ETV Bharat / state

ମଦ କଲା ମତିଭ୍ରମ ! ବାପାର କଟୁରୀ ଚୋଟରେ ପୁଅ ମୃତ

author img

By

Published : May 18, 2022, 1:25 PM IST

Updated : May 18, 2022, 1:41 PM IST

ନିଶାରେ ଚୁର ହୋଇ ପୁଅକୁ ଜୀବନରୁ ମାରିଦେଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗାଁରେ । ଅଧିକ ପଢନ୍ତୁ

ବାପା ନେଲା ପୁଅ ଜୀବନ:ଅଭିଯୁକ୍ତ ଅଟକ
ବାପା ନେଲା ପୁଅ ଜୀବନ:ଅଭିଯୁକ୍ତ ଅଟକ

ଦେବଗଡ: ପିଶାଚ ବାପା ବୁଝିଲାନି ବାପା ପୁଅର ସମ୍ପର୍କ । ନିଶାରେ ଚୁର ହୋଇ ପୁଅକୁ ଜୀବନରୁ ମାରିଦେଲା ବାପା । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ ଥାନା ଅନ୍ତର୍ଗତ ଗୁଣ୍ଡୁରିପୋଷି ଗାଁରେ ।

ବାପା ନେଲା ପୁଅ ଜୀବନ:ଅଭିଯୁକ୍ତ ଅଟକ

ମୃତକ ଜଣକ ହେଲେ ଗୋଲବଦନ ପାତ୍ର(୩୨)। ମିଳିଥିବା ସୂଚନା ଅନୁଯାୟୀ, ଦେବଗଡ ଗୁଣ୍ଡୁରିପୋଷି ଗାଁର ମୁଚି ପାତ୍ର ଓ ତାଙ୍କର ପୁଅ ଗୋଲବଦନ ମଧ୍ୟରେ ମଙ୍ଗଳବାର ବିଳମ୍ବିତ ରାତିରେ କୌଣସି କାରଣରୁ ବଚସା ହୋଇଥିଲା । ତେବେ ନିଶାସକ୍ତ ଅବସ୍ଥାରେ ଥିବା ମୁଚି ତାଙ୍କର ପୁଅ ଗୋଲବଦନକୁ କଟୁରୀରେ ଆକ୍ରମଣ କରିଥିଲେ । ଫଳରେ ଗୋଲବଦନଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଖବରପାଇ ଦେବଗଡ ଥାନା ପୋଲିସ ଏବଂ ସାଇଣ୍ଟିଫିକ ଟିମ ପହଞ୍ଚ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୁକ୍ତ ବାପା ମୁଚିକୁ ପୋଲିସ ଅଟକ ରଖି ପଚରାଉଚରା ଜାରି ରଖିଛି ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

Last Updated : May 18, 2022, 1:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.