ETV Bharat / state

ଚାଷଜମିରୁ କଲେଜ ପିଅନଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

author img

By ETV Bharat Odisha Team

Published : Dec 9, 2023, 7:02 AM IST

Deogarh college peon murder: ଧାନ କ୍ଷେତରୁ ମିଳିଲା କଲେଜ ପିଅନଙ୍କ ମୃତଦେହ । ହତ୍ୟା କରି ଫୋପାଡ଼ି ଦିଆଯାଇଥିବା ସନ୍ଦେହ କଲେ ପରିବାର ଲୋକେ । ମୃତ୍ୟୁର କାରଣ ଅସ୍ପଷ୍ଟ । ଅଧିକ ପଢ଼ନ୍ତୁ

କଲେଜ ପିଅନଙ୍କ ମୃତଦେହ ଉଦ୍ଧାର
କଲେଜ ପିଅନଙ୍କ ମୃତଦେହ ଉଦ୍ଧାର

ଦେବଗଡ଼: ଧାନ କ୍ଷେତରୁ ମିଳିଲା କଲେଜ ପିଅନଙ୍କ ମୃତଦେହ । ଅର୍ଦ୍ଧନଗ୍ନ ଅବସ୍ଥାରେ ଉଦ୍ଧାର କଲା ପୋଲିସ । କୌଣସି କାରଣରୁ ହତ୍ୟା କରି ଫୋପାଡ଼ି ଦିଆଯାଇଥିବା ସନ୍ଦେହ କଲେ ପରିବାର ଲୋକେ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲାରେ ।

ଗତକାଲି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡାସିଂଘା-ମହୁଲନାଳୀ ରାସ୍ତା କଡ଼ ଜମିରୁ ବାରକୋଟ ଯୁକ୍ତ 2 ମହାବିଦ୍ୟାଳୟର କାର୍ଯ୍ୟରତ ପିଅନଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତ ପିଅନ ଜଣକ ବାରକୋଟ ଥାନା ଅନ୍ତର୍ଗତ ବାଲିରଇ ଗ୍ର‌ାମର ମିଲୁ ଚରଣ ବେହେରା (୫୧) ବୋଲି ଜଣାପଡିଛି । ମୃତକଙ୍କ ପରିବାର ଲୋକ ତାଙ୍କୁ ହତ୍ୟା କରାଯାଇଥିବା ବାରକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଜେଲ ଫେରନ୍ତାଙ୍କୁ ଘରୁ ଡାକିନେଇ ହତ୍ୟା ! ଅଭିଯୋଗ ଆଣିଲେ ପରିବାର ଲୋକେ

ପ୍ରାପ୍ତ ସୂଚନା ଅନୁଯାୟୀ, ମିଲୁ ଗତ ଗୁରୁବାର ରାତିରେ ବାଲିରଇ ସ୍ଥିତ ନିଜ ଘରୁ ରେଙ୍ଗାଳବାହାଳ ଗ୍ରାମରେ ରହୁଥିବା ନିଜ ପରିବାର ପାଖକୁ ଯାଇଥିଲେ । ତେବେ ସେ ରେଙ୍ଗାଳବାହାଳ ଗ୍ରାମକୁ ଯାଇଥିବା ବେଳେ ଶୁକ୍ରବାର ସକା‌ଳ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ । ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ଜମି ମଧ୍ୟରେ ତାଙ୍କ ମୃତ ଶରୀର ପଡିରହିଥିବା ଦେଖି ବାରକୋଟ ଥାନା ପୋଲିସକୁ ସୂଚନା ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ମିଲୁଙ୍କ ମୃତଦେହ ଉଦ୍ଧାର ହୋଇଥିବା ସ୍ଥାନରୁ କିଛି ଦୂରରେ ତାଙ୍କ ସ୍କୁଟି ପଡିଥିବାର ଦେଖି ପୋଲିସ ଗାଡ଼ିକୁ ଜବତ କରିଛି । ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅତିରିକ୍ତ ଏସପି ହେମନ୍ତ ପଣ୍ଡା ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହିତ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ମୃତ ପିଅନକୁ କିଏ ଓ କାହିଁକି ହତ୍ୟା କରିଛି ସେ ନେଇ କୌଣସି ସ୍ପଷ୍ଟ ଭାବେ ଜଣାପଡିନାହିଁ । ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ଏହା ମଧ୍ୟ ପଢ଼ନ୍ତୁ.....ପ୍ରେମ ରାସ୍ତାରେ କଣ୍ଟା ସାଜିଲା ସ୍ତ୍ରୀ, ପ୍ରେମିକା ସହ ମିଶି ରାସ୍ତାରୁ ହଟାଇ ଦେଲା କନେଷ୍ଟବଳ ସ୍ବାମୀ

ଇଟିଭି ଭାରତ, ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.