ETV Bharat / state

BCCI ଟ୍ରଫି ପାଇଁ 15 ଓ 19 ବର୍ଷରୁ କମ୍ ମହିଳା ଦଳ ଘୋଷଣା

author img

By ETV Bharat Odisha Team

Published : Oct 26, 2023, 10:48 PM IST

ବିସିସିଆଇ ଟ୍ରଫି ପାଇଁ ଘୋଷଣା ହେଲା ଓଡିଶା ମହିଳା କ୍ରିକେଟ ଦଳ । ଉଭୟ 15 ଓ 19 ବର୍ଷରୁ କମ୍ ମହିଳା ଟିମ ଘୋଷଣା କରିଛି ଓଡିଶା କ୍ରିକେଟ ସଂଘ । ଅଧିକ ପଢନ୍ତୁ

ବିସିସିଆଇ ଟ୍ରଫି ପାଇଁ 15 ଓ 19 ବର୍ଷରୁ କମ୍ ମହିଳା ଦଳ ଘୋଷଣା କଲା ଓସିଏ
ବିସିସିଆଇ ଟ୍ରଫି ପାଇଁ 15 ଓ 19 ବର୍ଷରୁ କମ୍ ମହିଳା ଦଳ ଘୋଷଣା କଲା ଓସିଏ

ବିସିସିଆଇ ଟ୍ରଫି ପାଇଁ 15 ଓ 19 ବର୍ଷରୁ କମ୍ ମହିଳା ଦଳ ଘୋଷଣା କଲା ଓସିଏ

କଟକ: ବିସିସିଆଇର ଘରୋଇ ସିଜିନ ପାଇଁ ଘୋଷଣା ହେଲା ଓଡିଶା ମହିଳା କ୍ରିକେଟ ଦଳ । ଉଭୟ 15 ଓ 19 ବର୍ଷରୁ କମ୍ ମହିଳା ଟିମ ଆଜି ଘୋଷଣା କରିଛି ଓଡିଶା କ୍ରିକେଟ ସଂଘ । 15 ବର୍ଷରୁ କମ୍ ମହିଳା ଦଳ ଆସନ୍ତା ନଭେମ୍ବର 17 ତାରିଖରେ ପ୍ରଥମ ମ୍ୟାଚ ଚଣ୍ଡୀଗଡ଼ ବିପକ୍ଷରେ ଖେଳିବାକୁ ଥିବାବେଳେ 19ବର୍ଷରୁ କମ୍ ମହିଳା ଦଳ ନଭେମ୍ବର 19 ତାରିଖରେ ହାଇଦ୍ରାବାଦରେ ଆସାମ ବିପକ୍ଷରେ ଖେଳିବ ।

ସୂଚନା ଯୋଗ୍ୟ ଆଜି ଓଡିଶା କ୍ରିକେଟ ସଂଘ ବିସିସିଆଇ ଟ୍ରଫି ପାଇଁ ୨ଟି ମହିଳା ଦଳ ଘୋଷଣା କରିଛି । ଓସିଏ ମହିଳା ଦଳ ଚୟନ ମୁଖ୍ୟ ରଶ୍ମିତା ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେରେ ସୂଚନା ଦେଇଛନ୍ତି । ପ୍ରଥମେ ଯଦି 15 ବର୍ଷରୁ କମ୍ ଟିମ କଥା କହିବା ତେବେ ମୋଟ 15 ଜଣିଆ ଟିମ ଆଜି ଘୋଷଣା ହୋଇଛି । ଶୁଭଶ୍ରୀ ପାରାମାଣିକଙ୍କ ମୁଣ୍ଡରେ ରହିଛି ଅଧିନାୟକ ଭାର ।

ଯଦି ଟିମ ଉପରେ ନଜର ପକାଇବା ତେବେ ସୁଭଲକ୍ଷ୍ମୀ ସିଂ,ଦୀପ ଶିଖା ନାୟକ ,ଇପସୀତା ପରିଡା , ଅନ୍ୱେସା ଜେନା, ଅନନ୍ୟା ରାଉତ , ଅନନ୍ୟା ଦାସ , ମେଘା ପ୍ରଧାନ, ଗାୟତ୍ରି ଖୁଣ୍ଟିଆ ଙ୍କ ଭଳି ଖେଳାଳି ରହିଛନ୍ତି। ତେବେ ଏହି ଟିମ ନଭେମ୍ବର 17 ତାରିଖରେ ତାର ପ୍ରଥମ ମ୍ୟାଚ ଚଣ୍ଡୀଗଡ଼ ବିପକ୍ଷ ରେ ଖେଳିବ ।ଏହାପରେ ଅରୁଣାଚଳ ପ୍ରଦେଶ , ରାଜସ୍ଥାନ, ବିଦର୍ଭ ଓ ଆନ୍ଧ୍ରପ୍ରଦେଶକୁ ଭେଟିବ ଏହି ଅଣ୍ଡର 15 ମହିଳା ଟିମ ।

ଏହା ମଧ୍ୟ ପଢନ୍ତୁ...Cricket World cup 2023: ନିଶାଙ୍କ-ସଦିରାଙ୍କ ଅର୍ଦ୍ଧଶତକ, ୮ ୱିକେଟରେ ଶ୍ରୀଲଙ୍କାର ସହଜ ବିଜୟ

ସେହିପରି 19 ବର୍ଷରୁ କମ୍ ଟିମରେ ଜ୍ୟୋତି ପ୍ରସାଦଙ୍କ ଅଧିନାୟକ ଭାର ପ୍ରଦାନ କରିଛି ଚୟନ କମିଟି । ଟିମକୁ ଯଦି ଦେଖିବା ସାଇ କୃପା ,ବିଜୟ ଲକ୍ଷ୍ମୀ ବେହେରା ,ଅଙ୍କିତା ଗିରି, ପ୍ରାର୍ଥନା ପ୍ରତିଶୃତି ,ପୂଜା ଯାଦବ, ଅଙ୍କିତା ସୁନା ,ସ୍ମୃତିରେଖା ମହନ୍ତ ଟିମରେ ସ୍ଥାନ ପାଇଛନ୍ତି । ତେବେ ଏହି ଟିମ ଆସନ୍ତା ମାସ 19 ତାରିଖରେ ହାଇଦ୍ରାବାଦରେ ଆସାମ ବିପକ୍ଷରେ ତାର ପ୍ରଥମେ ମ୍ୟାଚ ଖେଳିବ ।

ତେବେ ଏହି ଦୁଇଟି। ମହିଳା । ଟିମ ବିସିସିଆଇର ଘରୋଇ ସିଜିନରେ ବେଶ ଭଲ ପଦର୍ଶନ କରିବ ବୋଲି ଆଶା ରଖିଛି ଓସିଏ । ତେବେ ଏହି 19 ବର୍ଷରୁ କମ୍ ସିଜିନ ଟି20 ଫର୍ମାଟରେ ଖେଳାଯିବାକୁ ଥିବାବେଳେ 15 ବର୍ଷରୁ କମ୍ ପ୍ରତିଯୋଗୀତା ଏକ ଦିବସୀୟ ଫର୍ମାଟରେ ଖେଳାଯିବ ।


ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.