ETV Bharat / state

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ଗିରଫ, ମାଉଜର ସହ ୭ ରାଉଣ୍ଡ ଜୀବନ୍ତ ଗୁଳି ଜବତ

author img

By

Published : Oct 12, 2021, 10:44 PM IST

ଦେବଗଡ ରିଆମାଳ ଥାନା ଅନ୍ତର୍ଗତ କଂସର - ଚଟି ବରଘାଟ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ରିଆମାଳ ଥାନା ପୁଲିସ । ଅଧିକ ପଢନ୍ତୁ....

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ଗିରଫ, ଗଞେଇ ସମେତ ମାଉଜର ଜବତ
ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ଗିରଫ, ଗଞେଇ ସମେତ ମାଉଜର ଜବତ

ଦେବଗଡ଼: ପୁଲିସ ସ୍ପେଶାଲ ସ୍କ୍ବାର୍ଡକୁ ମିଳିଛି ବଡ଼ ସଫଳତା । ପୁଲିସ ଉପରକୁ ଗୁଳି ଚଲାଇ ଫେରାର ହେଉଥିବା ତିନି ଗଞ୍ଜେଇ ମାଫିଆକୁ ପୋଲିସ ଗିରଫ କରିବା ସହିତ ବିପୁଳ ମାତ୍ରାରେ ଗଞ୍ଜେଇ ଓ ମାରଣାସ୍ତ୍ର ଜବତ କରିଥିବା ଜଣାପଡିଛି । ସୂଚନାନୁସାରେ ରିଆମାଳ ଥାନା ଅନ୍ତର୍ଗତ କଂସର - ଚଟି ବରଘାଟ ରାସ୍ତାଦେଇ ବୌଦ୍ଧରୁ ଦେବଗଡ଼କୁ ବେଆଇନ ଭାବେ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ପାଇ ରିଆମାଳ ଥାନା ପୁଲିସ ଉକ୍ତ ଅଞ୍ଚଳରେ ଛକି ରହିଥିଲା ।

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ଗିରଫ, ଗଞେଇ ସମେତ ମାଉଜର ଜବତ
ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ଗିରଫ, ଗଞେଇ ସମେତ ମାଉଜର ଜବତ

ଏନେଇ ଆଜି(ମଙ୍ଗଳବାର) ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ରକ୍ସା ଗ୍ରାମର ବିକାଶ ରାଜହଂସ, ପୌଲସ୍ତି ଜଗଦଳା ଓ ସମ୍ବଲପୁରର ରୂପେଶ ପ୍ରସାଦ ନାମକ ୩ଜଣ ଯୁବକ ଏକ କାର ଓ ଏକ ବାଇକ ଯୋଗେ ଆଗପଛ ହୋଇ ଆସି ଗୋହିରା ଡ୍ୟାମ ରାସ୍ତାରେ ଥିବା ନିଛାଟିଆ ରାସ୍ତାରେ କାର ମଧ୍ୟରେ ନେଇ ଯାଉଥିବା ଗଞ୍ଜେଇକୁ ବାହାର କରି ବାଇକ ସାହାଯ୍ୟରେ ଅନ୍ୟତ୍ର ଚାଲାଣ ପାଇଁ ଯୋଜନା କରୁଥଲେ ।

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ଗିରଫ, ଗଞେଇ ସମେତ ମାଉଜର ଜବତ
ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ୪ ଗିରଫ, ଗଞେଇ ସମେତ ମାଉଜର ଜବତ

ତେବେ ଏହି ସମୟରେ ରିଆମାଳ ଥାନା ପୁଲିସ ଚଢ଼ାଉ କରି ବାଇକ ସହ ୩ ଅଭିଯୁକ୍ତଙ୍କୁ କାବୁ କରିଥିଲେ । ମାତ୍ର ପୁଲିସକୁ ଦେଖି ରୂପେଶ କାରରେ ଫେରାର ହୋଇ ଯାଉଥିବାବେଳେ ରିଆମାଳ ଥାନା ପୁଲିସ ତିଳେଇବଣି ଅଞ୍ଚଳରେ ପୂର୍ବରୁ ରହିଥିବା ସ୍ପେଶାଲ ସ୍କ୍ବାର୍ଡକୁ ସୂଚନା ଦେଇଥିଲେ । ସୂଚନା ପାଇ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ବରେ ସ୍ପେଶାଲ ସ୍କ୍ବାର୍ଡ ଅଭିଯୁକ୍ତଙ୍କ ଗାଡ଼ିକୁ ଦେଓଝରଣ ରାସ୍ତାରେ ଅଟକାଇବାକୁ ଉଦ୍ୟମ କରିବାରୁ ରୂପେଶ ପୁଲିସ ଉପରକୁ ଗୁଳି ଚଲାଇ ଦ୍ରୁତ ଗତିରେ ଫେରାର ହେବାକୁ ଉଦ୍ୟମ କରିଥିବାବେଳେ ସ୍ପେଶାଲ ସ୍କ୍ବାର୍ଡ ହାତରେ ଧରାପଡିଛନ୍ତି ।

ସେପଟେ ଏହି ଘଟଣାରେ ଯାଞ୍ଚବେଳେ ଗାଡ଼ି ମଧ୍ୟରୁ ଗୋଟିଏ ମାଉଜର ଓ ୭ ରାଉଣ୍ଡ ଜୀବନ୍ତ ଗୁଳିକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଥାନାକୁ ଆଣି ପଚରାଉଚୁରା ପରେ ସେମାନେ ଗଞ୍ଜେଇ ବେପାର କରୁଥିବା ନେଇ ଦେବଗଡ଼ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି ।



ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.