ETV Bharat / state

ପାଠ ପାଇଁ ଜଳଯାତ୍ରା, ଡଙ୍ଗାରେ ଜଳଭଣ୍ଡାର ପାରି ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ

author img

By

Published : Nov 3, 2022, 11:56 AM IST

କେଉଁଠି ମୋ ସ୍କୁଲରେ ସ୍କୁଲକୁ ନୂଆ ରୂପ ଦିଆଯାଉଛି ହେଲେ କେଉଁଠି ଆଦୌ ସ୍କୁଲଟିଏ ନାହିଁ । ଫଳରେ ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ପାଠ ପାଇଁ ଜଳାଯାତ୍ରା
ପାଠ ପାଇଁ ଜଳାଯାତ୍ରା

ଦେବଗଡ: ସ୍ବାଧୀନତାକୁ 75 ବର୍ଷ ପୂରଣ ହୋଇଛି । ହେଲେ ଏବେ ବି ନା ବଦଳିନି ଚିତ୍ର ନା ସ୍ବାଭାବିକ ହୋଇଛି ଜୀବନ । ସରକାରୀ ଯୋଜନା ଅପହଞ୍ଚ ଥିବାରୁ ସମସ୍ୟା ଭୋଗୁଛନ୍ତି ଲୋକ । ବିଶେଷ କରି ଭଲ ରାସ୍ତାଟିଏ ନଥିବାରୁ ଯାତାୟତ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଲୋକ । ବିଶେଷ କରି ଶିକ୍ଷା ଓ ସ୍ବାସ୍ଥ୍ୟ ପ୍ରଭାବିତ ହେଉଛି । କେଉଁଠି ମୋ ସ୍କୁଲରେ ସ୍କୁଲକୁ ନୂଆ ରୂପ ଦିଆଯାଉଛି ହେଲେ କେଉଁଠି ଆଦୌ ସ୍କୁଲଟିଏ ନାହିଁ । ଦେବଗଡ ଜିଲ୍ଲାରୁ ଆସିଛି ଏପରି କିଛି ଚିତ୍ର ଯାହା ସରକାରଙ୍କ ବିଫଳତାକୁ ଦର୍ଶାଇଛି । ଏଠି ପାଠପଢା ପାଇଁ ଜଳଯାତ୍ରା କରିବାକୁ ପଡୁଛି । ଗାଁରେ ସ୍କୁଲ ନଥିବାକୁ ଜିଲ୍ଲା ଖଇରପାଲି ଗାଁର କୁନି କୁନି ପିଲା ଡଙ୍ଗାରେ ସ୍କୁଲ ଯାଉଛନ୍ତି । ନଦୀ ପାରି ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ଯାହା ବିପଦପୂର୍ଣ୍ଣ ହୋଇଛି ।

ପାଠ ପାଇଁ ଜଳାଯାତ୍ରା

ଖଇରପାଲି ଗାଁରେ ନାହିଁ ପ୍ରାଥମିକ ସ୍କୁଲ

ଜିଲ୍ଲା ରିଆମାଳ ବ୍ଲକ ଖିଲେଇ ପଞ୍ଚାୟତ ଖଇରପାଲି ଗାଁ । ଏହି ଗାଁରେ ପ୍ରାଥମିକ ବିଦ୍ୟାଳୟ ନାହିଁ । ଗାଁରୁ ପିଲାଏ ପ୍ରତିଦିନ ସିଆରୀମାଳିଆ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇଥାନ୍ତି । ତେବେ ସମସ୍ୟା ହେଲା ମୁଖ୍ୟ ସଡକ ପଥ ଦେଇ ବିଦ୍ୟାଳୟକୁ ଯିବାକୁ ହେଲେ ପ୍ରାୟ 5 କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡିଥାଏ । ତେଣୁ ଏହା ଅଧିକ କଷ୍ଟସାଧ୍ୟ ଓ ସମୟ ସାପେକ୍ଷ ହୋଇଥିବାରୁ ଅଭିଭାବକ ମାନେ ଏହାର ବିକଳ୍ପ ଭାବେ ଗାଁ ନିକଟସ୍ଥ ରେଙ୍ଗାଲି ଜଳଭଣ୍ଡାରକୁ ମାଛମାରା ଡଙ୍ଗା ସାହାଯ୍ୟରେ ପାରି କରାଇ ପିଲାଙ୍କୁ ବିଦ୍ୟାଳୟକୁ ପଠାଇ ଆସୁଛନ୍ତି । ଯାହାକି ଅଧିକ ବିପଦପୂର୍ଣ୍ଣ ହୋଇଛି । ସାମାନ୍ୟ ଅସାବଧାନତା ହେଲେ ଡଙ୍ଗା ବୁଡିଯିବାର ସମ୍ଭାବନା ରହିଛି । ତଥାପି ନିଜ ଜୀବନକୁ ବାଜି ଲଗାଇ ଵିସ୍ତୀର୍ଣ୍ଣ ଜଳଭଣ୍ଡାର ଅତିକ୍ରମ କରି ପିଲାଏ ପାଠ ପଢିବାକୁ ଯାଇଥାନ୍ତି ।

ଏହା ବି ପଢନ୍ତୁ...ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟରେ ଝୁଲିଲା ତାଲା, ଖୋଲା ପଡ଼ିଆରେ ଛାତ୍ରଛାତ୍ରୀ

ଏହା ବର୍ଷେ ନୁହଁ କି ଦୁଇବର୍ଷ, ଆଜକୁ ଦୀର୍ଘବର୍ଷ ହେବ ଏଭଳି ସମସ୍ୟା ଦେଖିବାକୁ ମିଳିଛି ଖଇରପାଲି ଗାଁରେ । ଗାଁ ଠାରୁ ପ୍ରାଥମିକ ବିଦ୍ୟାଳୟର ଦୂରତା ଅଧିକ ଥିବାରୁ ଶିକ୍ଷା ବିଭାଗୀୟ କର୍ତ୍ତୃପକ୍ଷ ପିଲାଙ୍କୁ ସୁରକ୍ଷିତ ଭାବେ ବିଦ୍ୟାଳୟକୁ ପହଞ୍ଚାଇବା ଦାୟିତ୍ବ ନେଲେ କୁନିକୁନି ପିଲାଙ୍କ ଜୀବନ ବିପଦ ମୁହଁରୁ ଉଦ୍ଧାର ହୋଇପାରନ୍ତା । ଏହାସହ ଅଭିଭାବକ ମାନେ ଆଶ୍ବସ୍ତି ଲାଭ କରନ୍ତେ । ଏ ଦିଗରେ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.