ETV Bharat / state

ଶ୍ରମିକଙ୍କ ଅଧିକାର ପାଇଁ ଆନ୍ଦୋଳନକୁ ଓହ୍ଲାଇବ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ

author img

By

Published : Nov 8, 2020, 1:36 PM IST

ଶ୍ରମିକମାନଙ୍କ ସ୍ବାର୍ଥ ରକ୍ଷା କରିବାରେ ବିଫଳ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଶ୍ରମିକମାନଙ୍କ ସ୍ବାର୍ଥ ପାଇଁ ନଭେମ୍ବର 26ରେ ବଡ ଆନ୍ଦେଳନକୁ ଓହ୍ଲାଇବ ବୋଲି କହିଛି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ । ଅଧିକ ପଢନ୍ତୁ...

ଶ୍ରମିକମାନଙ୍କ ଅଧିକାର ପାଇଁ ଆନ୍ଦୋଳନକୁ ଓହ୍ଲାଇବ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ
ଶ୍ରମିକମାନଙ୍କ ଅଧିକାର ପାଇଁ ଆନ୍ଦୋଳନକୁ ଓହ୍ଲାଇବ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ

କଟକ: ରାଜ୍ୟରେ ଅବହେଳିତ ଶ୍ରମିକ । ଶ୍ରମିକମାନଙ୍କ ସ୍ବାର୍ଥ ରକ୍ଷା କରିବାରେ ବିଫଳ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ଶ୍ରମିକମାନଙ୍କ ବିଭିନ୍ନ ଦାବି ନେଇ ଆସନ୍ତା ନଭେମ୍ବର 26ରେ ବଡ ଆନ୍ଦୋଳନକୁ ଓହ୍ଲାଇବ ବୋଲି କହିଛି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ।

ଶ୍ରମିକମାନଙ୍କ ଅଧିକାର ପାଇଁ ଆନ୍ଦୋଳନକୁ ଓହ୍ଲାଇବ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ

କେନ୍ଦ୍ର ସରକାରଙ୍କର 44ଟି ଶ୍ରମ ଆଇନର ଉଚ୍ଛେଦ ଓ ନୂତନ କୃଷି ଆଇନ ପ୍ରଣୟନ କୃଷକମାନଙ୍କ ପାଇଁ ମାରଣା ନୀତି ସଦୃଶ । ସରକାର କେବେ ବି ଶ୍ରମିକମାନଙ୍କ ହିତରେ ପଦକ୍ଷେପ ଗ୍ରହଣ କରୁନାହାନ୍ତି କହି ରାଜ୍ୟ ଓ କେନ୍ଦ୍ର ଉପରେ ବର୍ଷିଛି ଶ୍ରମିକ ସଙ୍ଗଠନ । ସରକାର ଶ୍ରମିକମାନଙ୍କୁ ଅଣଦେଖା କରିଥିବା ନେଇ ରବିବାର କଟକରେ ଓଡିଶା ଶାଖା ପକ୍ଷରୁ ଏକ ସର୍ବଭାରତୀୟ ସାଧାରଣ ଧର୍ମଘଟ କରିବାକୁ ନିଷ୍ପତ୍ତି ହୋଇଛି ।

ଶ୍ରମିକମାନଙ୍କ ବିଭିନ୍ନ ଦାବି ପୂରଣ କରିବା ସହ ଅଙ୍ଗନବାଡ଼ି କର୍ମୀ , ଆଶା କର୍ମୀ , ପାଚିକାଙ୍କୁ ଶ୍ରମିକ ମାନ୍ୟତା ଓ ସାମାଜିକ ସୁରକ୍ଷା ଦେବା, ମନରେଗାରେ 200 ଦିନର କାମ,ଇତ୍ୟାଦି ଦଶ ଦଫା ଦାବି ସମୂହକୁ ନେଇ ଆସନ୍ତା 26 ତାରିଖରେ ଦେଶ ବ୍ୟାପି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଜିଲ୍ଲା ସ୍ତରୀୟ କନଭେସନରେ ନିଷ୍ପତ୍ତି ନେଇଛି କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.