ETV Bharat / state

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା ମହିଳା କଂଗ୍ରେସ

author img

By

Published : Jul 12, 2022, 10:57 AM IST

ଗ୍ୟାସ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ମହିଳା କଂଗ୍ରେସ । ଦେବଗଡ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା ମହିଳା କଂଗ୍ରେସ
ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା ମହିଳା କଂଗ୍ରେସ

ଦେବଗଡ: ଦିନକୁ ଦିନ ବଢିବାରେ ଲାଗିଛି ରନ୍ଧନ ଗ୍ୟାସ ଦର । ଯାହା ଗ୍ରାହକଙ୍କୁ ଅତିଷ୍ଠ କରିବାରେ ଲାଗିଛି । ଗ୍ୟାସ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ମହିଳା କଂଗ୍ରେସ । ଦେବଗଡ ଜିଲ୍ଲା ମହିଳା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶତାଧିକ ମହିଳା କଂଗ୍ରେସ କର୍ମୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ନାରବାଜି ଦେବା ସହ ପ୍ରତିବାଦ କରିଛନ୍ତି ।

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା ମହିଳା କଂଗ୍ରେସ

ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ମଞ୍ଜୁଲତା ନାୟକଙ୍କ ନେତୃତ୍ବରେ ସ୍ଥାନୀୟ ଗୋପବନ୍ଧୁ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରାଯାଥିବା ଦେଖିବାକୁ ମିଳିଛି । କେନ୍ଦ୍ରରେ ନେତୃତ୍ବାଧୀନ ବିଜେପି ସରକାର ଦିନକୁ ଦିନ ଅହେତୁକ ଭାବେ ଗ୍ୟାସ ଦର ବୃଦ୍ଧି କରୁଛନ୍ତି । ଏଥିରେ ସାଧାରଣ ଖାଉଟି ଅତିଷ୍ଠ ହୋଇ ପଡ଼ିଥିବାରୁ କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଛି ।

ବର୍ଦ୍ଧିତ ଗ୍ୟାସ ଦର ପ୍ରତ୍ୟାହାର କରାନଗଲେ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ରତର କରାଯିବ ବୋଲି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି । ଏହି ବିକ୍ଷୋଭ ବେଳେ ମହିଳା କଂଗ୍ରେସ ନେତ୍ରୀମାନେ ରାସ୍ତା ଉପରେ କାଠ ଚୁଲି ଜାଳି ଅଭିନବ ଢଙ୍ଗରେ ପ୍ରତିବାଦ ଜଣାଇଥିଲେ । ବିକ୍ଷୋଭରେ ଜିଲ୍ଲା କଂଗ୍ରେସ ସଭାପତି ଉମାଶଙ୍କର ସାହୁ ଉପସଭାପତି ସୁବାସ ଚନ୍ଦ୍ର ଭୋଇ ନଗର ସଭାପତି ପ୍ରକାଶ ଚନ୍ଦ୍ର ଦେବତାଙ୍କ ସମେତ ବହୁ ସଂଖ୍ୟାରେ କଂଗ୍ରେସ କର୍ମୀ ଓ ସମର୍ଥକ ସାମିଲ ହୋଇଥିଲେ ।

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.