ETV Bharat / state

ବିକାଶ ଦିଗରେ ଅଗ୍ରସର ସିଲଭରସିଟି

author img

By

Published : Feb 8, 2020, 4:56 AM IST

2019-20 ଆର୍ଥିକ ବର୍ଷ ପାଇଁ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଛି । କମିଟି ଅଧ୍ୟକ୍ଷ ଡଃ ପ୍ରମୋଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ...

od_ctc_District planning committee meeting
2019-20 ଆର୍ଥିକ ବର୍ଷ ପାଇଁ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

କଟକ: 2019-20 ଆର୍ଥିକ ବର୍ଷ ପାଇଁ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କମିଟି ଅଧ୍ୟକ୍ଷ ଡଃ ପ୍ରମୋଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ 2264 କୋଟି ଟଙ୍କାର ବାର୍ଷିକ ଯୋଜନା ପ୍ରସ୍ତାବ ଉପରେ ହୋଇଥିଲା ଗୁରୁତ୍ବପୂର୍ଣ୍ଣ ଆଲୋଚନା । ସବୁ ଦିଗରେ ଜିଲ୍ଲା କିପରି ଉନ୍ନତି ଲାଭ କରିବ ସେଥିପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରିଛି ଜିଲ୍ଲା ଯୋଜନା କମିଟି ।

2019-20 ଆର୍ଥିକ ବର୍ଷ ପାଇଁ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

ଚଳିତ ଆର୍ଥିକ ବର୍ଷରେ ଜିଲ୍ଲା ବାର୍ଷିକ ଯୋଜନାରେ କୃଷି, ଶିକ୍ଷା, ସ୍ବାସ୍ଥ୍ୟ, ଗୋ ସମ୍ପଦ, ଜଳସେଚନ ଓ ପରିମଳ ଇତ୍ୟାଦି ଦିଗକୁ କିପରି ଉନ୍ନତର କରି ହେବ ସେଥିପାଇଁ କମିଟି ପକ୍ଷରୁ ଦୃଢ଼ ନିଷ୍ପତ୍ତି ନିଆଯାଇଛି । ଏନେଇ ସମସ୍ତ ବିଭାଗୀୟ କର୍ମଚାରୀଙ୍କୁ ତାଗିଦ କରିଛି କମିଟି ।

ସବୁଠୁ ଗୁରୁତ୍ବପୂର୍ଣ୍ଣ ବିଷୟ ଯୋଜନା ଅଟକଳରୁ ଗ୍ରାମୀଣ କ୍ଷେତ୍ର ପାଇଁ 89 କୋଟି 37 ଲକ୍ଷ ଖର୍ଚ୍ଚ ଲକ୍ଷ୍ୟ ରଖାଯାଇଥିଲା ବେଳେ ଅବଶିଷ୍ଟାଂଶ ସହରର ବିକାଶ ପାଇଁ ଵ୍ୟୟ ବରାଦ କରାଯିବା ନେଇ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Intro:କଟକ: ଜିଲାପାଳ ଙ୍କ କାର୍ଯ୍ୟଳୟ ରେ ବସିଲା ଜିଲା ଯୋଜନା କମିଟି ବୈଠକ । କମିଟି ଅଧକ୍ଷ ଡ଼ଃ ପ୍ରମୋଦ ମଲିକ ଙ୍କ ଅଧକ୍ଷତା ରେ ବୈଠକ ରେ ନିଆଗଲା ଗୁରୁତ୍ୱପୂର୍ଣ୍ଣ ନିଷ୍ପତି । 2019-20 ଆର୍ଥିକ ବର୍ଷ ପାଇଁ 2264 କୋଟି ଟଙ୍କାର ବାର୍ଷିକ ଯୋଜନା ପ୍ରସ୍ତାବ ଉପରେ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା । କିପରି ଜିଲା ସବୁ ଦିଗରେ ଉର୍ଣ୍ଣତି ଲାଭ କରିବ ସେଥିପାଇଁ ବ୍ଲୁ ପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ କରିଛି ଜିଲା ଯୋଜନା କମିଟି ।

ଚଳିତ ଆର୍ଥିକ ବର୍ଷ ରେ ଜିଲା ବାର୍ଷିକ ଯୋଜନା ରେ କୃଷି ,ଶିକ୍ଷା, ସ୍ୱାସ୍ଥ୍ୟ , ଗୋ ସମ୍ପଦ , ଜଳ ସେଚନ ଓ ପରିମଳ ଇତ୍ୟାଦି ଦିଗକୁ କିପରି ଆହୁରି ଉର୍ଣ୍ଣତର କରିହେବ ସେଥିପାଇଁ କମିଟି ନେଲା ଦୃଢ଼ ନିଷ୍ପତି । ସମସ୍ତ ବିଭାଗୀୟ କର୍ମଚାରି ଙ୍କୁ ତାଗିଦ ମଧ୍ୟ କରାଇଛି କମିଟି ।

ସବୁଠୁ ଗୁରୁତ୍ତ୍ୱପୂର୍ଣ୍ଣ କଥା ହେଉଛି ଯୋଜନା ଅଟକଳ ରୁ ଗ୍ରାମୀଣ କ୍ଷେତ୍ର ପାଇଁ 89 କୋଟି 37 ଲକ୍ଷ ଖର୍ଚ୍ଚ ଲକ୍ଷ୍ୟ ରଖାଯାଇଥିଲା ବେଳେ ଅବଶିଷ୍ଟାଂଶ ସହର ର ବିକାଶ ପାଇଁ ଵ୍ୟୟ ବରାଦ କରାଯିବା ନେଇ କହିଛନ୍ତି ଜିଲାପାଳ ଭବାନୀ ଶଙ୍କର ଚୟିନୀ ।







କମିଟି ର ଅଧକ୍ଷ ଡ଼ଃ ପ୍ରମୋଦ କୁମାର ମଲିକ ଙ୍କ ଅଧ୍ୟକ୍ଷତାରେ


Body:ବାଇଟ: ଭବାନୀ ଶଙ୍କର ଚୟିନୀ( ଜିଲାପାଳ )
ବାଇଟ: ଦେବୀ ମିଶ୍ର (ବିଧାୟକ)


Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.