ETV Bharat / state

ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ, ବିଦ୍ୟାଳୟ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଧାରଣା

author img

By ETV Bharat Odisha Team

Published : Oct 11, 2023, 7:27 PM IST

ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ କରି ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ପାଠପଢା ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହେଉଥିବାବେଳେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷାଧିକାରୀ । ଅଧିକ ପଢନ୍ତୁ

students stage protest
ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ

ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ

ନିଆଳି: ଶିକ୍ଷୟିତ୍ରୀଙ୍କ ବଦଳିକୁ ବିରୋଧ କରି ବିଦ୍ୟାଳୟ ଫାଟକ ଆଗରେ ଧାରଣା ଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବାଇରୋଇସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଧାରଣା ଦେଇଛନ୍ତି । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ପାଇଁ ବ୍ୟବସ୍ଥା ରହିଥିବାବେଳେ 8ଟି ଶ୍ରେଣୀ ପାଇଁ ରହିଥିଲେ 5ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ। ହଠାତ୍‌ ଜଣେ ଶିକ୍ଷୟିତ୍ରୀଙ୍କ ଅନ୍ୟତ୍ର ବଦଳି ଯୋଗୁଁ ପ୍ରତିବାଦ କରିଛନ୍ତି ବିଦ୍ୟାଳୟର ସିଏମସି କମିଟି, ଛାତ୍ରଛାତ୍ରୀ ଓ ଅଭିଭାବକ ।

ସୂଚନା ଅନୁସାରେ, ଏହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୧୯୮୯ ମସିହାରେ ସ୍ଥାପିତ ହୋଇଥିଲା । ଗାଁ ଗହଳିର ପିଲାଙ୍କ ପାଠପଢା ପାଇଁ ଉଦ୍ଦିଷ୍ଟ ଏହି ସରକାରୀ ବିଦ୍ୟାଳୟରେ ଥିବା 8ଟି ଶ୍ରେଣୀଗୃହରେ ବର୍ତ୍ତମାନ ୧୨୦ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । 8ଟି ଶ୍ରେଣୀ ପାଇଁ ଏବେ 4 ଜଣ ଶିକ୍ଷକ ଓ ଜଣେ ଶିକ୍ଷୟିତ୍ରୀ ପାଠ ପଢ଼ାଉଛନ୍ତି । ଫଳରେ ବିଦ୍ୟାଳୟରେ ପାଠ ପଢା ଅସୁବିଧା ହେଉଥିବା ନେଇ ଅଭିଯୋଗ ହୋଇଛି । ଆଠଟି ଶ୍ରେଣୀ ପାଇଁ ଏହା ଯଥେଷ୍ଟ ନୁହେଁ ବୋଲି କହିଛନ୍ତି ବିଦ୍ୟାଳୟର ସିଏମସି କମିଟି, ଅଭିଭାବକ ଓ ଛାତ୍ରଛାତ୍ରୀ ।‌

ଏହା ବି ପଢନ୍ତୁ...ସ୍କୁଲରେ ଶିକ୍ଷକ ଅଭାବ, ତାଲା ପକାଇଲେ ଛାତ୍ରଛାତ୍ରୀ

ଗତ କିଛି ଦିନ ତଳେ ହଠାତ ବିଦ୍ୟାଳୟରକ ଶିକ୍ଷୟିତ୍ରୀ କବିତା ରାଣୀ ସାହୁଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଯାହା ଫଳରେ ବିଦ୍ୟାଳୟରେ ପାଠ ପଢାରେ ବ୍ୟାହତ ସୃଷ୍ଟି ହେଉଛି ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ ଓ ସିଏମସି କମିଟି ।‌ ଏନେଇ ଆଜି ସକାଳ ସମୟରେ ସିଏମସି କମିଟି, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଧାରଣା ଦେଇ ପ୍ରତିବାଦ କରିଛନ୍ତି ।"ଯେଉଁ ଶିକ୍ଷୟତ୍ରୀଙ୍କ ବଦଳି କରାଯାଇଛି ସେ ଶିକ୍ଷୟିତ୍ରୀ ଭଲ ପାଠ ପଠାଉଥିଲେ । ହଠାତ୍ କାହିଁକି ଅନ୍ୟତ୍ର ବଦଳି କାହିଁକି କରାଗଲା ୮ଟି ଶ୍ରେଣୀ ପାଇଁ ଚାରି ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ କିଭଳି ପାଠ ପଢାଇବେ ?"ବୋଲି ଅଭିଯୋଗ କରିଛନ୍ତି ଅଭିଯୋଗକାରୀ ।

ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କ ବଦଳି ଆଦେଶକୁ ବାତିଲ କରାଯାଉ ଏବଂ ପୁନଶ୍ଚ ଏହି ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଜଣକ ଶିକ୍ଷାଦାନ କରନ୍ତୁ ବୋଲି ଦାବି କରିଛନ୍ତି ସିଏମସି କମିଟି, ଅଭିଭାବକ ଓ ଛାତ୍ରଛାତ୍ରୀ । ଏ ସମ୍ପର୍କରେ କମିଟି ଓ ଅଭିଭାବକମାନଙ୍କ ପକ୍ଷରୁ ଏକ ଲିଖିତ ଅଭିଯୋଗ ପତ୍ର କଣ୍ଟାପଡ଼ା ବ୍ଲକ ଶିକ୍ଷାଧିକାରୀଙ୍କୁ ଦିଆଯାଇଛି । ସେପଟେ ଶିକ୍ଷୟିତ୍ରୀଙ୍କ ବଦଳି ସମ୍ପର୍କରେ ଫୋନରେ ଯୋଗାଯୋଗ କରିବା ପରେ ଶିକ୍ଷାଧିକାରୀ ପ୍ରତିକ୍ରିୟା ରଖି କହିଛନ୍ତି, "ସରକାରଙ୍କ ନିୟମ ଅନୁଯାୟୀ ୧୨୦ ପିଲାରେ ୪ଜଣ ଶିକ୍ଷକ ରହିବା କଥା । ଏଠି ୫ ଜଣ ଥିବାରୁ ଆମେ ଜଣଙ୍କୁ ଟେକିଂ କ୍ଲାସରେ ପଠାଇଛୁ।"

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.