ETV Bharat / state

୪ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଶିକ୍ଷକ ସଂଘର ଦାବିପତ୍ର

author img

By

Published : Nov 6, 2022, 1:42 PM IST

୪ ଦଫା ଦାବିନେଇ ରାଜରାସ୍ତାରେ ଗର୍ଜିଲା ଶିକ୍ଷକ ସଂଘ । ଦେବଗଡ଼ ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

୪ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଶିକ୍ଷକ ସଂଘ
୪ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଶିକ୍ଷକ ସଂଘ

ଦେବଗଡ: ପ୍ରାଥମିକ ଶିକ୍ଷକଙ୍କୁ ସରକାରଙ୍କ ଅବହେଳା ଅଭିଯୋଗ । ୪ ଦଫା ଦାବିନେଇ ରାଜରାସ୍ତାରେ ଗର୍ଜିଲା ଶିକ୍ଷକ ସଂଘ । ଦେବଗଡ଼ ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ପ୍ରାଥମିକ ଶିକ୍ଷକଙ୍କୁ ଅଣଦେଖା କରିବା ସହ କେନ୍ଦ୍ରୀୟ କର୍ମଚାରୀଙ୍କ ଭଳି ସପ୍ତମ ବେତନ କମିଶନ ଆଧାରରେ ଦରମା ବୃଦ୍ଧି, ଏକ୍ସ କ୍ୟାଡର ଶିକ୍ଷକଙ୍କୁ ଏଲିମେଣ୍ଟାରୀ କ୍ୟାଡର, ଛଅ ବର୍ଷ ଠିକା ପ୍ରଥାକୁ ମୂଳ ଚାକିରୀରେ ଗଣନା କରି ଇନକ୍ରିମେଣ୍ଟ ପ୍ରଦାନ, ନୂତନ ପେନସନକୁ ଉଛେଦ କରି ପୁରୁଣା ପେନସନ ଲାଗୁ କରାଯିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଏନେଇ ଦେବଗଡ଼ ଜିଲ୍ଲା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ୪ ଦଫା ଦାବି ପତ୍ର ଦାବି ପତ୍ର ସଂଘ ପକ୍ଷରୁ ପ୍ରଦାନ କରାଯାଇଛି ।

୪ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲା ଶିକ୍ଷକ ସଂଘ

ଏହା ମଧ୍ୟ ପଢନ୍ତୁ:ପାଖେଇ ଆସୁଛି ବାଲିଯାତ୍ରା, ମୁଖ୍ୟ ଆକର୍ଷଣ ହେବ କଟକ ଇନ୍‌ କଟକ

ପ୍ରଥମେ ସ୍ଥାନୀୟ ଗୋପାଳଜୀୟ ମନ୍ଦିର ପ୍ରାଙ୍ଗଣରେ ସଂଘର ସଭାପତି ତ୍ରିନାଥ ଖୁଣ୍ଟିଆଙ୍କ ଅଧକ୍ଷତାରେ ଆୟୋଜିତ ବିଶାଳ ସଭାରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ମୁଖ୍ୟବକ୍ତା ଭାବେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଂପାଦକ ସୁଜିତ ପାତ୍ର, ତିଲେଇବଣି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ସୁଶାନ୍ତ ନନ୍ଦ, ସଂପାଦକ ଡୋଳାଧର ସ୍ବାଇଁ, ରିଆମାଳ ବ୍ଲକର ସଭାପତି ଘନଶ୍ୟାମ ସାହୁ, ନୂତନ ପେନସନ ଅନ୍ତର୍ଭୁକ୍ତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ମେଘନାଦ ରଣଜିତ, ସମ୍ପାଦକ ଭକ୍ତବନ୍ଧୁ ବସନ୍ତରାଙ୍କ ସମେତ ଜିଲ୍ଲାର ସମସ୍ତ ୩ଟି ବ୍ଲକ୍ ସଙ୍ଘର କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ରାଜ୍ୟର ପ୍ରାଥମିକ ଶିକ୍ଷକ ମାନଙ୍କୁ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ରାଜରାସ୍ତାରେ ବଉଳା କୁମ୍ଭୀର, ଆତଙ୍କିତ ପଦଲାପୁର ବାସିନ୍ଦା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପ ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇଙ୍କୁ ପ୍ରଦାନ କରିଥିଲେ । ଉପ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ସମୟରେ ହଜାର ହଜାର ସଂଖ୍ୟାରେ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଦେବଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.