ETV Bharat / state

ଆଦିବାସୀଙ୍କୁ ରୋଜଗାର ଦେଲା କୃତି କଫି

author img

By

Published : Feb 26, 2022, 3:41 PM IST

Updated : Feb 26, 2022, 4:04 PM IST

କୋରାପୁଟବାସୀଙ୍କୁ ଆତ୍ମନିର୍ଭରଶୀଳ କରୁଛି କୃତି କଫି। ରାଜ୍ୟ ତଥା ରାଜ୍ୟ ବାହାରେ ଲୋକପ୍ରିୟ ହାସଲ କରିବାରେ କୋରାପୁଟ କଫି ସଫଳ ଲାଭ କରିଛି। ଅଧିକ ପଢ଼ନ୍ତୁ

koraput coffee will sell allover india
ଆଦବାସୀଙ୍କୁ ରୋଜଗାର ଦେଲା କୃତି କଫି

କଟକ: ଆଦିବାସୀଙ୍କୁ ଆତ୍ମନିର୍ଭରଶୀଳ କରୁଛି କୋରାପୁଟ କଫି । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ କଫି ଚାଷର ଚାହିଦା ବଢ଼ିଛି। ଯାହା ଫଳରେ ଚାଷୀ ଏହା ପ୍ରତି ଆକର୍ଷିତ ହେବାରେ ଲାଗିଛନ୍ତି। କୋରାପୁଟ ଜିଲ୍ଲା କିନ୍ଦିରିଗୁଡ଼ା ଅଞ୍ଚଳରେ ସ୍ବାବଲମ୍ବୀର ବାଟ ଦେଖାଇଛି କୃତି କଫି।

ନିଜ ମାଟିରେ ତିଆରି ହେଉଥିବା ପ୍ରତ୍ୟେକ ଖାଦ୍ୟ ତଥା ପାନୀୟ ସାମଗ୍ରୀର ଭିନ୍ନ ଏକ ଚାହିଦା ରହିଛି। କୋରାପୁଟରେ କଫି ଚାଷ କରି କିନ୍ଦିରିଗୁଡ଼ାର 40 ପରିବାର ସଫଳ ହୋଇପାରିଛନ୍ତି। ଯାହା ରାଜ୍ୟ ତଥା ରାଜ୍ୟ ବାହାରେ ଏହାର ଚାହିଦା ବୃଦ୍ଧି ପାଇବାରେ ଲାଗିଛି। ପୂର୍ବରୁ ଉଚିତ ମୂଲ୍ୟ ଓ ବଜାର ଚାହିଦା ଯଥେଷ୍ଟ ମିଳି ନଥିଲା। ହେଲେ ବର୍ତ୍ତମାନ କୃତି କଫି ଉଦ୍ୟୋଗ ସହଯୋଗରେ କୋରାପୁଟ କଫି ତାର ହକ ପାଇ ପାରିଛି। ହାତ ତିଆରି କଫିର ଏତେ ଚାହିଦା ଦେଖି ଚାଷୀବି ବେଶ ଉତ୍ସାହିତ ।

ଆଦିବାସୀଙ୍କୁ ରୋଜଗାର ଦେଲା କୃତି କଫି

ଆଜିକୁ 40 ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କିନ୍ଦିରିଗୁଡ଼ାରରେ କଫି ଚାଷ ହୋଇ ଆସୁଥିଲା। ହେଲେ ଆବଶ୍ୟକ ପରିମାଣର ପ୍ରୋତ୍ସାହନ ଅଭାବରୁ ଏହା ସେତିକି ମାତ୍ରାରେ ସଫଳ ହୋଇ ପାରୁନଥିଲା। କେତେବେଳେ 80 ଟଙ୍କାତ କେତେବେଳେ 90 ଟଙ୍କାରେ କଫି ବିକ୍ରି ହେଉଥିଲା। ଯାହା ଫଳରେ ଚାଷୀଙ୍କୁ କୌଣସି ପ୍ରକାର ଲାଭ ମିଳି ପାରୁନଥିଲା। ହେଲେ2013 ମସିହାରୁ କୃତି କଫି ଏହାକୁ ନିଜ ହାତକୁ ନେଇ ମାର୍କେଟ ଦାମରୁ 20 ପ୍ରତିଶତ ଅଧିକ ମୂଲ୍ୟରେ କଫି କିଣୁଛି । 10 ବର୍ଷ ପରେ ଏହି ପ୍ରଚେଷ୍ଟା ଆଜି ଚାଷୀଙ୍କ ଉନ୍ନତି କରିବା ସମେତ କଫି ମଧ୍ୟ ବେଶ ନାଁ କରିଛି। ଖାଲି ସେତିକି ନୁହେଁ ଏହା ଆଦିବାସୀ ଅଞ୍ଚଳର ଯୁବପୀଢ଼ିଙ୍କୁ ଏହା ରୋଜଗାରର ବାଟ ଦେଖାଇ ପାରିଛି। ଏପର୍ଯ୍ୟନ୍ତ କଟକ ସମେତ 4ଟି ଆଉଟଲେଟ ଖୋଲା ଯାଇଥିବା ବେଳେ ଅଗାମୀ ଦିନରେ ଏହାକୁ ଏକାଧିକ ରାଜ୍ୟରେ ପହଞ୍ଚାଇବା ପାଇଁ କର୍ତ୍ତୃପକ୍ଷ ଲକ୍ଷ୍ୟ ରଖିଥିବା କହିଛନ୍ତି।

ବଣ ପାହାଡ଼ ଓ ପାହାଡ଼ ଘେରା କିନ୍ଦିରିଗୁଡ଼ା ଅଞ୍ଚଳ ଏବେ ତାର ଅସଲ ପରିଚୟ କଫି ମାଧ୍ୟମରେ ପାଇବାକୁ ଯାଉଛି। କୃତି କଫିର ଏଭଳି ବ୍ୟବସାୟିକ ସଫଳତା ଦେଖି କୋରାପୁଟ ଜିଲ୍ଲାର ଅନ୍ୟ ଗ୍ରାମବାସୀ ମଧ୍ୟ କଫି ପ୍ରତି ଆକୃଷ୍ଟ ହେବେ। ଯାହା ସେମାନଙ୍କ ଜୀବନଶୈଳୀକୁ ପରିବର୍ତ୍ତନ ଦିଗରେ ଆଗକୁ ନେଇଯିବ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 26, 2022, 4:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.