ETV Bharat / state

କଟକର ବିକାଶକୁ ଧକ୍କା ଦେଇଛନ୍ତି 3 ପ୍ରମୁଖ ଦଳ: ବବି ବଳବନ୍ତରାୟ

author img

By

Published : Mar 15, 2022, 9:53 PM IST

ଆସନ୍ତା ୨୪ ତାରିଖରେ ହେବାକୁ ଯାଉଛି ପୌର ନିର୍ବାଚନ । ହେଲେ ତା ପୂର୍ବରୁ ଚଳଚଞ୍ଚଳ ହୋଇ ଉଠିଛି କଟକ ମହାନଗର। ତେବେ ଆଜି ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ । ଅଧିକ ପଢନ୍ତୁ

କଟକରେ ବିକାଶ ଧାରାକୁ ନେଇ ୩ ପ୍ରମୁଖ ଦଳ ଟାର୍ଗେଟ କଲେ : ବବି ବଳବନ୍ତରାୟ
କଟକରେ ବିକାଶ ଧାରାକୁ ନେଇ ୩ ପ୍ରମୁଖ ଦଳ ଟାର୍ଗେଟ କଲେ : ବବି ବଳବନ୍ତରାୟ

କଟକ: ଚଳିତ କଟକ ମହାନଗର ନିଗମରେ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଏସୟୁସିଆଇ କମ୍ୟୁନିଷ୍ଟ ପକ୍ଷରୁ ନିର୍ବାଚନୀ ଇସ୍ତାହାର ପ୍ରକାଶ କରାଯାଇଛି। ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ବବି ବଳବନ୍ତରାୟ ଆଜି ବିଧିବଦ୍ଧ ଭାବରେ କଟକର ବିକାଶ ପାଇଁ ଆଣିଛନ୍ତି ଇସ୍ତାହାର । ସିଡି ଚିହ୍ନରେ ମେୟର ପାଇଁ କଟକ ପୌର ନିର୍ବାଚନରେ ଲଢୁଥିବା ବବି ତାଙ୍କ ଇସ୍ତାହାରରେ ସିଧାସଳଖ ୩ ପ୍ରମୁଖ ଦଳକୁ କରିଛନ୍ତି ଟାର୍ଗେଟ।

କଟକରେ ବିକାଶ ଧାରାକୁ ନେଇ ୩ ପ୍ରମୁଖ ଦଳ ଟାର୍ଗେଟ କଲେ : ବବି ବଳବନ୍ତରାୟ

ଯେବେଠୁ କଟକ ମହାନଗର ନିଗମରେ ପୌର ନିର୍ବାଚ଼ନ ଅନୁଷ୍ଠିତ ହେଉଛି, ସେବଠୁ କଟକ ସର୍ବଦା ବିକାଶ ନୁହେଁ ବରଂ ବିନାଶର ମୁହାଁ ହୋଇଛି । ସବୁ ଦିଗରେ କଟକ ରହିଆସିଛି ପଛରେ । ଯାହାର କାରଣ ଏହି ୩ ପ୍ରମୁଖ ଦଳ ବୋଲି କହିଛନ୍ତି ମେୟର ପ୍ରାର୍ଥୀ ବବି ବଳବନ୍ତରାୟ। ତେବେ ଏହି ନିର୍ବାଚ଼ନ ଇସ୍ତାହାରରେ ପ୍ରଥମତଃ କଟକର ସମସ୍ତ ୱାର୍ଡରେ ଶୌଚାଳୟ, ସ୍କୁଲ, ପାର୍କିଂ ଭଳି ସମସ୍ୟାର ସମାଧାନ କରିବା ଲକ୍ଷ୍ୟ ସମୂହ ଇସ୍ତାହାରରେ ରଖିଛନ୍ତି ବବି । ସେ କଟକ ମହାନଗର ନିଗମର ବିକାଶକୁ ଆଗେଇ ନେବାକୁ ଭୋଟରଙ୍କୁ ନିବେଦନ କରିବା ସହ ଆଗମୀ ପୌର ନିର୍ବଚନରେ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.