ETV Bharat / state

ମୃତ୍ୟୁ ପରେ ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ: ଘଟଣାର 7 ବର୍ଷ ପରେ ଅଭିଯୁକ୍ତକୁ 7 ବର୍ଷ ଜେଲଦଣ୍ଡ ଶୁଣାଇଲେ କୋର୍ଟ

author img

By

Published : Aug 11, 2023, 7:25 AM IST

ମୃତ୍ୟୁ ପରେ ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ମିଳିଛି । ଅଭିଯୁକ୍ତ ଦିଲ୍ଲୀପ ନାଥକୁ 7 ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । ଅଧିକ ପଢନ୍ତୁ

ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ
ଦୁଷ୍କର୍ମ ପୀଡିତାଙ୍କୁ ମିଳିଲା ନ୍ୟାୟ

କଟକ: ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି କଟକ ଜିଲ୍ଲା ଦୌରା ଜଜ୍ ଅଦାଲତ । ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତକୁ 7 ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । 7 ବର୍ଷ ପରେ ପୀଡିତାଙ୍କୁ ଯଦିଓ ନ୍ୟାୟ ମିଳିଛି ହେଲେ ପୀଡିତା ଜଣକ ଜୀବିତ ନାହାଁନ୍ତି । କୋର୍ଟରେ ଏହି ମାମଲାର ଟ୍ରାଏଲ ଚାଲିଥିବାବେଳେ ପୀଡ଼ିତାଙ୍କ ମୃତ୍ୟୁ ଘଟିଥିଲା । ତେବେ 7 ବର୍ଷ ପରେ କଟକ ଜିଲ୍ଲା ଦୌରା ଜଜ୍ କୋର୍ଟ ଏହି ମାମଲାର ଶୁଣାଣି କରି ଦଣ୍ଡ ବିଧାନ କରିଛନ୍ତି । ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଜଣକ ହେଉଛି ଦିଲ୍ଲୀପ ନାଥ ।

ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଦିଲ୍ଲୀପ ନାଥକୁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ । କେବଳ ସେତିକି ନୁହେଁ, ଜେଲ ଦଣ୍ଡ ସହ ଅଭିଯୁକ୍ତକୁ ୧୦ ହଜାର ଟଙ୍କାର ଜରିମାନା ଦେବା ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଦୀର୍ଘ 7 ବର୍ଷ ପୂର୍ବେ ଘଟିଥିବା ଦୁଷ୍କର୍ମ ଘଟଣାରେ ଶେଷରେ ପୀଡିତାଙ୍କୁ ନ୍ୟାୟ ମିଳିଛି ।

ସୂଚନା ଅନୁସାରେ, ୨୦୧୬ ମସିହା ସେପ୍ଟେମ୍ବର ମାସ ୧୬ ତାରିଖରେ ଘଟିଥିଲା ଏହି ଦୁଷ୍କର୍ମ ଘଟଣା । କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଏହି କାଣ୍ଡ ଭିଆଇଥିଲା ଦିଲ୍ଲୀପ ନାଥ । ଘରେ କେହି ନଥିବା ସମୟରେ ଏହାର ସୁଯୋଗ ନେଇ ଦିଲ୍ଲୀପ ମହିଳାଙ୍କ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହେଇଥିଲା ।

ଏହା ବି ପଢନ୍ତୁ...ଦୁଷ୍କର୍ମ ପୀଡ଼ିତାକୁ ନ୍ୟାୟ, ଦୋଷୀକୁ ୨୦ବର୍ଷ ଜେଲ

ଏହି ଦୁଷ୍କର୍ମ ଘଟଣାକୁ ଏହାରି ଭିତରେ 7 ବର୍ଷ ବିତି ଯାଇଛିଲ । ଏହି ମାମଲା ଦୀର୍ଘ 7 ବର୍ଷ ଧରି କୋର୍ଟରେ ବିଚାରଧୀନ ଥିବାବେଳେ ଶେଷରେ ଦୁଷ୍କର୍ମ ପୀଡିତାଙ୍କୁ ନ୍ୟାୟ ମିଳିଛି । ତେବେ ଏହି ମାମଲାର ଶୁଣାଣି ସମୟରେ 10 ଜଣ ସାକ୍ଷୀ ରହିଥିଲେ । ଏହି 10 ଜଣ ସାକ୍ଷୀ ଓ 12 ଟି ଡକ୍ୟୁମେଣ୍ଟ ଆଧାରରେ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି, କୋର୍ଟରେ ଏହି ମାମଲାର ଟ୍ରାଏଲ ଚାଲିଥିବାବେଳେ ପୀଡ଼ିତାଙ୍କ ମୃତ୍ୟୁ ଘଟିଥିଲା । ଏନେଇ ପବ୍ଲିକ ପ୍ରୋସେକ୍ୟୁଟର କ୍ଷେତ୍ର ମୋହନ ବେହେରା ସୂଚନା ଦେଇଛନ୍ତି । ଦେଶ ତଥା ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ଭଳି ଅପରାଧିକ ମାମଲା ବଢିବାରେ ଲାଗିଛି । ହେଲେ ଅନେକ ସମୟରେ ଦୋଷୀଙ୍କୁ ବିଳମ୍ବରେ ସଜ୍ଜା ହେଉଥିବାବେଳେ ଆଉ କିଛି ଅଭିଯୁକ୍ତ ଖସି ଯିବାରେ ମଧ୍ୟ ସକ୍ଷମ ହୋଇଥାନ୍ତି । ଏଭଳି ଘଟଣା ନ୍ୟାୟିକ ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରୁଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.