ETV Bharat / state

ବେଆଇନ କରତ କଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ

author img

By

Published : Jul 20, 2022, 1:27 PM IST

ବେଆଇନ କରତ କଳ ଉପରେ ଚଢ଼ାଉ । ବାଲିପାଟଣା ବନାଞ୍ଚଳ ଅଧୀନସ୍ଥ ୨ କରତ କଳ ଉପରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଅଧିକ ପଢ଼ନ୍ତୁ

forest department raid on sawmills in balipatna
ବେଆଇନ କରତ କଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ

ନିଆଳି: ବେଆଇନ କରତ କଳ ଉପରେ ଚଢ଼ାଉ । ବାଲିପାଟଣା ବନାଞ୍ଚଳ ଅଧୀନସ୍ଥ ୨ କରତ କଳ ଉପରେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଭୁବନେଶ୍ୱର ବନ ବିଭାଗ ଭିଜିଲାନ୍ସ ଓ ବାଲିପାଟଣା ବନାଞ୍ଚଳ ମିଳିତ ଭାବେ ଚଢ଼ାଉ କରିଛନ୍ତି । ଏହି ଚଢ଼ାଉରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ କାଠ ଜବତ ହୋଇଛି ।

ବେଆଇନ କରତ କଳ ଉପରେ ଚଢ଼ାଉ

ମଝିହରା ପଞ୍ଚାୟତର ଧାନହରା ଓ ପମ୍ପାଲୋ ପଞ୍ଚାୟତର ଚଣାହଟ୍ଟା ନିକଟ କୁଳନ୍ତିରା ଶାସନ କରତ କଳ ଉପରେ ବିନ ବିଭାଗର ଚଢ଼ାଉ ଜାରି ରହିଛି । ଭିଜିଲାନ୍ସ ଏସିଏଫ ସାଧନା ପ୍ରିୟଦର୍ଶନୀ, ଖୋର୍ଦ୍ଧା ଏସିଏଫ ଅସିତ କୁମାର ମିଶ୍ର , ବାଲିପାଟଣା ବନାଞ୍ଚଳ ଅଧିକାରୀ ମାନସ ରଞ୍ଜନ ମହାନ୍ତି ଚଢ଼ାଉରେ ସାମିଲ ହୋଇଛନ୍ତି । କରତ କଳରେ ବ୍ୟବହୃତ ସାମଗ୍ରୀକୁ ଜବତ କରାଯାଇଛି । ଗତ ଜୁନ ମାସରେ ସରିପୁର ଓ ଡେଙ୍ଗ କରତ କଳ ଉପରେ ଚଢ଼ାଉ ହୋଇଥିଲା । ଏଥିରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଓ ମୂଲ୍ୟବାନ କାଠ ବନ ବିଭାଗ ଜବତ କରିଥିଲା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.