ETV Bharat / state

ଭାଇଚାରା ସହରରେ ପଖାଳ ମାଡ଼, ବିଭିନ୍ନ ହୋଟେଲରେ ଗ୍ରାହକଙ୍କ ଭିଡ

author img

By

Published : Mar 20, 2023, 10:50 PM IST

ଭାଇଚାରା ସହର କଟକରେ ପଖାଳ ଦିବସ ପାଳନ । ବିଭିନ୍ନ ହୋଟେଲରେ ଦହି ପଖାଳ ସାଙ୍ଗକୁ ସୁସ୍ବାଦୁ ବ୍ୟଞ୍ଜନର ମଜା ଉଠାଇଲେ କଟକବାସୀ । ଅଧିକ ପଢ଼ନ୍ତୁ

pakhala divas celebrated in cuttack
କଟକରେ ପଖାଳ ଦିବସ ପାଳନ

କଟକରେ ପଖାଳ ଦିବସ ପାଳନ

କଟକ: ଓଡ଼ିଆ ପାଳୁଛନ୍ତି ବିଶ୍ୱ ପଖାଳ ଦିବସ । ସଂସ୍କୃତି ଓ ପରମ୍ପରା ନଗରୀ କଟକରେ ଥିବା ବଡ଼ ବଡ଼ ହୋଟେଲ ଗୁଡିକରେ ପଖାଳ ଦିବସ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥିଲା । ଓଡ଼ିଆ ଘରର ଏହି ପାରମ୍ପରିକ ଖାଦ୍ୟର ଚାହିଦା ବିଶେଷ କରି ଖରାଦିନେ ଢେର ଅଧିକ ରହିଥିବାରୁ ଦହି ପଖାଳ ସହ ଅନ୍ୟାନ୍ୟ ପାରମ୍ପରିକ ଖାଦ୍ୟକୁ ପରସିବାର ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି । ଆଜିର ଦିନରେ ସୁସ୍ବାଦୁ ପଖାଳର ମଜା ନେଇ ଗ୍ରାହକ ଢେର ଖୁସି ପ୍ରକାଶ କରିଛନ୍ତି । ଗ୍ରାହକଙ୍କ ପାଇଁ ବିଭିନ୍ନ ହୋଟେଲ ଗୁଡିକରେ ଭଳିକି ଭଳି ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ବିଶ୍ୱ ପଖାଳ ଦିବସ: ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଲାଗିହୁଏ ବିଭିନ୍ନ ରକମର ପଖାଳ

ଦହି, ପୋଦିନା ପତ୍ର, ଭୃସଙ୍ଗ ପତ୍ର, ଅଦା, ଲଙ୍କା ଆଦିକୁ ଛୁଙ୍କ ଦେଇ ପ୍ରସ୍ତୁତ କରାଯାଇଛି ଦହି ପଖାଳ । ଆଉ ତା ସାଙ୍ଗକୁ ପ୍ଲେଟରେ ସ୍ୱତନ୍ତ୍ର ଭାବେ ପରସା ଯାଇଛି ଓଡ଼ିଶାର ଘରେ ଘରେ ପରିଚିତ ପାରମ୍ପରିକ ଖାଦ୍ୟ । ଯେମିତିକି ବଢିଚୁରା, ଆଳୁ ଭରତା, ଛୁଇଁ ଆଳୁଭଜା, ଶାଗଭଜା, ବାଇଗଣ ଚଟୁଣୀ, କଲରା ଚିପ୍ସ, ବିଲାତି ଚଟଣୀ, ପାମ୍ପଡ଼, ମାଛ ଭଜା ଭଳି ଅନେକ ସୁସ୍ବାଦୁ ଖାଦ୍ୟ ପାରସା ଯାଇଛି । ଆମିଷ ପ୍ରୀୟ ଲୋକଙ୍କ ପାଇଁ ମାଛ ଭଜା, ମସଲା ମାଛ, ଚିଙ୍ଗୁଡି କଷା, ଚୁନା ମାଛ ରାଇ ଭଳି ନାନାଦି ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଓଡ଼ିଆଙ୍କ ଭାରିପ୍ରିୟ ପଖାଳ, କୋହଲା ପାଗରେ ବି ରାଜଧାନୀରେ ଜମିଲା ପଖାଳ

ବିଶ୍ୱ ପଖାଳ ଦିବସ ଅବସରରେ କଟକର ପ୍ରାୟ ସମସ୍ତ ହୋଟେଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଏସବୁ ପାରମ୍ପରିକ ଖାଦ୍ୟକୁ ବିଶେଷକରି ହୋଟେଲ ଗୁଡିକରେ ଖାଇ ଏହାର ଢେର ମଜା ନେଇଛନ୍ତି ଗ୍ରାହକ । ପଖାଳ ଓଡ଼ିଆ ଘରର ଏକ ପ୍ରମୁଖ ଖାଦ୍ୟ ହୋଇଥିବା ବେଳେ ଏହା ଦେହ ପାଇଁ ଢେର ଭଲ । ତେଣୁ ସମସ୍ତେ ପଖାଳ ଖାଇବା ଉଚିତ ବୋଲି କଟକବାସୀ କହିଛନ୍ତି । ବିଭିନ୍ନ ହୋଟେଲରୋ ଗ୍ରାହକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଯାହା ଫଳରେ ବ୍ୟବସାୟ ମଧ୍ୟ ଭଲ ହୋଇଥିବା ବ୍ୟବସାୟୀ କହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ସୋମବାର ଥିବାରୁ ଲୋକେ ଆମିଷ ଅପେକ୍ଷା ନିରାମିଷ ଖାଦ୍ୟକୁ ଅଧିକ ପସନ୍ଦ କରିଥିଲେ । ଭଲ ବାର ପଡ଼ିଥିଲେ ପଖାଳ ଦିବସର ଆହୁରି ବେଶ ମଜା ହୋଇଥାନ୍ତା ବୋଲି କଟକ ବାସିନ୍ଦା କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.