ETV Bharat / state

ଜଙ୍ଗଲରୁ ଉଦ୍ଧାର ହେଲା 3 ମାସର ଶିଶୁପୁତ୍ର

author img

By

Published : Jul 13, 2021, 7:45 PM IST

ଜଙ୍ଗଲରୁ ଉଦ୍ଧାର ହେଲା 3 ମାସର ଏକ ଶିଶୁପୁତ୍ର । ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ଜଙ୍ଗଲରୁ ଉଦ୍ଧାର ହେଲା 3 ମାସର ଶିଶୁପୁତ୍ର
ଜଙ୍ଗଲରୁ ଉଦ୍ଧାର ହେଲା 3 ମାସର ଶିଶୁପୁତ୍ର

ଦେବଗଡ଼: ଜଙ୍ଗଲରୁ ଉଦ୍ଧାର ହେଲା 3 ମାସର ଏକ ଶିଶୁପୁତ୍ର । ଜଙ୍ଗଲରେ ଶିଶୁଟିର କାନ୍ଦିବା ଶବ୍ଦ ଶୁଣି ଉଦ୍ଧାର କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏପରି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ମସିନ୍ତା ଜଙ୍ଗଲରେ ।

ଜଙ୍ଗଲରୁ ଉଦ୍ଧାର ହେଲା 3 ମାସର ଶିଶୁପୁତ୍ର

ମିଳିଥିବା ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ 9 ଟା ସମୟରେ ମସିନ୍ତା ଜଙ୍ଗଲରେ ଏକ ଶିଶୁ କାନ୍ଦିବା ଶବ୍ଦ ସ୍ଥାନୀୟ ଗ୍ରାମବାସୀ ଶୁଣିବାକୁ ପାଇଥିଲେ । ଗ୍ରାମର କିଛି ଲୋକ ଜଙ୍ଗଲରେ ଖୋଜାଖୋଜି କରିବା ପରେ ଏକ ଗଛମୂଳରୁ 3 ମାସର ଏକ ଶିଶୁପୁତ୍ର ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ପରେ ଶିଶୁ ଟିକୁ ଗ୍ରାମର ବିର୍ଷା ଟୁରି ନାମକ ମହିଳାଙ୍କୁ ହସ୍ତାନ୍ତର କରାଯାଇଥିଲା । ଆଜି ସକାଳେ ଏ ସମ୍ପର୍କରେ ଗ୍ରାମବାସୀ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗକୁ ଅବଗତ କରିଥିବା ସୂଚନା ମିଳିଛି ।

ଗ୍ରାମବାସୀଙ୍କ ନିକଟରୁ ସୂଚନା ପାଇ ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ସହିତ ଚାଇଲ୍ଡ ଲାଇନ ସଦସ୍ୟ ଉପେନ୍ଦ୍ର ଭଞ୍ଜ, ଶିଶୁଗୃହ ପରାମର୍ଶଦାତା ସୁଭଦ୍ରା ସାହୁ ଓ ବାରକୋଟ ଥାନା ଏଏସଆଇ ଦେବବ୍ରତ ନାଏକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶିଶୁପୁତ୍ର ଟିକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଉଦ୍ଧାର ଶିଶୁପୁତ୍ରର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ପରେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ଆସନ୍ତା 30 ତାରିଖ ମଧ୍ୟରେ ଏହି ଶିଶୁଟିର ଦାବିଦାର ନ ଆସନ୍ତି, ତେବେ ପୋଷ୍ୟ ଗ୍ରହଣ ଆଇନ ଅନୁଯାୟୀ ଶିଶୁ ଟିକୁ ଥଇଥାନ କରାଯିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଶିଶୁ ପୁତ୍ରଟି ଜଙ୍ଗଲ ମଧ୍ୟକୁ କେମିତି ଆସିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନଥିବାବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଦେବଗଡ଼ରୁ ସରୋଜ ଶତପଥି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.