ETV Bharat / state

କାଠଯୋଡ଼ିରେ ମିଶୁଛି ପ୍ରଦୂଷିତ ଜଳ, ବନ୍ଦ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

author img

By

Published : Mar 28, 2022, 1:42 PM IST

Updated : Mar 28, 2022, 3:58 PM IST

କଟକ ସହରର ମୁଖ୍ୟ ନଳାର ପାଣିକୁ ବିଶୋଧନ କରାନଯାଇ କାଠଯୋଡ଼ି ନଦୀକୁ ଛଡ଼ାଯିବା ପ୍ରସଙ୍ଗ । ଏହା ଉପରେ ଶୁଣାଣି କରିଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ

କାଠଯୋଡ଼ିରେ ମିଶୁଛି ପ୍ରଦୂଷିତ ଜଳ, ବନ୍ଦ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କାଠଯୋଡ଼ିରେ ମିଶୁଛି ପ୍ରଦୂଷିତ ଜଳ, ବନ୍ଦ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ସହରର ମୁଖ୍ୟ ନଳାର ପାଣିକୁ ବିଶୋଧନ କରାନଯାଇ କାଠଯୋଡ଼ି ନଦୀକୁ ଛଡ଼ାଯିବା ପ୍ରସଙ୍ଗ । ଏହାକୁ ବିରୋଧ କରି ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ଏକ ମାମଲା ଦାଏର ହୋଇଥିଲା । ଏହା ଉପରେ ଶୁଣାଣି କରିଛନ୍ତି ହାଇକୋର୍ଟଙ୍କ ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଆ‌ର.କେ ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ । ଏଭଳି ବର୍ଜ୍ୟ ପାଣିକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

କାଠଯୋଡ଼ିରେ ମିଶୁଛି ପ୍ରଦୂଷିତ ଜଳ, ବନ୍ଦ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟର କେତେ ନଦୀରେ ଏହିପରି ଭାବରେ ପ୍ରଦୂଷିତ ଜଳ ମିଶୁଛି ସେ ସମ୍ପର୍କରେ ତଥ୍ୟ ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି । କାଠଯୋଡ଼ି ନଦୀରେ ମିଶୁଥିବା ଏହି ପ୍ରଦୂଷିତ ଜଳକୁ ମତ୍ତଗଜପୁର ସ୍ବରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଛାଡିବା ପାଇଁ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । ପୂର୍ବ ନିର୍ଦ୍ଦେଶ ଅନୁଯାୟୀ ଆବେଦନକାରୀ ଫଟୋ ଓ ଭିଡିଓ ଦାଖଲ କରିଥିଲେ । ତେବେ ଏହାର ସ୍ଥାୟୀ ସମାଧାନ ପାଇଁ ସିଏମସି କି ପଦକ୍ଷେପ ନେଉଛି, ସେ ସମ୍ପର୍କରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଆସନ୍ତା ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ମାମଲା ପରିଚାଳନା କରୁଛନ୍ତି । ସୂଚନାଯୋଗ୍ୟ ଏହି ମାମଲାରେ ହାଇକୋର୍ଟ ପୂର୍ବରୁ ଶୁଣାଣି କରି ପ୍ରତିପକ୍ଷ ରାଜ୍ୟ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ, ସିଏମସି କମିସନର, ସିଡିଏ ଉପାଧ୍ୟକ୍ଷ, ଜିଲ୍ଲାପାଳ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ପରିଷଦକୁ ନୋଟିସ ଜାରି କରିଥିଲେ । ସହରର ମୁଖ୍ୟ ନଳା ପାଣିକୁ ଖାନନଗର ଠାରେ କାଠଯୋଡ଼ି ନଦୀକୁ ଛଡାଯାଉଛି । ଫଳରେ ନଦୀ ପାଣି ବିଷାକ୍ତ ହେବା ସହ ନାନା ରୋଗ ସୃଷ୍ଟି କରିବାରେ ସହାୟକ ହେଉଛି ।

ସ୍ଥାନୀୟ ଅଞ୍ଚଳରେ ଚର୍ମ ରୋଗ ବ୍ୟାପିବା ସହ ପେଟ ରୋଗ ବଢୁଥିବା ଆବେଦନକାରୀ ଦର୍ଶାଇଛନ୍ତି । ଫଳରେ ସ୍ଥାନୀୟ ବାସିନ୍ଦା ବହୁଳ ଅର୍ଥ ଖର୍ଚ୍ଚ କରିବାରେ ବାଧ୍ୟ ହେଉଛନ୍ତି । ଏହି ପାଣି ମତ୍ତଗଜପୁରରେ ବିଶୋଧନ କରିବା ପାଇଁ ଯୋଜନା ଥିବାବେଳେ ଦୀର୍ଘ ବର୍ଷ ଧରି ତାହା କାର୍ଯ୍ୟକାରୀ ହେଉନାହିଁ । ଏଣେ ଖାନନଗର ଠାରେ ସେହି ପାଣିକୁ ଛଡାଯାଉଛି । ଫଳରେ ଦୁର୍ଗନ୍ଧରେ ଉଠିବା ବସିବା କଷ୍ଟକର ହେଉଛି । ତେବେ ଏହାର ପ୍ରତିକାର ବ୍ୟବସ୍ଥା କରିବା ପାଇଁ ପ୍ରାର୍ଥନା କରି ଆବେଦନକାରୀ ପୂଜା କମିଟି ସଂପାଦକ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Mar 28, 2022, 3:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.