ETV Bharat / state

ଲୋୟର ପିଏମିଜିରେ ପୋଲିସ- ବିଜେପି ଧସ୍ତାଧସ୍ତି ଘଟଣା, ପୋଲିସ ନାଁରେ ମାମଲା ରୁଜୁ

author img

By

Published : Mar 3, 2023, 6:12 PM IST

ଲୋୟର ପିଏମଜିରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ବିକ୍ଷୋଭ ଘଟଣା । ବିଜେପି ମହିଳା କର୍ମକର୍ତ୍ତାଙ୍କୁ ପୋଲିସର ଦୁର୍ବବ୍ୟହାର ଅଭିଯୋଗରେ ଥାନାରେ ଏତଲା ଦେଲା ବିଜେପି ମହିଳା ମୋର୍ଚ୍ଚା । ଅଧିକ ପଢ଼ନ୍ତୁ

bjp protest in cuttack
bjp protest in cuttack

ଲୋୟର ପିଏମିଜିରେ ପୋଲିସ ବିଜେପି ଧସ୍ତାଧସ୍ତି ଘଟଣା

କଟକ: ଭୁବନେଶ୍ବର ଲୋୟର ପିଏମଜିରେ ପୋଲିସ ବିଜେପି ଧସ୍ତାଧସ୍ତି ଘଟଣା । ପୋଲିସ ନାଁରେ ଥାନାରେ ଏତଲା ଦାଖଲ କଲା ବିଜେପି ମହିଳା ମୋର୍ଚ୍ଚା । ଉକ୍ତ ଘଟଣାରେ ମହିଳା ବିଜେପି କର୍ମୀଙ୍କୁ ଅସଦାଚରଣ ଅଭିଯୋଗରେ ଏହି ଏତଲା ଦେଇଛନ୍ତି ବିଜେପି ମହିଳା ମୋର୍ଚ୍ଚାରେ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ପୁରୀଘାଟ ସ୍ଥିତ ଗାନ୍ଧୀ ପ୍ରତିମା ତଳେ ପ୍ରଥମେ ଆନ୍ଦୋଳନ କରିବା ପରେ ସ୍ଥାନୀୟ ଥାନାରେ ଓଡ଼ିଶା ପୋଲିସ ଡିଜି, ପୋଲିସ କମିଶନର ଓ ଡିସିପିଙ୍କ ନାଁରେ ଏହି ଅଭିଯୋଗ କରିଛନ୍ତି ।

ଆନ୍ଦୋଳନକାରୀଙ୍କ କହିବା ଅନୁସାରେ, ଲୋୟର ପିଏମଜିରେ ବିକ୍ଷୋଭ ପ୍ରଦର୍ଶନ ସମୟରେ ଯେତେବେଳେ ବିଧାନସଭା ଆଡ଼କୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିବା ବେଳେ କିଛି ପୋଲିସ କର୍ମଚାରୀ ବିଜେପିର ମହିଳା କର୍ମକର୍ତ୍ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଯାହାକୁ ନେଇ ରାଜ୍ୟର 6 ଶହରୁ ଊର୍ଦ୍ଧ୍ବ ଥାନା ମାନଙ୍କରେ ବିଜେପି ପକ୍ଷରୁମାମଲା ଦାୟର ହୋଇଛି। ଏନେଇ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, "ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ 33 ଦିନ ପୁରିଛି । ହେଲେ ତଦନ୍ତ ଓ ଆଇନଗତ ଦିଗ 3 ପାଦ ଆଗକୁ ଯାଇନି । ଯେଉଁଟି ରହିଛି ସେଇଠି ରହି କେବଳ ଅନ୍ଧାରରେ ବାଡ଼ି ବୁଲାଉଛି । ଯାହା ଏକ ଗଣତାନ୍ତ୍ରିକ ଦେଶରେ ଶୋଭା ପାଉନି । ପୋଲିସ ଓ ସରକାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ଆଚରଣର ବିଜେପି ଶିକାର ହୋଇଛି ।"

ସୂଚନା ଥାଉକି, ସ୍ବାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ପ୍ରସଙ୍ଗ ଓ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଅଭିଯୋଗ କରି ବିଜେପି ଯୁବ ମୋର୍ଚ୍ଚା ରାଜଧାନୀରେ ବିଶାଳ ରାଲି କରି ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ଏହି ଅଘଟଣ ଘଟିଥିଲା । ଏହି ସମୟରେ ବିଜେପି ଯୁବ ମୋର୍ଚ୍ଚା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଫଳରେ ରଣକ୍ଷେତ୍ର ପାଲଟିଥିଲା ରାଜଧାନୀ । ବିକ୍ଷୋଭକାରୀମାନେ ଭିଡ଼ ଭିତରୁ ପୋଲିସ ଉପରକୁ ଗରମ ପାଣି ପାଉଚ, ଚପଲ ଓ ଅଣ୍ଡାମାଡ଼ କରିବା ପରେ ପୋଲିସ ଲାଠିଚାର୍ଜ କରିଥିଲା । ଏହାପରେ ବ୍ୟାରିକେଡ ଭାଙ୍ଗି ବିଜେପି ଯୁବ ମୋର୍ଚ୍ଚା ବିଧାନସଭା ଅଭିମୁଖେ ବାହାରିଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିଲା ।

ଏହି ସମୟରେ ପୋଲିସ ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ । ସେହି ସମୟରେ ପୋଲିସ ବିଜେପି କର୍ମୀଙ୍କ ଉପରକୁ ଲାଠିଚାର୍ଜ ମଧ୍ୟ କରିଥିଲା । ଏହି ଧସ୍ତାଧସ୍ତି ବେଳେ କିଛି ବିଜେପି ଓ ପୋଲିସ କର୍ମୀ ଆହତ ହୋଇଛନ୍ତି । ପୋଲିସ ଏସିପି ଅମିତାଭ ମହାପାତ୍ର ରକ୍ତାକ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା ବେଳେ ଅନ୍ୟ ପୋଲିସ ଅଧିକାରୀ ମଧ୍ୟ ଆହତ ହୋଇଥିଲେ । ଖାଲି ସେତିକି ନୁହେଁ ପୋଲିସ ଉପରକୁ ମଧ୍ୟ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଣ୍ଡାମାଡ, ପାଣି ପାଉଚ, ଟେକା ପଥର ମାଡ କରିଥିବା ଦେଖିବାକୁ ମିଳିଥିଲା। ପୋଲିସ ମଧ୍ୟ ବିଜେପି ମହିଲା କର୍ମୀଙ୍କୁ ଅସଦାଚରଣ କରିବା ମଧ୍ୟ ଏହି ଅଭିଯୋଗ ପୃଷ୍ଠାରେ ରହିଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.