ETV Bharat / state

ଭାଇକୁ ବଞ୍ଚାଇବା ପାଇଁ ନଦୀକୁ ଡେଇଁଲା ଭାଇ, ପାଣିରେ ବୁଡ଼ି ଚାଲିଗଲା ଜୀବନ

author img

By ETV Bharat Odisha Team

Published : Sep 3, 2023, 3:45 PM IST

ବଡ଼ ଭାଇର ଜୀବନ ବଞ୍ଚାଇବାକୁ ଯାଇ ସାନ ଭାଇର ଉଡ଼ିଗଲା ପ୍ରାଣବାୟୁ । ଭାଇ ବୁଡି ଯାଉଥିବା ଦେଖି ଉଦ୍ଧାର କରିବାକୁ ନଦୀକୁ ଡେଇଁ ନିଜେ ପ୍ରାଣ ହରାଇଛନ୍ତି ଯୁବକ । ଅଧିକ ପଢ଼ନ୍ତୁ

youth drowns to death in banki
ଭାଇକୁ ବଞ୍ଚାଇବାକୁ ଯାଇ ଭାଇ ମୃତ

ଭାଇକୁ ବଞ୍ଚାଇବାକୁ ଯାଇ ଭାଇ ମୃତ

କଟକ: ବଡ଼ଭାଇ ପାଇଁ ଜୀବନ ଦେଲା ସାନଭାଇ । ବଡ଼ ଭାଇର ଜୀବନ ବଞ୍ଚାଇବାକୁ ଯାଇ ସାନ ଭାଇର ଉଡ଼ିଗଲା ପ୍ରାଣବାୟୁ । ଏଭଳି ଦୁଃଖଦ ଘଟଣା ଘଟିଛି ବାଙ୍କୀ ଅଞ୍ଚଳରେ । ନଦୀରେ ବୁଡ଼ି ଯାଉଥିବା ବଡ଼ ଭାଇକୁ ଉଦ୍ଧାର କରିବାକୁ ଯାଇ ସାନ ଭାଇର ପ୍ରାଣ ଚାଲିଯାଇଛି । କଟକ ଜିଲ୍ଲା ବାଙ୍କୀ ସ୍ଥିତ ଦେବୀ ଦ୍ୱାରରେ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଥିବାବେଳେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ମୃତ ଯୁବକଙ୍କ ନାଁ ଆକାଶ ରାଉତରାୟ ବୋଲି ଜଣା ପଡ଼ିଛି ।

ତେବେ ଆକାଶଙ୍କ ଘର ଭୁବନେଶ୍ୱର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଭୁବନେଶ୍ୱରରୁ କିଛି ଯୁବକ ଶନିବାର ଦେବୀଦ୍ୱାରକୁ ବୁଲିବାକୁ ଆସି ଥିଲେ। ଏହି ସମୟରେ ଆକାଶଙ୍କ ବଡ଼ ଭାଇ ନଦୀରେ ଗାଧୋଇବା ପାଇଁ ଯାଇଥିଲେ। ଆଉ ନଦୀରେ ଗାଧୋଇବାବେଳେ ହଠାତ ପାଣିରେ ବୁଡି ଯାଇ ଥିଲେ। ବଡ଼ ଭାଇଙ୍କୁ ଉଦ୍ଧାର କରିବାକୁ ଯାଇ ସାନ ଭାଇ ମଧ୍ୟ ନଦୀକୁ ଡିଆଁ ମାରିଥିଲେ । ସୌଭାଗ୍ୟ ବଶତଃ, ଆକାଶଙ୍କ ବଡ଼ ଭାଇ ନିଜେ ପହଁରିକି କୂଳକୁ ଆସି ଯାଇଥିଲେ । ହେଲେ ତାଙ୍କ ସାନ ଭାଇ କିନ୍ତୁ ଆଉ ଫେରିନଥିଲେ । ନଦୀରେ ବୁଡି ଆକାଶ ନିଖୋଜ ହୋଇ ଯାଇଥିଲେ । ସେହି ସମୟରେ ବହୁ ଖୋଜା ଖୋଜି କରିଥିଲେ ସୁଦ୍ଧା ଆକାଶଙ୍କ ପତ୍ତା ମିଳିନଥିଲା।

ଏହା ବି ପଢନ୍ତୁ...ନଦୀରେ ଗାଧୋଇବା ବେଳେ ବୁଡିଗଲେ ୨ ଯୁବକ

ବିଧାତାର ଖେଳ କିଛି ଅଲଗା ଥିଲା। କାରମ ବଡ଼ ଭାଇ ବୁଡି ଯାଉଥିବାର ଦେଖି ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲେ ସ୍ବାମୀ ଆକାଶ। ହେଲେ କିଛି ସମୟ ମଧ୍ୟରେ ସବୁ କିଛି ଓଲଟପାଲଟ ହୋଇ ଯାଇଥିଲା। ବଡ଼ ଭାଇ ପହରିଁକି କୂଳକୁ ଫେରି ଆସିଥିବାବେଳେ ସାନ ଭାଇ ଆକାଶ ସବୁଦିନ ପାଇଁ ଆରପାରିକୁ ଚାଲି ଯାଇଥିଲେ।

ଏହା ବି ପଢନ୍ତୁ...OJEE ପରୀକ୍ଷା ଦେବାକୁ କଟକ ଯାଇଥିଲେ, ଘରକୁ ଫେରିଲା ଛାତ୍ରଙ୍କ ମୃତଦେହ

ତେବେ ଆଜି ସକାଳୁ ଆକାଶଙ୍କ ମୃତଦେହ ନଦୀ ପଠାରୁ ଉଦ୍ଧାର ହୋଇଛି । ଏହି ଘଟଣା ଘଟିବା ପରେ ସମଗ୍ର ଅଞ୍ଚଳରେ ଖେଳି ଯାଇଛି ଶୋକର ଛାୟା। ଖବର ପାଇ ପରିବାରଲୋକେ ଘଟଣା ସ୍ଥଳରେ ଆସି ପହଞ୍ଚିଛନ୍ତି। ପୁଅ ଆକାଶକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର। ପୁଅକୁ ହରାଇ ବାହୁନି ବାହୁନି କାନ୍ଦୁଛନ୍ତି ମା'। ତେବେ ଆକାଶଙ୍କ ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଛି ପୋଲିସ । ଏହାସହ ଘଟଣା ସମ୍ପର୍କରେ ପୋଲିସର ପ୍ରାଥମିକ ତଦନ୍ତ ଆରମ୍ଭ ହୋଇଛି ।

ଏହା ବି ପଢନ୍ତୁ...ଗାଧୋଇବାକୁ ଯାଇ ପାଖରୀରେ ବୁଡିଲେ ଦୁଇ ନାବାଳକ: ଜଣେ ମୃତ, ଜଣେ ଗୁରୁତର

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.