ETV Bharat / state

୫ ହଜାର ଲାଞ୍ଚ ନେଇ ଧରାପଡିଲେ ବାରକୋଟ ତହସିଲର ମୁଖ୍ୟ କିରାଣି

author img

By

Published : Aug 17, 2022, 8:40 AM IST

ଲାଞ୍ଚ ନେଇ ବନ୍ଧା ହେଲେ ବାରକୋଟ ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣି । ଅଧିକ ପଢନ୍ତୁ

୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ବାରକୋଟ ତହସିଲର ମୁଖ୍ୟ କିରାଣି
୫ ହଜାର ଟଙ୍କା ଲାଞ୍ଚ ନେଇ ଧରା ପଡିଲେ ବାରକୋଟ ତହସିଲର ମୁଖ୍ୟ କିରାଣି

ଦେବଗଡ: ଭିଜିଲାନ୍ସ ଜାଲରେ ବାରକୋଟ ତହସିଲ କାର୍ଯ୍ୟାଳୟର ମୁଖ୍ୟ କିରାଣି । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଇ ବନ୍ଧା ହେଲେ ସରକାରୀ କର୍ମଚାରୀ । ହିତାଧିକାରୀଙ୍କ ନାଁରେ ଖତିଆନ କରାଇ ଦେବାକୁ କହି ଲାଞ୍ଚ ମାଗିଥିଲେ ।

ସୂଚନା ଅନୁଯାୟୀ ,ଦେବଗଡ଼ ଜିଲ୍ଲା ବାରକୋଟ ତହସିଲରେ କାର୍ଯ୍ୟରତ ମୁଖ୍ୟ କିରାଣି ରାଜକିଶୋର କାଲୋ ଜଣେ ହିତାଧିକାରୀଙ୍କ ନାଁରେ ଜମି ଖତିଆନ କରାଇ ଦେବାକୁ କହି 5000 ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ସମ୍ପୃକ୍ତ ହିତାଧିକାରୀ ଜଣକ ଦେବଗଡ଼ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ପୂର୍ବ ଯୋଜନା ଅନୁଯାୟୀ, ହିତାଧିକାରୀ ଜଣକ ମୁଖ୍ୟ କିରାଣିଙ୍କୁ ତାଙ୍କ ବାରକୋଟ ସ୍ଥିତ ସରକାରୀ ବାସଭବନରେ 5000 ଟଙ୍କା ଦେବା ସମୟରେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ଭିଜିଲାନ୍ସ ଅଧିକାରୀ ରାଜକିଶୋର ଠାରୁ ନଗଦ ରାଶି 5000 ଟଙ୍କା ଜବତ କରିବା ସହିତ ତାଙ୍କୁ ଗିରଫ କରିଥିଲେ । ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

ଇଟିଭି ଭାରତ,ଦେବଗଡ଼

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.