ETV Bharat / state

ଅବହେଳିତ ଜଗନ୍ନାଥ ବଲ୍ଲଭ ପ୍ରିଣ୍ଟିଂ ପ୍ରେସ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ନେଇଥିଲା ପ୍ରମୁଖ ଭୂମିକା

author img

By

Published : Sep 22, 2021, 2:41 PM IST

ରାଜ୍ୟର ଐତିହ ସମ୍ପନ୍ନ ଜଗନ୍ନାଥ ବଲ୍ଲଭ ପ୍ରିଣ୍ଟିଂ ପ୍ରେସ ଏବେ ଅବହେଳିତ । ଦିନେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ପ୍ରତିଷ୍ଠାରେ ଗ୍ରହଣ କରିଥିଲା ପ୍ରମୁଖ ଭୂମିକା । ସରକାରୀ ଉଦାସୀନତା ପାଇଁ ଆଜି ଅଲୋଡା । ଅଧିକ ପଢନ୍ତୁ...

ଅବହେଳିତ ଐତିହାସିକ ଜଗନ୍ନାଥ ବଲ୍ଲଭ ପ୍ରିଣ୍ଟିଂ ପ୍ରେସ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଥିଲା ପ୍ରମୁଖ ଭୁମିକା
ଅବହେଳିତ ଐତିହାସିକ ଜଗନ୍ନାଥ ବଲ୍ଲଭ ପ୍ରିଣ୍ଟିଂ ପ୍ରେସ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଥିଲା ପ୍ରମୁଖ ଭୁମିକା

ଦେବଗଡ଼: ଅବହେଳିତ ଅବସ୍ଥାରେ ପଡିଛି ତତ୍କାଳୀନ ବାମଣ୍ଡା ରାଜ୍ୟର ଐତିହ ସମ୍ପନ୍ନ ଜଗନ୍ନାଥ ବଲ୍ଲଭ ପ୍ରିଣ୍ଟିଂ ପ୍ରେସ । ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏହି ପୁରାତନ ପ୍ରେସଟି ଆଜି ପ୍ରଶାସନିକ ଅବହେଳା କାରଣରୁ ଯେପରି ସମସ୍ତଙ୍କ ପାଇଁ ଅଲୋଡା ହୋଇ ରହିଯାଇଛି ।

ଅବହେଳିତ ଐତିହାସିକ ଜଗନ୍ନାଥ ବଲ୍ଲଭ ପ୍ରିଣ୍ଟିଂ ପ୍ରେସ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଥିଲା ପ୍ରମୁଖ ଭୁମିକା

ଦେବଗଡ଼ ସହର କେନ୍ଦ୍ରସ୍ଥଳରେ ଅବସ୍ଥିତ ପୂର୍ବତନ ବାମଣ୍ଡା ରାଜ୍ୟର ଐତିହ ସମ୍ପର୍ଣ୍ଣ ଜଗନ୍ନାଥ ବଲ୍ଲଭ ପ୍ରିଣ୍ଟିଂପ୍ରେସ । ତତ୍କାଳୀନ ବାମଣ୍ଡା ରାଜା ସାର ବାସୁଦେବ ସୁଢଳଦେଵଙ୍କ ଦ୍ଵାରା 1886 ମସିହାରେ ସ୍ଥାପିତ ହୋଇଥିଲା ଏହି ପ୍ରେସ । କବିବର ରାଧାନାଥ ରାୟଙ୍କ ପରାମର୍ଶ କ୍ରମେ 'ସମ୍ବଲପୁର ହିତୈଶିଣି 'ନାମକ ପତ୍ରିକା ପ୍ରକାଶ ଏଠାରୁ ପ୍ରକାଶ ପାଉଥିଲା । ଏହି ପତ୍ରିକା ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ସୂତ୍ରଧର ରୂପେ କାର୍ଯ୍ୟ କରୁଥିଲା । ଦୀର୍ଘ 35 ବର୍ଷ ଧରି ପତ୍ରିକାଟି ପ୍ରକାଶିତ ହେବାପରେ 1923 ମସିହାରେ ଏହା ବନ୍ଦ ହୋଇଯାଇଥିଲା ।

ଉଚ୍ଚ କୋଟିର ପତ୍ରିକା ପ୍ରକାଶନ କରି ଜଗନ୍ନାଥ ବଲ୍ଲଭ ପ୍ରିଣ୍ଟିଂ ପ୍ରେସଟି ସାରା ରାଜ୍ୟରେ ବହୁ ସୁନାମ ଅର୍ଜନ କରିଥିଲା । ରାଜତନ୍ତ୍ର ବିଲୋପ ପରେ ବାମଣ୍ଡା ରାଜ୍ୟର ଏହି ଐତିହ ସମ୍ପର୍ଣ୍ଣ ପ୍ରେସଟି ସରକାରଙ୍କ ଅଧୀନକୁ ଚାଲିଯାଇଛି । ହେଲେ ଅତ୍ୟନ୍ତ ପରିତାପର ବିଷୟ ଯେ, ଦୀର୍ଘ ଦଶନ୍ଧି ଧରି ସ୍ଥାନୀୟ ପ୍ରଶାସନ ଓ ସରକାରଙ୍କ ଅବହେଳା କାରଣରୁ ଏହି ପ୍ରେସଟି ବର୍ତ୍ତମାନ ଶ୍ରୀହୀନ ହୋଇପଡିଛି । ପୁନରୁଦ୍ଧାର ତଥା ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରେସ ରେ ଥିବା ପୁରାତନ ଯନ୍ତ୍ରପାତି ନଷ୍ଟ ହେବାକୁ ବସିଥିବା ବେଳେ , କୋଠା ଅବସ୍ଥା ମଧ୍ୟ ଦୟନୀୟ ହୋଇ ପଡିଛି । ଓଡ଼ିଆ ଭାଷା ଆନ୍ଦୋଳନର ବୀଜ ବୁଣିଥିବା ବାମଣ୍ଡା ରାଜ୍ୟର ଐତିହ ସମ୍ପର୍ଣ୍ଣ ଜଗନ୍ନାଥ ବଲ୍ଲଭ ପ୍ରିଣ୍ଟିଂ ପ୍ରେସର ପୁନରୁଦ୍ଧାର ଦିଗରେ ରାଜ୍ୟ ସରକାର କେବେ ପଦକ୍ଷେପ ନେଉଛନ୍ତି ,ତାହା ଦେଖିବାକୁ ବାକି ରହିଲା ।

ଦେବଗଡ଼ରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.