ETV Bharat / state

ଆରଡିସି କାର୍ଯ୍ୟାଳୟ ସାମ୍ନାରେ ଚିଟଫଣ୍ଡ ଜମାକାରୀଙ୍କ ବିକ୍ଷୋଭ

author img

By

Published : Jun 9, 2023, 12:23 PM IST

ଜମା ଟଙ୍କା ଫେରାଇବା ଦାବିରେ କଟକରେ ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ବିକ୍ଷୋଭ । ଅଧିକ ପଢନ୍ତୁ

ଆରଡିସି କାର୍ଯ୍ୟାଳୟ ସାମ୍ନାରେ ଚିଟଫଣ୍ଡ ଜମାକାରୀଙ୍କ ବିକ୍ଷୋଭ
ଆରଡିସି କାର୍ଯ୍ୟାଳୟ ସାମ୍ନାରେ ଚିଟଫଣ୍ଡ ଜମାକାରୀଙ୍କ ବିକ୍ଷୋଭ

ଆରଡିସି କାର୍ଯ୍ୟାଳୟ ସାମ୍ନାରେ ଚିଟଫଣ୍ଡ ଜମାକାରୀଙ୍କ ବିକ୍ଷୋଭ

କଟକ: କଟକରେ ପୁଣିଥରେ ରଣହୁଙ୍କାର ଦେଇଛନ୍ତି ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ । ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଆଦି ୧୦ଟି ଜିଲ୍ଲାର କ୍ଷତିଗ୍ରସ୍ତ ଲୋକେ ଗୁରୁବାର କେନ୍ଦ୍ରାଞ୍ଚଳ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରିବା ସହ ଗଣ ସତ୍ୟାଗ୍ରହ କରିଛନ୍ତି । ତୁରନ୍ତ ତହସିଲ ଜରିଆରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ଜମା ଅର୍ଥ ଫେରାଇବାକୁ ଦାବି କରିଛନ୍ତି ଉଭୟ ସାହାରା ଜମାକାରୀ ମଞ୍ଚ ଏବଂ ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ । ଏନେଇ ଆରଡିସିଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି ।

କିଛି ଦିନର ନିରବତା ପରେ ଚିଟଫଣ୍ଡ କ୍ଷତିଗ୍ରସ୍ତ ନିଜ ଜମା ଟଙ୍କା ଫେରିପାଇବା ଦାବିରେ ପୁଣିଥରେ ରାସ୍ତାକୁ ଓହ୍ଲାଇଛନ୍ତି । ଚିଟଫଣ୍ଡ ସଂସ୍ଥା ଦ୍ଵାରା ଠକେଇର ଶିକାର ହୋଇ ନିଜର କଷ୍ଟ ଅର୍ଜିତ ଜମା ଟଙ୍କା ହରାଇ ସେମାନେ ସର୍ବସ୍ବାନ୍ତ ହୋଇଯାଇଛନ୍ତି । ତେଣୁ ଏପରି ଭାବେ ରାସ୍ତାରେ ପ୍ରତିବାଦ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର ଆଦି ୧୦ଗୋଟି ଜିଲ୍ଲାରୁ ଶତାଧିକ ମହିଳା ଏବଂ ପୁରୁଷ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ସାହାରା ଇଣ୍ଡିଆ ସଂସ୍ଥାର ଅଧ୍ୟକ୍ଷ ସୁବ୍ରତ ରୟ କୋଟି କୋଟି ଲୋକଙ୍କ ଜମା ଅର୍ଥ ହଡପ କରିଛି । ତୁରନ୍ତ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ତହସିଲ ଜରିଆରେ ଚିହ୍ନଟ କରି ସେମାନଙ୍କ ଜମା ଟଙ୍କା ଫେରାଇବାକୁ ଦାବି କରିଛି ମଞ୍ଚ ।

ଜମାକାରୀ ମିଳିତ ମଞ୍ଚ ପକ୍ଷରୁ ୨୦୧୨ ମସିହାରୁ ବିଭିନ୍ନ ତହସିଲ, ଜିଲ୍ଲା ସଦର ମହକୁମା ଏପରିକି ରାଜ୍ୟ ରାଜଧାନୀରେ ଆନ୍ଦୋଳନ କରାଯାଇଥିଲେ ସୁଦ୍ଧା ଜମାକାରୀଙ୍କ ଟଙ୍କା ଫେରାଇବା ଦିଗରେ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି । କେବଳ ସାହାରା ଇଣ୍ଡିଆର କ୍ଷତିଗ୍ରସ୍ତ ଜମାକାରୀ ନୁହେଁ ବରଂ ଅର୍ଥତତ୍ତ୍ବ, ସିସୋର, ମାଇକ୍ରୋ ଫାଇନ୍ସ,ଗୋଲ୍ଡେନ ଲ୍ୟାଣ୍ଡ, ରୋଜ ଭ୍ୟାଲି, ସାରଦା ଭଳି ଚିଟଫଣ୍ଡ ସଂସ୍ଥା ଦ୍ଵାରା କୋଟି କୋଟି ଜନସାଧାରଣ ଠକେଇର ଶିକାର ହୋଇଛନ୍ତି । ତେବେ ସାହାରା ଇଣ୍ଡିଆ ବନ୍ଦ ହୋଇଥିଲେ ମଧ୍ୟ କିଛି ଏଜେଣ୍ଟମାନେ ମିଛ କଥା କହି ଗ୍ରାମାଞ୍ଚଳର ଲୋକମାନଙ୍କୁ ଏବେ ବି ଠାକୁଥିବାର ଅଭିଯୋଗ ହୋଇଛି । ମାଚ୍ୟୁରୁଟି ପୁରି ଯାଇଥିଲେ ମଧ୍ୟ ଟଙ୍କା ନଫେରାଇ ପୁନର୍ବାର ଜମା କରି ଦେଉଛନ୍ତି ।

ତେବେ ଏହିସବୁ ଅସାଧୁ କମ୍ପାନୀ ସହ ପ୍ରୀତି କରି ଉଭୟ କେନ୍ଦ୍ର ଏବଂ ସରକାର ଜନସାଧାରଣଙ୍କ ଅର୍ଥ ହଡପ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି କ୍ଷତିଗ୍ରସ୍ତ ଜମାକାରୀ । ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ମାମଲାରେ ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଉଭୟ କେନ୍ଦ୍ର ଏବଂ ସରକାରଙ୍କ ଉପରେ ବର୍ଷିଥିବା ମଞ୍ଚର ଆବାହକ ଜୟନ୍ତ ଦାସ କହିଛନ୍ତି । କ୍ଷତିଗ୍ରସ୍ତ ଜମାକାରୀ ନିଜର ଭବିଷ୍ୟତର ସମ୍ବଳ ହରାଇ ଅନେକ ସମସ୍ୟାରେ ଘାଣ୍ଟି ହେଉଥିବା ସେ କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.