ETV Bharat / state

ଦେବଗଡ ଜିଲ୍ଲାରେ ଲଗାଣ ବର୍ଷା ଜାରି, ବିଭିନ୍ନ ଅଞ୍ଚଳକୁ ଯାତାୟତ ଠପ

author img

By

Published : Aug 15, 2020, 6:05 PM IST

ଦେବଗଡ ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇପଡିଛି । ବାରକୋଟ ବ୍ଲକର ତିନୋଟି ମୁଖ୍ୟରାସ୍ତା ଉପରେ ବନ୍ୟାପାଣି ପ୍ରବାହିତ ହେଉଥିବା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅଧିକ ପଢନ୍ତୁ...

ଦେବଗଡ ଜିଲ୍ଲାରେ ଲଗାଣ ବର୍ଷା ଜାରି, ବିଭିନ୍ନ ଅଞ୍ଚଳକୁ ଯାତାୟତ ଠପ
ଦେବଗଡ ଜିଲ୍ଲାରେ ଲଗାଣ ବର୍ଷା ଜାରି, ବିଭିନ୍ନ ଅଞ୍ଚଳକୁ ଯାତାୟତ ଠପ

ଦେବଗଡ: ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇପଡିଛି । ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକ ବର୍ଷା ହୋଇଥିବାବେଳେ ଆଉ କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ଦେବଗଡ ଜିଲ୍ଲାରେ ଲଗାଣ ବର୍ଷା ଜାରି, ବିଭିନ୍ନ ଅଞ୍ଚଳକୁ ଯାତାୟତ ଠପ

ଦେବଗଡ ଜିଲ୍ଲାରେ ଲାଗି ରହିଥିବା ଲଗାଣ ବର୍ଷା ଫଳରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ବାରକୋଟ ବ୍ଲକ କାଳିଆପାଳ ଠାରୁ ଜାଲିସୁଆଁ ଗାଁକୁ ଯାଇଥିବା ମୁଖ୍ୟରାସ୍ତାରେ ଥିବା ପାହାଡିଆ ଝରଣାରେ ବନ୍ୟା ଆସି ରାସ୍ତା ଓ ପୋଲ ଉପରେ 5/6 ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି । ଯାହା ଫଳରେ ଏହି ରାସ୍ତାରେ ଦୀର୍ଘ ସମୟ ଧରି ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇପଡିଛି । ତାଳବାହାଳିରୁ କାଳିଆପାଳ ଯାଇଥିବା ରାସ୍ତାରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ସେଠାରେ ମଧ୍ୟ ସମାନ ଅବସ୍ଥା ହୋଇଛି । ସେହିପରି ବାରକୋଟ ବ୍ଲକ ବିଜୟ ନଗର ପଞ୍ଚାୟତର ଆମ୍ବକଟାରୁ ରୁଗୁଡ଼ ଗାଁକୁ ଯାଇଥିବା ରାସ୍ତାରେ ପଡୁଥିବା ପୋଲ ଉପରେ 4/5 ଫୁଟ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଏହି ରାସ୍ତାରେ ଲୋକେ ଦୀର୍ଘ ସମୟ ଧରି ଯାତାୟତ ବାଧାପ୍ରାପ୍ତ ହୋଇଛି ।

ଜିଲ୍ଲାରେ ଲାଗିରହିଥିବା ଲଘୁଚାପ ଜନିତ ଲଗାଣ ବର୍ଷା ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରି ପକାଇଛି । ତେବେ ବର୍ଷାଭାଵରୁ ଜିଲ୍ଲାରେ ଚାଷକାର୍ଯ୍ୟ ପ୍ରଭାବିତ ହୋଇଆସୁଥିବାବେଳେ ଜାରି ରହିଥିବା ଲଗାଣ ବର୍ଷା ଚାଷୀଙ୍କୁ ବେଶ ଆଶ୍ବସ୍ତ କରିଛି ।

ଦେବଗଡରୁ ସରୋଜ ଶତପଥୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.