ETV Bharat / state

କଟକ ସାଇ ଗଲା ଜର୍ମାନୀ, ମିଳିଲା ନୂଆ ପରିଚୟ

author img

By

Published : Apr 7, 2023, 10:12 AM IST

କଟକ ଚୌଦ୍ଵାରର ସର୍ଭାଣ୍ଟ ଅଫ୍ ଇଣ୍ଡିଆ ସୋସାଇଟି ନାମକ ଅନାଥ ଆଶ୍ରମରେ ଥିବା ୧୦ ମାସର ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଭାରତୀୟ ଦମ୍ପତି । ଅଧିକ ପଢନ୍ତୁ

german couple adopted a girl child
german couple adopted a girl child

german couple

କଟକ: ଚୌଦ୍ଵାରରୁ ଜର୍ମାନୀ ଗଲା କଟକର ସାଇ । ଜର୍ମାନୀରେ ଏବେ ପାଇବ ନୂଆ ପରିଚୟ, ନୂଆ ଘର ଆଉ ତିଆରି ହେବ ନୂଆ ଭବିଷ୍ୟତ । ୧୦ ମାସର ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ ଭାରତୀୟ ଦମ୍ପତି । କଟକ ଜିଲ୍ଲାପାଳ ଏହି ଶିଶୁ କନ୍ୟାକୁ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି । ପୋଷ୍ୟ ସନ୍ତାନ ଗ୍ରହଣ ଆଇନ ଅନୁଯାୟୀ ଏହି ଶିଶୁ କନ୍ୟାକୁ ଜର୍ମାନୀ ଦମ୍ପତି ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ।

କଟକ ଚୌଦ୍ଵାରର ସର୍ଭାଣ୍ଟ ଅଫ୍ ଇଣ୍ଡିଆ ସୋସାଇଟି ନାମକ ଅନାଥ ଆଶ୍ରମରେ ଥିବା ୧୦ ମାସର ଶିଶୁ କନ୍ୟା ସାଇ ଶ୍ରୀମୟୀକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛନ୍ତି ଭାରତର ଦମ୍ପତି । କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସଂଶାଧନ ସଂସ୍ଥା ଆଇନ ଅନୁଯାୟୀ ଏହି ଶିଶୁକୁ ଦମ୍ପତିଙ୍କୁ ହସ୍ତାନ୍ତର କରାଯାଇଛି । ଜର୍ମାନୀରେ ରହୁଥିବା ଏହି ଦମ୍ପତି ହେଉଛନ୍ତି ଭାରତୀୟ ନାଗରିକ । ଶୁଭାସିନୀ ମୁନିଆସାମୀ ତାମିଲନାଡୁର ମୂଳ ବାସିନ୍ଦା ହୋଇଥିବା ବେଳେ ତାଙ୍କ ସ୍ଵାମୀ ସେରଭାରାନ ଥାଙ୍ଗାଭେଲ ସରଭାନାନ ବାଙ୍ଗାଲୁରୁର ବାସିନ୍ଦା । ନିରାଶ୍ରୟ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପାଇଁ ଉଭୟ ଦୀର୍ଘ ବର୍ଷ ପୂର୍ବରୁ କାରାରେ ପଞ୍ଜିକରଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- Padma awardee Quadri to Modi: 'ଆପଣ ମୋତେ ଭୁଲ ପ୍ରମାଣିତ କଲେ'

ପତ୍ନୀ ଶୁଭାସିନୀ ଜର୍ମାନୀରେ ଏକ ଆଇଟି କମ୍ପାନୀରେ ଚାକିରି କରୁଥିବା ବେଳେ ସ୍ବାମୀ ବାଙ୍ଗାଲୁରୁରେ ଚାକିରି କରୁଛନ୍ତି । ଶିଶୁ କନ୍ୟାକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବା ପରେ ଉଭୟ ଜିଲ୍ଲା ପ୍ରଶାସନ ଓ ସର୍ଭାଣ୍ଟ ଅଫ୍ ଇଣ୍ଡିଆ ସୋସାଇଟିକୁ ଧନ୍ୟବାଦ ଜଣାଇଛନ୍ତି । ବର୍ତ୍ତମାନ ପିଲାର ନାଁ ସେମାନେ ସାଇ ମିନାକ୍ଷୀ ସରଭାନାନ ରଖିଛନ୍ତି । ପରିତ୍ୟକ୍ତ ଓ ଅସହାୟ ଅବସ୍ଥାରେ ପଡ଼ିଥିବା ଏହି ଶିଶୁ କନ୍ୟାକୁ ସିଡବ୍ଲୁସି ଉଦ୍ଧାର କରି ୧୨ ଜୁଲାଇ ୨୦୨୨ ମସିହାରେ କଟକ ଚୌଦ୍ଵାରରେ ଥିବା ସର୍ଭାଣ୍ଟ ଅଫ୍ ଇଣ୍ଡିଆ ସୋସାଇଟିକୁ ହସ୍ତାନ୍ତର କରିଥିଲା । ଶିଶୁ କନ୍ୟାଟି ୨୮ ଜୁନ ୨୦୨୨ରେ ଜନ୍ମଗ୍ରହଣ କରିଥିଲା । ପିଲାର କୌଣସି ପରିଚୟ ମିଳିନଥିବା ଯୋଗୁଁ ଅନାଥ ଆଶ୍ରମ ପକ୍ଷରୁ ପିଲାର ନାଁ ସାଇ ଶ୍ରୀମୟୀ ରଖାଯାଇଥିଲା । ତେବେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭାରତୀୟ ଦମ୍ପତିଙ୍କୁ ଏହି ଶିଶୁ କନ୍ୟା ହସ୍ତାନ୍ତର କରିବା ସମୟରେ ନିଜେ ଜିଲ୍ଲାପାଳ ଭାବବିହ୍ବଳ ହୋଇପଡିଥିଲେ । ଶିଶୁ କନ୍ୟାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଜିଲ୍ଲାପାଳ ଜଣାଇଛନ୍ତି ଶୁଭେଚ୍ଛା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.