ETV Bharat / state

ଅବୈଧ ପ୍ରେମ ସମ୍ପର୍କ ହେଲା କାଳ, ସଂକୀର୍ତ୍ତନ ଗୁରୁଙ୍କୁ ନିର୍ମମ ହତ୍ୟା

author img

By

Published : Aug 3, 2022, 10:39 AM IST

ଦେବଗଡ ଜିଲ୍ଲା ଠିଆନାଳ ଗାଁରେ ଅଭାବନୀୟ ଘଟଣା । ଅବୈଧ ପ୍ରେମ ସମ୍ପର୍କକୁ ନେଇ ଜଣେ ସଂକୀର୍ତ୍ତନ ଗୁରୁଙ୍କୁ ନିର୍ମମ ହତ୍ୟା । ପୋଲିସ ଏଥିରେ ସମ୍ପୃକ୍ତ 3 ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ

ଅବୈଧ ପ୍ରେମ ସମ୍ପର୍କ ହେଲା କାଳ: ସଂକୀର୍ତ୍ତନ ଗୁରୁଙ୍କୁ ନିର୍ମମ ହତ୍ୟା
ଅବୈଧ ପ୍ରେମ ସମ୍ପର୍କ ହେଲା କାଳ: ସଂକୀର୍ତ୍ତନ ଗୁରୁଙ୍କୁ ନିର୍ମମ ହତ୍ୟା

ଦେବଗଡ: ଜିଲ୍ଲାର ଠିଆନାଳ ଗାଁରେ ଅଭାବନୀୟ ଘଟଣା । ଅବୈଧ ପ୍ରେମ ସମ୍ପର୍କକୁ ନେଇ ଜଣେ ସଂକୀର୍ତ୍ତନ ଗୁରୁଙ୍କୁ ନିର୍ମମ ହତ୍ୟା । ମୃତକ ଜଣକ ହେଲେ ଠିଆନାଳର ଜଣାଶୁଣା ସଂକୀର୍ତ୍ତନ ଗୁରୁ ଅପିନ୍ଦ୍ର ବାଘ । ମଙ୍ଗଳବାର ରାତିରେ ଠିଆନାଳ ଗାଁ ନିକଟସ୍ଥ ପତ୍ର ଫାଡ଼ି ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ପୋଲିସ ଏଥିରେ ସମ୍ପୃକ୍ତ 3 ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମାନେ ହେଲେ କେରଳାଙ୍ଗ ଗାଁର ଲଳିତ ପ୍ରଧାନ ତାଙ୍କ ପୁଅ ନାଲୁ ପ୍ରଧାନ ଓ ଜଣେ ସମ୍ପର୍କୀୟ ଲୁଲୁ ପ୍ରଧାନ ।

ସୂଚନା ଅନୁଯାୟୀ,ମୃତକ ଅପିନ୍ଦ୍ର ଅଭିଯୁକ୍ତ ଲଳିତର ସ୍ତ୍ରୀ ସହିତ ଅବୈଧ ସମ୍ପର୍କ ଥିଲା । 3 ମାସ ପୂର୍ବରୁ ଲଳିତଙ୍କ ସ୍ତ୍ରୀ ନିଜ ଘର ଛାଡ଼ି ଅପିନ୍ଦ୍ରଙ୍କ ସହିତ ଏକାଠି ରହୁଥିଲେ । ଏଥିରେ ପ୍ରତିଶୋଧ ପରାୟଣ ହୋଇ ଅଭିଯୁକ୍ତ ମାନେ ଅପିନ୍ଦ୍ରଙ୍କ ସହିତ କଥାବାର୍ତ୍ତା ପାଇଁ ପତ୍ରଫାଡ଼ି ନିକଟକୁ ଡାକି ତାଙ୍କୁ ଠେଙ୍ଗାରେ ପିଟିପିଟି ମାରି ଦେଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ଇଟିଭି ଭାରତ ,ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.