ETV Bharat / state

ସତ୍ୟବାଦୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଯୁବମୋର୍ଚ୍ଚା

author img

By

Published : Oct 12, 2020, 8:59 PM IST

କୋଭିଡ ନିୟମ ଭାଙ୍ଗିବା ବିଜେଡି ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ପ୍ରଶ୍ନ ଉଠାଇଛି ବିଜେପି ଯୁବମୋର୍ଚ୍ଚା ।

ସତ୍ୟବାଦୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଯୁବମୋର୍ଚ୍ଚା
ସତ୍ୟବାଦୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଯୁବମୋର୍ଚ୍ଚା

କଟକ: ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପାଇଁ ବଢୁଛି ଅଡ଼ୁଆ । କୋଭିଡ ସଂକ୍ରମିତ ହୋଇ ବି ବିଧାୟକ କିପରି ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଅନ୍ତିମ ସତ୍କାରରେ ଯୋଗ ଦେଇଥିଲେ , ତାହାକୁ ନେଇ ଚର୍ଚ୍ଚା ଲାଗିରହିଛି ।

ସତ୍ୟବାଦୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ଯୁବମୋର୍ଚ୍ଚା

ସେପଟେ କୋଭିଡ ନିୟମ ଭାଙ୍ଗିବା ଅଭିଯୋଗରେ ଭୁବନେଶ୍ବର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ କାର୍ଯ୍ୟାଳୟ ସିଲ କରାଯାଇଥିଲା ବେଳେ କାହିଁକି ବିଜେଡି ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ? ତାକୁ ନେଇ ସୋମବାର ପୋଲିସ ଡିଜିଙ୍କ ନିକଟରେ ଫେରାଦ ହୋଇଛି ବିଜେପି ଯୁବମୋର୍ଚ୍ଚା । ପୋଲିସର ପାତର ଅନ୍ତର ବିରୋଧରେ ବିଜେପି କର୍ମୀ ମାନେ ପୋଲିସ ଡିଜିଙ୍କୁ ଭେଟି ଅଭିଯୋଗ କରିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.