ETV Bharat / state

Marital Discord: ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା

author img

By

Published : Dec 19, 2022, 11:35 AM IST

Updated : Dec 19, 2022, 12:20 PM IST

କଟକ ପାରିବାରିକ କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ( Varsha Priyadarshini appear before family court) । ଆଜି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହେବ । ଅଧିକ ପଢନ୍ତୁ

ପରିବାର କୋର୍ଟରେ ହାଜର ହେଲେ ବର୍ଷା
ପରିବାର କୋର୍ଟରେ ହାଜର ହେଲେ ବର୍ଷା

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା

କଟକ: ଷ୍ଟାର ଦମ୍ପତି ବର୍ଷା ଓ ଅନୁଭବଙ୍କ ପାରିବାରିକ ବିବାଦ ମାମଲା ( Varsha Priyadarshini appear before family court)। କଟକ ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଆଜି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ହେବ । ବର୍ଷାଙ୍କୁ ହାଜର ହେବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ପୂର୍ବରୁ ସେପ୍ଟେମ୍ବର 8 ତାରିଖରେ ବର୍ଷାଙ୍କୁ ପାରିବାରିକ ଅଦାଲତରେ ହାଜର ପାଇଁ ନିର୍ଦ୍ଦେଶ ହୋଇଥିଲା ହେଲେ ବର୍ଷା ହାଜର ହୋଇ ନଥିଲେ । ଅଭିନେତା ଅନୁଭବ ନିର୍ଦ୍ଦେଶ ଅନୁସାରେ ହାଜର ହୋଇଥିଲେ ହେଲେ ପତ୍ନୀ ବର୍ଷା ହାଜର ହୋଇନଥିଲେ । ବିବାହ ବିଚ୍ଛେଦ ମାମଲାରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇ ନଥିଲା । ନିଜ ପକ୍ଷ ରଖିବାକୁ ଅଦାଲତଙ୍କୁ ସମୟ ମାଗିଥିଲେ ବର୍ଷା । ଆଜି ପାରିବାରିକ କୋର୍ଟରେ ହାଜର ହୋଇଛନ୍ତି ବର୍ଷା । ଆଜି ତାଙ୍କ ସାକ୍ଷ୍ୟ ଗ୍ରହଣ ହେବ ।

ଲୋକଙ୍କ ହୃଦୟରେ ଘର କରିଥିବା ଏହି ଷ୍ଟାର ଦମ୍ପତ୍ତିଙ୍କ ସମ୍ପର୍କରେ ତିକ୍ତତା ଆସିଛି । ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଅନୁଭବ ପ୍ରଥମେ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ । ଏହାପରେ ବର୍ଷା ଅନୁଭବଙ୍କ ବିରୋଧରେ କଟକ SDJM କୋର୍ଟ ଓ ପରିବାର ଅଦାଲତରେ ଘରୋଇ ହିଂସା, ଭରଣ ପୋଷଣ ଓ ବୈବାହିକ ଜୀବନକୁ ସ୍ଥାୟୀ କରିବାକୁ ପ୍ରାର୍ଥନା କରି ଦୁଇଟି ମାମଲା ଦାଖଲ କରିଥିଲେ । ଏହାର କିଛିଦିନ ପରେ ବର୍ଷା ପଟିଆଲା ହାଉସ କୋର୍ଟରେ ଅନୁଭବ ଦାଖଲ କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପରେ ସୁପ୍ରିମକୋର୍ଟ ମାମଲାର ଶୁଣାଣି କରି ମାମଲାକୁ ତୁରନ୍ତ କଟକ ପରିବାର ଅଦାଲତକୁ ସ୍ଥାନାନ୍ତର କରିବା ପାଇଁ ପଟିଆଲା ହାଉସ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, କଟକ

Last Updated : Dec 19, 2022, 12:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.