ETV Bharat / state

୧୨ ଦଫା ଦାବି ନେଇ ଏସୟୁସିଆଇର ବିକ୍ଷୋଭ ପ୍ରଦର୍ଶନ

author img

By

Published : Nov 6, 2022, 4:15 PM IST

୧୨ ଦଫା ଦାବି ନେଇ ଏସୟୁସିଆଇର ବିକ୍ଷୋଭ ପ୍ରଦର୍ଶନ । ଉନ୍ନୟନ ନାଁରେ କଟକରେ ପ୍ରଶାସନ ଉଚ୍ଛେଦ କରୁଥିବା ଅଭିଯୋଗ ଆଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ଏସୟୁସିଆଇ । ଅଧିକ ପଢନ୍ତୁ

୧୨ ଦଫା ଦାବି ନେଇ ଏସୟୁସିଆଇର ବିକ୍ଷୋଭ ପ୍ରଦର୍ଶନ
୧୨ ଦଫା ଦାବି ନେଇ ଏସୟୁସିଆଇର ବିକ୍ଷୋଭ ପ୍ରଦର୍ଶନ

କଟକ: ୧୨ ଦଫା ଦାବି ନେଇ ଏସୟୁସିଆଇର ବିକ୍ଷୋଭ ପ୍ରଦର୍ଶନ । ଉନ୍ନୟନ ନାଁରେ କଟକରେ ପ୍ରଶାସନ ଉଚ୍ଛେଦ କରୁଥିବା ଅଭିଯୋଗ ଆଣିଲା ସଂଘ । କଟକର ବିକାଶ ପାଇଁ ଅନେକ ବସ୍ତି ଭଙ୍ଗା ଯାଇଥିବା ବେଳେ ଏବେ ମଧ୍ୟ ଆହୁରି ଭାଙ୍ଗିବା ପାଇଁ ପ୍ରୟାସ ଜାରି ରଖିଛି ପ୍ରଶାସନ । କିନ୍ତୁ ଲୋକଙ୍କୁ ଥଇଥାନ କରାଯାଉନାହିଁ । ଏପରି ୧୨ ଦଫା ଦାବି ନେଇ ଧାରଣାକୁ ଓହ୍ଲାଇଲା ଏସୟୁସିଆଇ (SUCI) । ଯାହାକୁ ନେଇ ଆଜି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଏସୟୁସିଆଇ ।

୧୨ ଦଫା ଦାବି ନେଇ ଏସୟୁସିଆଇର ବିକ୍ଷୋଭ ପ୍ରଦର୍ଶନ

ଏତଦ ବ୍ୟତୀତ ପେଟ୍ରୋଲ ,ଡିଜେଲ, ରନ୍ଧନ ଗ୍ୟାସ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ହ୍ରାସ କରିବା । ବସ୍ତି ବାସିନ୍ଦାଙ୍କୁ ଆଇନ ଅନୁଯାୟୀ ଥଇଥାନ କରିବା ସହ ଜମି ପଟ୍ଟା ଯୋଗାଇ ଦେବା ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛି ଏସୟୁସିଆଇ । ଆଗାମୀ ଦିନରେ ବସ୍ତି ଉଚ୍ଛେଦ ପୂର୍ବରୁ ଯଦି ଥଇଥାନ କରାନଯାଏ ତେବେ ସ୍ଥିତି ସାଙ୍ଘାତିକ ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନକାରୀ ।

ଏହା ମଧ୍ୟ ପଢନ୍ତୁ-Padampur Bypoll: ଡିସେମ୍ବର ୫ରେ ପଦ୍ମପୁର ଉପନିର୍ବାଚନ

ଏନେଇ ଜଣେ ଆନ୍ଦୋଳନକାରୀ କହିଛନ୍ତି,'' ଜନସାଧାରଣଙ୍କ ଅବସ୍ଥା ଦୁର୍ବିସହ, ଦରଦାମ ବୃଦ୍ଧି ,ବେକାରୀ, ଚାଷୀ ମାନଙ୍କର ହାହକାର ଅବସ୍ଥା, ବିଦ୍ୟୁତ ଶୁଳ୍କ ବୃଦ୍ଧି, ଘନ ଘନ ବିଜୁଳି କାଟ । ଦିନକୁ ଦିନ ମହିଳାମାନଙ୍କ ଉପରେ ଅତ୍ୟାଚାର ବଢି ଚାଲିଥିବା ବେଳେ ନାରୀର ନିରାପତ୍ତା ବିପନ୍ନ ହୋଇଛି । ସରକାର ରାଜ୍ୟରେ ମଦ ବନ୍ୟା ସୃଷ୍ଟି କରିଛନ୍ତି । ସେପଟେ ଏଭଳି ବସ୍ତି ବାସିନ୍ଦାକୁ ଉନ୍ନୟନ ନାଁରେ ଉଚ୍ଛେଦ କରାଯାଉଛି । କିନ୍ତୁ ସରକାର ଯେଉଁ ଆଇନ କରିଛନ୍ତି ନିଜେ ଉଲ୍ଲଂଘନ କରି ସେମାନଙ୍କୁ ଥଇଥାନ କରୁନାହାନ୍ତି । ଏଭଳି ୧୨ ଦଫା ଦାବି ନେଇ ଆମ ଦଳ ତରଫରୁ ୨୯ ସେପ୍ଟେମ୍ବରରେ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହାପରେ ନଭେମ୍ବର ପ୍ରଥମ ସପ୍ତାହକୁ ଦାବି ସପ୍ତାହ ରୂପେ ପାଳନ କରି ଆଜି କଟକ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା ଦେଇଛୁ ।''

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.