ETV Bharat / state

Lawyers protest: ହାଇକୋର୍ଟରେ ଓକିଲଙ୍କ ଜାମିନ ଆବେଦନ ଶୁଣାଣି, ରାୟ ସଂରକ୍ଷିତ ରଖିଲେ କୋର୍ଟ

author img

By

Published : Feb 9, 2023, 2:04 PM IST

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମୟରେ ଜଜଙ୍କ ଚ୍ୟାମ୍ବରରେ ପଶି ଭଙ୍ଗାରୁଜା ଘଟଣା । ଗିରଫ 29 ଓକିଲଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ । ଅଧିକ ପଢନ୍ତୁ

odisha high court hearing lawyers bail petition
odisha high court hearing lawyers bail petition

କଟକ: ସମ୍ବଲପୁରରେ କୋର୍ଟ ପରିସରରେ ଆଇନଜୀବୀଙ୍କ ଭଙ୍ଗାରୁଜା ପ୍ରସଙ୍ଗ । ଗିରଫ ହୋଇଥିବା 29 ଜଣ ଓକିଲଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷଣ ରଖିଛନ୍ତି ହାଇକୋର୍ଟ । ଗତବର୍ଷ ଡିସେମ୍ବର 12 ତାରିଖରେ ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମୟରେ ଜଜଙ୍କ ଚ୍ୟାମ୍ବରରେ ପଶି ଭଙ୍ଗାରୁଜା କରିଥିଲେ ଗିରଫ ହୋଇଥିବା ଓକିଲ ।

ସମ୍ବଲପୁର ଓକିଲ ଆନ୍ଦୋଳନ ଘଟଣାରେ 29 ଜଣ ଆଇନଜୀବୀ ଗିରଫ ହୋଇଥିଲେ । ଜଜଙ୍କ ଚାମ୍ବରରେ ଭିତରେ ବିଶୃଙ୍ଖଳା ଘଟଣାକୁ ନେଇ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିଲା ପୋଲିସ । ଏହାପରେ କୋର୍ଟ ପରିସରରେ 144 ଧାରା ଲଗା ଯାଇଥିବା ବେଳେ ଏହି ଅଞ୍ଚଳରେ 15 ପ୍ଲାଟୁନ ପୋଲିସ ମୁତୟନ କରାଯାଇଥିଲା l ଯେଉଁମାନେ 200 ମିଟର ନିଷିଦ୍ଧାଞ୍ଚଳକୁ ଆସିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଥିଲା । ଆଇନଜୀବୀଙ୍କ ଭଙ୍ଗାରୁଜା ନେଇ 29 ଓକିଲଙ୍କ ଲାଇସେନ୍ସ ସସପେଣ୍ଡ କରାଯାଇଥିଲା ।

ହାଇକୋର୍ଟ ବେଞ୍ଚ୍‌ ଦାବି ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀ ପୋଲିସର ବ୍ୟାରିକେଟ ଭାଙ୍ଗି ବିଚାରପତିଙ୍କ ଚାମ୍ବର ଭିତରକୁ ବଳ ପୂର୍ବକ ପଶି ଭଙ୍ଗାରୁଜା କରିଥିଲେ । ଫଳରେ ବିଚାରପତି ଫେରିଯାଇଥିଲେ । ଏହି ଘଟଣାରେ ପୋଲିସ ସିସିଟିଭି ଯାଞ୍ଚ କରି ଓକିଲଙ୍କୁ ଗିରଫ କରିଥିଲା ।

ପ୍ରକାଶ ଥାଉ କି, ଏହି ଆନ୍ଦୋଳନରେ ସମ୍ବଲପୁର କୋର୍ଟ ଭିତରେ ବିଶୃଙ୍ଖଳା ଘଟଣାକୁ ନେଇ କଠୋର ହୋଇଥିଲା ବାର କାଉନସିଲ ଅଫ ଇଣ୍ଡିଆ । ସମ୍ବଲପୁର ବାର ଆସୋସିଏସନ୍‌ର 29 ଜଣ ଆଇନଜୀବୀଙ୍କ ଲାଇସେନ୍ସ ଦେଢ ବର୍ଷ ପାଇଁ ସସପେଣ୍ଡ କରିଥିଲେ ବିସିଆଇ । ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ତୁମୁଳକାଣ୍ଡ ଘଟାଇଥିଲେ ଆନ୍ଦୋଳନକାରୀ ଆଇନଜୀବୀ । ବିଭିନ୍ନ ବିରୋଧାତ୍ମକ ସ୍ଲୋଗାନ ଦେବା ସହିତ କୋର୍ଟ ପରିସରକୁ ଧସେଇ ପଶି ଭଙ୍ଗାରୁଜା କରିଥିଲେ ।

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପରେ ସମ୍ବଲପୁରରେ ଜାରି ରହିଥିବା ନ୍ୟାୟିକ ଅଚଳାବସ୍ଥା ଗତ ଜାନୁଆରୀ ପ୍ରଥମ ସପ୍ତାହରେ ସ୍ୱାଭାବିକ ହୋଇଥିଲା । କୋର୍ଟ କାର୍ଯ୍ୟରେ ଯୋଗ ଦେଇଥିଲେ ଓକିଲ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଆନ୍ଦୋଳନ ହେଇଥିବାରୁ ଡିସେମ୍ବର 12 ତାରିଖରୁ ସମ୍ବଲପୁରର କୋର୍ଟ କଚେରୀରେ ଓକିଲମାନେ କାର୍ଯ୍ୟରେ ଯୋଗ ଦେଉନଥିଲେ । ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ କରୁଥିବା ସମୟରେ ଆନ୍ଦୋଳନକାରୀ ଜଜଙ୍କ ଚ୍ୟାମ୍ବରରେ ପଶି ଭଙ୍ଗାରୁଜା କରିବା ପରେ ସ୍ଥିତି ଆହୁରି ସଙ୍ଗୀନ ହୋଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.