ETV Bharat / state

ନକଲି ଔଷଧ ଜବତ ଘଟଣା: ଜେଲ ଗଲେ ଗିରଫ ହୋଇଥିବା ୩ ଅଭିଯୁକ୍ତ

author img

By

Published : Jun 23, 2021, 10:24 PM IST

ନକଲି ଔଷଧ ଜବତ ଘଟଣାରେ ଗିରଫ 3 ଜଣଙ୍କୁ କୋର୍ଟରେ ହାଜର କଲା କ୍ରାଇମବ୍ରାଞ୍ଚ । ଆସନ୍ତା ସୋମବାର ହେବ ଜାମିନ ପାଇଁ ଶୁଣାଣି । ଅଧିକ ପଢନ୍ତୁ...

duplicate medicine issue three accued sent to jail
ନକଲି ଔଷଧ ଜବତ ଘଟଣା; ଜେଲ ଗଲେ ଗିରଫ ହୋଇଥିବା ୩ ଅଭିଯୁକ୍ତ

କଟକ: ନକଲି ଔଷଧ ଜବତ ଘଟଣାରେ ଗିରଫ 3 ଜଣଙ୍କୁ ଜିଲ୍ଲା ଦୌରା ଜଜଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର କରିଛି କ୍ରାଇମବ୍ରାଞ୍ଚ। କୌଣସି ଅପଡେଟ କେସ ଡାୟରୀ ଦାଖଲ କରିନଥିବା କାରଣରୁ ସୋମବାର ହେବ ଜାମିନ ମାମଲା ଉପରେ ଶୁଣାଣି ।

ନକଲି ଔଷଧ ଜବତ ଘଟଣା; ଜେଲ ଗଲେ ଗିରଫ ହୋଇଥିବା ୩ ଅଭିଯୁକ୍ତ

ନକଲି ଔଷଧ ଜବତ ଘଟଣାରେ ଗିରଫ ଶୁଭଲକ୍ଷ୍ମୀ ଜେନା ସଂପୃକ୍ତ ସଂସ୍ଥାର ନାମକୁ ମାତ୍ର ନିର୍ଦ୍ଦେଶକ ଥିବାବେଳେ ପ୍ରୀତି ରଂଜନ ପରିଡା ଓ ସତ୍ୟ ପ୍ରକାଶ ମହାନ୍ତି ସଂସ୍ଥାର କର୍ମଚାରୀ ରହିଛନ୍ତି । ତେବେ ଶିବ ଜେନାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନାଙ୍କ ସେଥିରେ କୌଣସି ସଂପୃକ୍ତି ନାହିଁ ବୋଲି କହିଛନ୍ତି ତାଙ୍କ ମାମଲା ପରିଚାଳନା କରୁଥିବା ଆଇନଜୀବୀ। ସେପଟେ କ୍ରାଇମବ୍ରାଞ୍ଚ ପକ୍ଷରୁ ରିମାଣ୍ଡ ପାଇଁ କୌଣସି ପ୍ରାର୍ଥନା କରାଯାଇ ନାହିଁ । ସମସ୍ତଙ୍କୁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦିଆଯାଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.