ETV Bharat / state

ଟାଙ୍ଗିଆରେ ହାଣି ଜଣଙ୍କୁ ହତ୍ୟା, ସନ୍ଦେହ ଘରରେ ପରିବାର

author img

By

Published : Aug 24, 2022, 10:59 AM IST

ଦେବଗଡ ଜିଲ୍ଲା କାଲକାଠ ଗାଁରେ ଚାଞ୍ଚଲ୍ୟ । ଟାଙ୍ଗିଆରେ ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି । ପରିବାରିକ କଳହରୁ ହତ୍ୟା ହୋଇଥିବା ସନ୍ଦେହ କରାଯାଉଛି । ଅଧିକ ପଢନ୍ତୁ

ଟାଙ୍ଗିଆରେ ହାଣି ଜଣଙ୍କୁ ହତ୍ୟା, ସନ୍ଦେହ ଘରରେ ପରିବାର
ଟାଙ୍ଗିଆରେ ହାଣି ଜଣଙ୍କୁ ହତ୍ୟା, ସନ୍ଦେହ ଘରରେ ପରିବାର

ଦେବଗଡ: ଜିଲ୍ଲା ଥାନା ଅନ୍ତର୍ଗତ କାଲକାଠ ଗାଁରେ ଚାଞ୍ଚଲ୍ୟ । କିଶାନ ସାହିରେ ଜଣେ ବ୍ୟକ୍ତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ଏନେଇ ମୃତକଙ୍କ ପରିବାର ପକ୍ଷରୁ ଦେବଗଡ ଥାନା‌ରେ ଅଭିଯୋଗ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଟାଙ୍ଗିଆରେ ହାଣି ଜଣଙ୍କୁ ହତ୍ୟା, ସନ୍ଦେହ ଘରରେ ପରିବାର

ମୃତକ ଜଣକ ହେଲେ କିଷାନ ସାହିର ହୃଦାନନ୍ଦ କିଷାନ । ଗତକାଲି ରାତିରେ ହତ୍ୟାକାଣ୍ଡ ଘଟିଥିବା ବେଳେ ଘର ଭିତରେ ମୃତଦେହ ପଡ଼ିଥିବାରୁ ଘଟଣାଟି ଲୋକଲୋଚନକୁ ଆସିପାରିନଥିଲା । ଏଥିରେ ପରିବାର ଲୋକଙ୍କ ସମ୍ପୃକ୍ତି ଥିବା ଓ ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ସନ୍ଦେହରେ ସମ୍ପୃକ୍ତ ପରିବାରର ୩ ଜଣଙ୍କୁ ଅଟକ ରଖି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢନ୍ତୁ...ASO ପରୀକ୍ଷା ଘୁଞ୍ଚାଇବା ଦାବି, ହସ୍ତକ୍ଷେପ ପାଇଁ ମନା କଲେ ହାଇକୋର୍ଟ

ଦେବଗଡ଼ ଥାନା ପୋଲିସ ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ କରିଛି । ମିଳିଥିବା ସୂଚନା ଅନୁଯାୟୀ, ମୃତ ହୃଦାନନ୍ଦଙ୍କ ରକ୍ତାକ୍ତ ମୃତଦେହ ତାଙ୍କର ଅର୍ଦ୍ଧନିର୍ମିତ କୋଠାଘରେ ପଡିଥିଲା। ଏହା ଦେଖିବା ପରେ ପରିବାର ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା । ଦେବଗଡ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ଦେବଗଡ ଏସପି ପ୍ରମୋଦ ରଥ, ଏସଡିପିଓ ପ୍ରତ୍ୟୁଷ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛନ୍ତି । ଏହା ସହିତ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.