ETV Bharat / state

ସିଏମସିରେ ବ୍ୟାପକ ଦୁର୍ନୀତି ଗନ୍ଧ, ସମୀକ୍ଷା କଲେ ବିଧାୟକ ମୋକିମ

author img

By

Published : Jul 20, 2023, 1:45 PM IST

ସିଏମସିର ବିଭିନ୍ନ ଯୋଜନା ସମୀକ୍ଷା କଲେ ବିଧାୟକ ମୋକିମ । ଅଧିକ ପଢନ୍ତୁ

ସିଏମସିର ବିଭିନ୍ନ ଯୋଜନା ସମୀକ୍ଷା କଲେ ବିଧାୟକ ମୋକିମ
ସିଏମସିର ବିଭିନ୍ନ ଯୋଜନା ସମୀକ୍ଷା କଲେ ବିଧାୟକ ମୋକିମ

ସିଏମସିର ବିଭିନ୍ନ ଯୋଜନା ସମୀକ୍ଷା କଲେ ବିଧାୟକ ମୋକିମ

କଟକ: କଟକ ମହାନଗର ନିଗମର ବିଭିନ୍ନ ଯୋଜନା ସମୀକ୍ଷା କରିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ । ବିଶେଷକରି ଜଳବନ୍ଦୀ ସମସ୍ୟାକୁ ଫୋକସ କରିଛନ୍ତି ବିଧାୟକ । କାରଣ କିଛି ଦିନ ତଳେ ହୋଇଥିବା ଲଘୁଚାପ ବର୍ଷାରେ ସିଲଭରସିଟି ଅବସ୍ଥା ବେହାଲ ହୋଇପଡିଥିଲା । ଏହାକୁ ନଜରରେ ରଖି ତମାମ ତଳିଆ ଅଞ୍ଚଳରେ ଜଳ ନିଷ୍କାସନ ପାଇଁ କେଉଁସବୁ ଯୋଜନା କରାଯାଇଛି ସେନେଇ ବିଭାଗୀୟ ଅଧିକାରୀଙ୍କ ସହ ମୋକିମ ଆଲୋଚନା କରିଛନ୍ତି ।

କଟକ ସହରର ବଡ଼ ସମସ୍ୟା ହେଉଛି ପରିମଳ । ଯାହାକି ବର୍ତ୍ତମାନ ସଠିକ ଢ଼ଙ୍ଗରେ ହେଉନାହିଁ । ବିନା ଟେଣ୍ଡରରେ ଏକ ଘରୋଇ ସଂସ୍ଥାକୁ କାମ ଦିଆଯାଇଛି । ଅଳିଆ କେତେ ଉଠୁଛି ତାହାର ହିସାବ ସିଏମସି ରଖିବାରେ ମଧ୍ୟ ବିଫଳ ହୋଇଛି ବୋଲି ସମୀକ୍ଷା ବୈଠକରେ କହିଛନ୍ତି ମୋକିମ । ଆହୁରି ମଧ୍ୟ କହିଛନ୍ତି ଯେ, ସିଏମସି ହୋଡିଂ ଟିକସ ଆଦାୟରେ ଦଶ ବର୍ଷ ମଧ୍ୟରେ ଶହ ଶହ କୋଟି ଟଙ୍କା ବାଟମାରଣା ହୋଇଛି । ତାହାର ସମସ୍ତ ତଥ୍ୟ ମଧ୍ୟ ହସ୍ତଗତ ହେବ । ତେଣୁ ମୋଟାମୋଟି ଭାବରେ ସିଏମସି ଅନେକ ଦିଗରେ ନିଜର କଳଙ୍କିତ କାୟା ବିସ୍ତାର କରିଛି । ସବୁ ଯୋଜନା ମଧ୍ୟରେ କେଉଁଠି ନା କେଉଁଠି ଦୁର୍ନୀତିର ଛାପ ରହୁଛି । ତେବେ ଆଗମୀ ଦିନରେ ଲୋକମାନଙ୍କ ଉଦ୍ଦେଶ୍ୟରେ ଯେଉଁ ଯୋଜନା କରାଯାଇଛି ତାହାର ସଠିକ କ୍ରିୟାନ୍ବୟନ ଏବଂ ପୁଙ୍ଖାନୁପୁଙ୍ଖ ରିପୋର୍ଟ ଉପରେ ନଜର ରଖାଯିବ ବୋଲି କହିଛନ୍ତି ବାରବାଟୀ ବିଧାୟକ ।

ଏହାମଧ୍ୟ ପଢନ୍ତୁ: ମୁକୁଳା ଡ୍ରେନ୍‌ରେ ପଡ଼ି ମୃତ୍ୟୁ ଘଟଣା : ମେୟର ଓ କମିଶନରଙ୍କ ନାଁରେ ଏତଲା, ଉଠିଲା କ୍ଷତିପୂରଣ ଦାବି

ବୁଧବାର ବିଜୁ ଭବନର ସମ୍ମିଳନୀ କକ୍ଷରେ ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମ ସିଏମସି କମିଶନର ଓ ଅନ୍ୟ ଅଧିକାରୀମାନଙ୍କ ସହ ଉନ୍ନୟନମୂଳକ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା ବୈଠକ କରିଥିଲେ । ବିଶେଷ କରି କଟକ ସହରରେ କାର୍ଯ୍ୟକ୍ଷମ ଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହ ବିଧାୟକଙ୍କ ନଜରକୁ ଆସିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲେ । ବିଶେଷ କରି ଜାଇକା, ବକ୍ସ ଡ୍ରେନ, ପାର୍କ ଓ ଅନ୍ୟ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ଯେହେତୁ ବର୍ଷା ଋତୁ ଚାଲୁଛି ତେଣୁ ଜଳବନ୍ଦୀ ସମସ୍ୟା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଥିଲା ।

କଟକ ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.