ETV Bharat / state

ସଫଳ ମହିଳା ପ୍ରମିଳା, ଲଘୁ ବନଜାତ ଦ୍ରବ୍ୟରୁ ରୋଜଗାର କରି ସାଜିଛନ୍ତି ପ୍ରେରଣା

author img

By

Published : Oct 14, 2022, 1:30 PM IST

ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ କରି ନିଜେ ଆର୍ଥିକ ସ୍ଥିତିରେ ସୃଦୁଢ ହେବା ସହିତ 57 ଜଣ ମହିଳାଙ୍କୁ ରୋଜଗାରର ପନ୍ଥା ଦେଖାଇଛନ୍ତି ଦେବଗଡ଼ ଜିଲ୍ଲା ଦୁର୍ଗମ ବଣ ମୂଳକ ଲଇମୁରା ଅଞ୍ଚଳର ପ୍ରମିଳା କିଷାନ । ଅଧିକ ପଢନ୍ତୁ

ସଫଳ ମହିଳା ପ୍ରମିଳା, ଲଘୁ ବନଜାତ ଦ୍ରବ୍ୟରୁ ରୋଜଗାର କରି ସାଜିଛନ୍ତି ପ୍ରେରଣା
ସଫଳ ମହିଳା ପ୍ରମିଳା, ଲଘୁ ବନଜାତ ଦ୍ରବ୍ୟରୁ ରୋଜଗାର କରି ସାଜିଛନ୍ତି ପ୍ରେରଣା

ଦେବଗଡ: ସ୍ବାବଲମ୍ବୀ ମହିଳା ପ୍ରମିଳା କିଷାନ । ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ଓ ବିକ୍ରୟ କରି ନିଜେ ଆର୍ଥିକ ସ୍ଥିତିରେ ସୃଦୁଢ ହେବା ସହିତ 57 ଜଣ ମହିଳାଙ୍କୁ ରୋଜଗାରର ପନ୍ଥା ଦେଖାଇଛନ୍ତି ପ୍ରମିଳା । ଦେବଗଡ଼ ଜିଲ୍ଲା ଦୁର୍ଗମ ବଣ ମୂଳକ ଲଇମୁରା ଅଞ୍ଚଳର ଜଣେ ଆଦିବାସୀ ମହିଳା ହେଉଛନ୍ତି ପ୍ରମିଳା କିଷାନ । ତାଙ୍କର ନିଷ୍ଠାପର ଉଦ୍ୟମ ଓ ସଫଳତା ଆଗରେ ହାର ମାନିଛି ଆର୍ଥିକ ଅନାଟନ ।

ସଫଳ ମହିଳା ପ୍ରମିଳା, ଲଘୁ ବନଜାତ ଦ୍ରବ୍ୟରୁ ରୋଜଗାର କରି ସାଜିଛନ୍ତି ପ୍ରେରଣା

ତିଲେଇବଣି ବ୍ଲକ ଅନ୍ତର୍ଗତ ଲଇମୁରା ଗ୍ରାମର ଜଣେ ଆଦିବାସୀ ମହିଳା । ବୟସ ୪୬ । ଜୀବନ ଜୀବିକା ପାଇଁ ବାରମ୍ବାର ବିଭିନ୍ନ କାର୍ଯ୍ୟରେ ବିଫଳ ହୋଇଥିଲେ ହେଲେ ହାରି ନଥିଲେ । ପରେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିବା ସହିତ ସେଥିରୁ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବିକ୍ରୟ କରିବ ଆର୍ଥିକ ସ୍ବାବଲମ୍ବୀ ହୋଇ ପାରିଛନ୍ତି । ୨୦୧୩ ମସିହାରେ ସେ 'ହର୍ବାଲ ପ୍ରଡ୍ୟୁସର ଗ୍ରୁପ ' ନାମକ ଏକ ସଂଘ ଗଠନ କରିଥିଲେ । ଏଥିରେ କିଛି ମହିଳା ସହକର୍ମୀଙ୍କୁ ନିୟୋଜିତ କରି ସେମାନଙ୍କୁ ରୋଜଗାରର ବାଟ ଦେଖାଇଛନ୍ତି । ବର୍ତ୍ତମାନ ଲଇମୁରା ଓ ପାରପୋଷି ପଞ୍ଚାୟତର ମୋଟ ୫୭ଜଣ ମହିଳା ଏହି ଗ୍ରୁପରେ ସାମିଲ ହୋଇଛନ୍ତି ।

ଏହା ବି ପଢନ୍ତୁ...ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ବିକାଶ ପରିଷଦ ପୁନର୍ଗଠିତ

ପ୍ରଥମେ ଓରମାସରୁ ପ୍ରେରଣା ପାଇ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ସେଥିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରି ବିକ୍ରୟ ଆରମ୍ଭ କରିଥିଲେ । ଜଙ୍ଗଲରୁ ହରିଡା, ବାହାଡା, ପିଙ୍ଗୁ, ବେଲପତ୍ର , ନିମ୍ବ , ତେନ୍ତୁଳି, ଶାଳ ମଞ୍ଜି ଓ କୁସୁମ ଆଦି ସଂଗ୍ରହ କରିବା ସହିତ ସେଥିରୁ ବିଭିନ୍ନ ଔଷଧୀୟ ତେଲ ପ୍ରସ୍ତୁତ କରି ଓରମାସ ସହାୟତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପଡୁଥିବା ପଲ୍ଲିଶ୍ରୀ ମେଳା ଓ ଆଦିବାସୀ ମେଳାରେ ବିକ୍ରି କରି ଆସୁଛନ୍ତି । ଏହାଛଡା ଜଙ୍ଗଲଜାତ ଦ୍ରବ୍ୟରୁ ବିଭିନ୍ନ ଔଷଧୀୟ ସାମଗ୍ରୀ ମଧ୍ୟ ସେ ପ୍ରସ୍ତୁତ କରୁଛନ୍ତି । ତେନ୍ତୁଳିରୁ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରି ବିକ୍ରିକୁ ସୁନିଶ୍ଚିତ କରିବା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ସହାୟତାରେ ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ଭୁବନେଶ୍ବର ପକ୍ଷରୁ ତାଲିମ ନେଇ ଖୁବ ଶୀଘ୍ର ତେନ୍ତୁଳିରୁ ଜାତ ବିଭିନ୍ନ ଉତ୍ପାଦ ପ୍ରସ୍ତୁତି କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ମିଶନ ଶକ୍ତି ଓ ତିଲେଇବଣି ଆଇଟିଡିଏ ମଧ୍ୟ ତାଙ୍କୁ ସହଯୋଗର ହାତ ବଢାଇଛି ।

ଜଙ୍ଗଳଜାତ ଦ୍ରବ୍ୟ ଏବଂ ସେଥିରୁ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରି ବାର୍ଷିକ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରି ପାରୁଛନ୍ତି । ପ୍ରମିଳା ଜଣେ ଗରିବ ଆଦିବାସୀ ମହିଳା ହୋଇ ବି ଆର୍ଥିକ ଅନାଟନ ଆଗରେ ହାର ନମାନି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଓ ସେଥିରୁ ପ୍ରସ୍ତୁତ ସାମଗ୍ରୀ ବିକ୍ରି କରି ରୋଜାଗାରକ୍ଷମ ହୋଇପାରିଥିବା ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.