ETV Bharat / state

ଉଦଘାଟନ ହେଲା ତାଳଦଣ୍ଡା କେନାଲ ରୋଡ଼

author img

By

Published : Oct 10, 2020, 8:41 PM IST

Updated : Oct 10, 2020, 9:28 PM IST

ଉଦଘାଟନ ହେଲା କଟକ ତାଳଦଣ୍ଡା କେନାଲର ନୂଆ ରୋଡ଼ । ଏହି 3 ଲେନ ବିଶିଷ୍ଟ ରୋଡ଼କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ..

ଉଦଘାଟନ ହେଲା ତାଳଦଣ୍ଡା କେନାଲ ରୋଡ଼
ଉଦଘାଟନ ହେଲା ତାଳଦଣ୍ଡା କେନାଲ ରୋଡ଼

କଟକ: ଉଦଘାଟନ ହେଲା କଟକ ତାଳଦଣ୍ଡା କେନାଲର ନୂଆ ରୋଡ଼ । ଏହି 3 ଲେନ ବିଶିଷ୍ଟ ରୋଡ଼କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଜାନୁଆରୀ 1 ତାରିଖରେ ଏନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିଲା କାମ । ତେବେ ଅନେକ ଦିନର ଅପେକ୍ଷା ପରେ ଆଜି କଟକ ଏସସିବି ମେଡିକାଲକୁ ଲାଗି ରହିଥିବା ତାଳଦଣ୍ଡା କେନାଲ ରୋଡ଼ ନୂଆ ରୂପ ପାଇଛି ।

ଉଦଘାଟନ ହେଲା ତାଳଦଣ୍ଡା କେନାଲ ରୋଡ଼

ତେବେ ପୂର୍ବରୁ ଏହି ରାସ୍ତା ପ୍ରଶସ୍ଥ ନଥିବାରୁ ଭିଡ଼ ପରିଲକ୍ଷିତ ହେଉଥିଲା । ଏହାଦ୍ୱାରା ରୋଗୀ ସେବା ମଧ୍ୟ ବାଧାପ୍ରାପ୍ତ ହେଉଥିଲା । ତେବେ ଏହା ଉପରେ ପୂର୍ଣ୍ଣଛେଦ ପକାଇ କେନାଲ ରୋଡ଼କୁ ନୂଆ ରୂପ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷ ଭାବରେ ଏହି ରାସ୍ତାରେ ଫୁଟଫାଥ ରହିଛି ଓ 130 ଷ୍ଟ୍ରିଟ ଲାଇଟ, ପାର୍କ ଇତ୍ୟାଦି ରହିଛି ।


କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Oct 10, 2020, 9:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.