ ଓଡିଶୀ କଳିକା ଡ୍ୟାନ୍ସ ମ୍ୟୁଜିକ ଏକାଡେମୀ ରାଉରକେଲା, ଡ୍ୟାନ୍ସ ଡ୍ରାମା ରଙ୍ଗଶାଳା ପୁରୀ, ଘଣ୍ଟ ପାଟୁଆ ଜଗତସିଂହପୁର, ସମ୍ବଲପୁରୀ ଲୋକନୃତ୍ୟ ଦେବଗଡ଼, ସିକିମ ଡ୍ୟାନ୍ସ, ବିହୁ ରାଉରକେଲା, ରାଜସ୍ଥାନୀ ବାରବାଟୀ ଡ୍ୟାନ୍ସ ଏକାଡେମୀ କଟକ, କୋଶଳ ଫୋକ ଡ୍ୟାନ୍ସ ବଲାଙ୍ଗୀର , ଢେମସା ନୃତ୍ୟ ରାୟଗଡା, ରଜ ମଉଜ ରଙ୍ଗଶାଳା ପୁରୀ, ନେପାଳୀ ଡ୍ୟାନ୍ସ ଝାରସୁଗୁଡା, ଘୁମୁରା ମାଣିକେଶ୍ୱରୀ ଡ୍ୟାନ୍ସ ଗ୍ରୁପ କଳାହାଣ୍ଡି, ଆଦିବାସୀ ଲୋକନୃତ୍ୟ ଦେବଗଡ଼ ଆଦି ସାଂସ୍କୃତିକ ଅନୁଷ୍ଠାନ ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ଥିବା ମୁକ୍ତାକାଶ ରଙ୍ଗମଞ୍ଚରେ ସେମାନଙ୍କ ଚିତାକର୍ଷକ ନୃତ୍ୟକଳା ଓ ଅଭିନୟ ପ୍ରଦର୍ଶନ କରାଯାଇଥିଲା ।



ଏହି ଜିଲ୍ଲା ସ୍ତରୀୟ ଉତ୍ସବକୁ ଅଧିକ ସରସ ସୁନ୍ଦର ଓ ଆକର୍ଷଣୀୟ କରିବା ଲକ୍ଷରେ ଓରମାସ ORMAS ପକ୍ଷରୁ ପଲ୍ଲୀଶ୍ରୀ ମେଳା, ଖାଦ୍ୟ ମେଳା , ପୁସ୍ତକ ମେଳା ଓ ଜିଲ୍ଲା ସ୍ତରୀୟ ଉନ୍ନୟନ ଓ ଫଳ ପୁଷ୍ପ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ପଲ୍ଲୀଶ୍ରୀ ମେଳାରେ ସର୍ବମୋଟ 176 ଟି ଷ୍ଟଲ ଖୋଲା ଯାଇଥିଲା । ପ୍ରତିଦିନ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଦର୍ଶକ ଆସି ବିଭିନ୍ନ ମନୋରଞ୍ଜନ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ସହ ପଲ୍ଲୀଶ୍ରୀ ମେଳା ବୁଲି ଦେଖିବା ସହ ଆବଶ୍ୟକୀୟ ଜିନିଷ କ୍ରୟ କରିଥିଲେ ।

ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ପଲ୍ଲିଶ୍ରୀ ମେଳାରେ ମଧ୍ୟ ଆଶାନୁରୂପ ବ୍ୟବସାୟ ହେଉଥିବାରୁ ବ୍ୟବସାୟୀ ମଧ୍ୟ ବେସ ଖୁସି ଅଛନ୍ତି । ଉତ୍ସବ ଦେଖିବାକୁ ପ୍ରତି ସନ୍ଧ୍ୟାରେ ପ୍ରଧାନପାଟ ଜଳପ୍ରପାଟ ଠାରେ ପ୍ରବଳ ଜନ ସମାଗମ ପରିଲକ୍ଷିତ ହେଉଥିବା ବେଳେ, ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ବ୍ୟାପକ ପୋଲିସ କର୍ମୀ ମୁତୟନ କରାଯାଇଥିଲା ।


1996 ମସିହା ଠାରୁ ପ୍ରଧାନପାଟ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଆସୁଥିବା ଏହି ଜିଲ୍ଲା ସ୍ତରୀୟ ଉତ୍ସବ ବିଗତ ଦୁଇବର୍ଷ ହେଲା କୋରୋନା ମହାମାରୀ ପାଇଁ ସ୍ଥଗିତ ଥିଲା । ହେଲେ ଚଳିତ ବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହା ପୁଣିଥରେ ଆୟୋଜନ କରାଯାଇଥିବାରୁ ଦର୍ଶକ ଓ କଳାକାରଙ୍କ ମହଲରେ ବେସ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

Last Updated : May 2, 2022, 12:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.