ETV Bharat / state

କ୍ରିକେଟ ଖେଳୁଥିବା ବେଳେ ଛାତ୍ରଙ୍କ ମୃତ୍ୟୁ, ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Oct 20, 2022, 8:34 AM IST

ହଷ୍ଟେଲରେ କ୍ରିକେଟ ଖେଳୁଥିବା ବେଳେ ଆଖି ବୁଜିଲେ ଛାତ୍ର । ମୃତ ଛାତ୍ରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ । ଅଧିକ ପଢନ୍ତୁ

କ୍ରିକେଟ ଖେଳୁଥିବା ବେଳେ ଛାତ୍ରଙ୍କ ମୃତ୍ୟୁ, ପୀଡିତ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କ୍ରିକେଟ ଖେଳୁଥିବା ବେଳେ ଛାତ୍ରଙ୍କ ମୃତ୍ୟୁ, ପୀଡିତ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: କ୍ରି‌କେଟ ଖେଳିବା ବେଳେ ପ୍ରାଣ ହରାଇଥିବା ନବୋଦୟ ବିଦ୍ୟାଳୟର ଛାତ୍ରଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ହାଇକୋର୍ଟ(High Court) ନିର୍ଦ୍ଦେଶ ଦେଇଛନ୍ତି । ଚାରି ସପ୍ତାହ ଭିତର ଏହି କ୍ଷତିପୂରଣ ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଯଦି ଏଥିରେ ଅବହେଳା କରାଯାଏ, ତେବେ ୨୦୧୨ ମାର୍ଚ୍ଚ ୭ରୁ ବାର୍ଷିକ ୫ ପ୍ରତିଶତ ସୁଧ, ଏହି ରାଶି ପ୍ରଦାନ କରାଯିବ ବୋଲି ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଜଳଧର ଜେନାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ଆବେଦନକାରୀଙ୍କ ପୁଅ ଜଣେ ମେଧାବୀ ଛାତ୍ର । ସେ କୋଣାର୍କ ନବୋଦୟ ବିଦ୍ୟାଳୟ ହଷ୍ଟେଲରେ ରହି ସପ୍ତମ ଶ୍ରେଣୀରେ ପଢୁଥିଲେ । ୨୦୧୧, ନଭେମ୍ବର ୨ ତାରିଖ ଅପରାହ୍ନ ୫ଟା ବେଳେ ହଷ୍ଟେଲରେ ଅନ୍ତେବାସୀଙ୍କ ସହ କ୍ରିକେଟ ଖେଳୁଥିଲେ । ବ୍ୟାଟିଂ କରୁଥିବା ଜନୈକ ଛାତ୍ରଙ୍କ ହାତରୁ ବ୍ୟାଟ ଖସି ସମ୍ପୃକ୍ତ ଛାତ୍ରଙ୍କ ମୁହଁରେ ବାଜିଥିଲା । ତୁରନ୍ତ ଆହତ ଛାତ୍ରଙ୍କୁ କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ନେଇଥିଲେ । କିନ୍ତୁ ଛାତ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରବର୍ତ୍ତୀ ସମୟରେ ଚିକିତ୍ସା ପାଇଁ ଭୁବନେଶ୍ବର ନିଆଯାାଇଥିଲା । ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ନଭେମ୍ବର ୩ ତାରିଖରେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା(Death Of Navodaya Student during Cricket Match) ।

ମୃତ ଛାତ୍ରଙ୍କ ପରିବାରକୁ ମାତ୍ର ୫୦ ହଜାର କ୍ଷତିପୂରଣ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପୀଡିତ ପରିବାର କିନ୍ତୁ ଏହି କ୍ଷତିପୂରଣ ରାଶି ଗ୍ରହଣ କରି ନଥିଲେ । ଉପଯୁକ୍ତ ଚିକିତ୍ସାର ଅଭାବ ଓ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଛାତ୍ରଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଥିଲା । ମୃତ ଛାତ୍ରଙ୍କ ବାପା ୨୦୧୨ରେ ହାଇକୋର୍ଟରେ ମାମଲା ଦାୟର କରିଥିଲେ । ତେବେ କୋର୍ଟ ଏହାର ବିଚାର କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.