ETV Bharat / state

ବାଲିଯାତ୍ରାରେ ମହାଦୁର୍ନୀତି ! ଶାସକ ଦଳ ଉପରେ ପଡିବ କି ପ୍ରଭାବ ?

author img

By ETV Bharat Odisha Team

Published : Dec 12, 2023, 5:30 PM IST

impact on BJD due to BaliJatra irregularities: ବାଲିଯାତ୍ରାରେ ବ୍ୟାପକ ଅନିୟମିତତା ପ୍ରସଙ୍ଗ । ଶାସକ ଦଳ ଉପରେ ପଡିବ କି ପ୍ରଭାବ ? ଅଧିକ ପଢନ୍ତୁ

impact on BJD due to BaliJatra irregularities
impact on BJD due to BaliJatra irregularities

ବାଲିଯାତ୍ରାରେ ବ୍ୟାପକ ଅନିୟମିତତା

କଟକ: ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ଶାସକ ଦଳ ପାଇଁ ସୃଷ୍ଟି କରିପାରେ ଅଡ଼ୁଆ । ବିଶେଷକରି ଦଳକୁ କ୍ଷତି ପହଞ୍ଚାଇପାରେ । କାରଣ ଅନିୟମିତତାକୁ ନେଇ କେବଳ ବିରୋଧୀମାନେ ସ୍ବର ଉଠାଉନାହାନ୍ତି, ବରଂ ଶାସକ ଦଳର ଅନେକ କର୍ପୋରେଟର ତଥା କଟକ ବିଜେଡି ଜିଲ୍ଲା ସଭାପତି ବି ଏନେଇ ସ୍ବର ଉଠାଇଛନ୍ତି । ଆଉ କଟକ ସହରରେ ଏହା ଏବେ ବଡ଼ ଆଲୋଚନା ପ୍ରସଙ୍ଗ ପାଲଟିଛି । ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ମାସ ଥିବାବେଳେ ଅନିୟମିତତା ପ୍ରସଙ୍ଗ ଶାସକ ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି ରାଜନୀତି ସମୀକ୍ଷକ ଆକଳନ କରିଛନ୍ତି ।

ଏନେଇ ରାଜନୀତି ସମୀକ୍ଷକ ଡଃ ଓଁକାର ରାଉତ କହିଛନ୍ତି, "ବାଲିଯାତ୍ରା ଦୁର୍ନୀତି ପ୍ରସଙ୍ଗକୁ ନେଇ ଏବେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ଟଣାଓଟରା ଚାଲିଛି । ବାରବାଟୀ ବିଧାୟକ ମହମ୍ମଦ ମୋକିମ ପ୍ରେସ ବାର୍ତ୍ତା ମାଧ୍ୟମରେ ଏହି ଦୁର୍ନୀତିକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ । ଏହାପରେ ଏବେ କଟକବାସୀଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି । ମୋ ମତରେ ଆଗାମୀ ଦିନରେ ଏହି ଦୁର୍ନୀତି ଶାସକ ଦଳ ଉପରେ ପ୍ରଭାବ ପକାଇପାରେ । କଟକ ମହାନଗର ନିଗମର ୫୯ଟି ୱାର୍ଡ ମଧ୍ୟରୁ ଅଧିକାଂଶ ୱାର୍ଡରେ ବିଜେଡି କର୍ପୋରେଟର ଅଛନ୍ତି । ତେବେ ଏହି ବାଲିଯାତ୍ରା ଦୁର୍ନୀତିକୁ ନେଇ ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ବିଜେଡି କର୍ପୋରେଟରମାନେ ମେୟର ସୁବାସ ସିଂଙ୍କୁ ଘେରିଛନ୍ତି । ଯାହାକୁ ନେଇ ଶାସକ ଦଳ ଉପରେ ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି ।"

ଏହା ବି ପଢନ୍ତୁ- ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ପ୍ରସଙ୍ଗ, ମୁହଁ ଖୋଲିଲେ ସିଏମସି କମିଶନର

ଚଳିତ ବାଲିଯାତ୍ରାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅନୁମାନ କରାଯାଉଛି । ସେ ତ୍ବରଣ ହେଉ ବା ବାଣଫୁଟା ସବୁଥିରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଛି । ସର୍ବପ୍ରଥମେ ଖୋଦ ବିଜେଡି କର୍ପୋରେଟର ଅଭିଯୋଗ ଆଣିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ବିରୋଧୀ ମେୟର ସୁବାର ସିଂ ଓ ସିଏମସିକୁ ଘେରିଥିଲେ । ଗତ ୨ ଦିନ ତଳେ ବାରବାଟୀ ବିଧାୟକ ମହମ୍ମଦ ମୋକିମ ସାମ୍ବାଦିକ ସମ୍ମିଳନୀ କରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ଉଠାଇଥିଲେ । ମେୟର ଓ ସିଏମସି କମିଶନର କଟକବାସୀଙ୍କ ଟିକସ ଟଙ୍କା ଚଳୁ କରିନେଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ ।

ଏହା ବି ପଢନ୍ତୁ- ବାଲିଯାତ୍ରା ଦୁର୍ନୀତିକୁ ନେଇ ଝଡ଼, ମେୟର କମିଶନରଙ୍କ ଉପରେ ବର୍ଷିଲେ ମୋକିମ

ସେପଟେ ଚୁପ ବସିଥିବା ସିଏମସି କମିଶନର ନିଖିଲ ପବନ ଗତକାଲି ଏ ନେଇ ମୁହଁ ଖୋଲି କୌଣସି ଦୁର୍ନୀତି ହୋଇନାହିଁ ବୋଲି ସଫେଇ ଦେଇଥିଲେ । ବାଲିଯାତ୍ରାରେ ଯେଉଁ ସବୁ କାର୍ଯ୍ୟର ଟେଣ୍ଡର ଦିଆ ଯାଇଥିଲା ତାହାର କୌଣସି ପେମେଣ୍ଟ ଦିଆଯାଇନାହିଁ । କାର୍ଯ୍ୟ ଦେଖି ପେମେଣ୍ଟ ଦେବାର ବ୍ୟବସ୍ଥା ରହିଛି । ଏହାର ତଦନ୍ତ ପାଇଁ କମିଟି ମଧ୍ୟ ଗଠନ କରାଯାଇଛି । ସମସ୍ତ କାର୍ଯ୍ୟ ଆଇନ ଅନୁଯାୟୀ କରାଯାଇଛି। ସିଏମସି କାଉନସିଲରେ ପାସ ହେବା ପରେ ଟେଣ୍ଡର ଦିଆଯାଇଛି । ତେବେ ଏବେ ଯେଉଁ ସବୁ ଅଭିଯୋଗ ଆସିଛି ତାହା କମିଟି ରିପୋର୍ଟ ଆସିବା ପରେ ହିଁ ପେମେଣ୍ଟ କରାଯିବ। ଏଣୁ କୌଣସି ଅନିୟମିତତା ହୋଇନାହିଁ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.