ETV Bharat / state

ଗଡ଼ଖାଇ ପୁନଃଉଦ୍ଧାର CMC ପାଇଁ ବଡ଼ ଚ୍ୟାଲେଞ୍ଜ ! ମେୟର କହିଲେ ଖୁବଶୀଘ୍ର ଶେଷ ହେବ କାମ

author img

By

Published : May 13, 2023, 10:39 AM IST

ଚାଲିଛି ଗଡ଼ଖାଇ ପୁନଃଉଦ୍ଧାର କାମ । ପ୍ଲାନିଂ ଅନୁସାରେ କାମ ହେଉଥିବା ବେଳେ କଟକକୁ ନୂଆ ରୂପ ଦେବା ପାଇଁ ପ୍ରୟାସ କରାଯାଉଥିବା କହିଛନ୍ତି ମେୟର । ଅଧିକ ପଢ଼ନ୍ତୁ

ଗଡ଼ଖାଇ ପୁନଃଉଦ୍ଧାର ସିଏମସି ପାଇଁ ବଡ଼ ଚ୍ୟାଲେଞ୍ଜ
ଗଡ଼ଖାଇ ପୁନଃଉଦ୍ଧାର ସିଏମସି ପାଇଁ ବଡ଼ ଚ୍ୟାଲେଞ୍ଜ

ଗଡ଼ଖାଇ ପୁନଃଉଦ୍ଧାର ସିଏମସି ପାଇଁ ବଡ଼ ଚ୍ୟାଲେଞ୍ଜ

କଟକ: ଓଡ଼ିଶାର ଐତିହ କୀର୍ତ୍ତିରାଜି ମଧ୍ୟରେ ଅନ୍ୟତମ ହେଉଛି କଟକର ଗଡ଼ଖାଇ । ଏହାର ପୁନଃଉଦ୍ଧାର ସହ ସରସ ସୁନ୍ଦର କରିବା ପାଇଁ ସିଏମସି ଜାରି ରଖିଛି ମେଗା ଯୋଜନା । ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ପଥର କାର୍ଯ୍ୟ ଜାରି ରଖିଥିବା ବେଳେ ପରିମଳ ଦିଗକୁ ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ସେନେଇ କାର୍ଯ୍ୟ ଜାରି ରଖିଛି ସିଏମସି । ତେବେ କାର୍ଯ୍ୟ ଠିକ୍‌ ଭାବେ ଚାଲିଛି ଏବି ଶୀଘ୍ର କାମ ଶେଷ ହେବ କହିଛନ୍ତି ମେୟର । ଗଡ଼ଖାଇ ପୁନଃଉଦ୍ଧାର CMC ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ ।

ପ୍ରଥମେ ହାଇକୋର୍ଟ ମ୍ୟୁଜିୟମ, ଓଟିଡିସି ପକ୍ଷରୁ ପର୍ଯ୍ୟଟନ ସ୍ଥଳ, ଆଲୋକୀକରଣ ଓ ବୋଟିଂ ବ୍ୟବସ୍ଥା ଗଡ଼ଖାଇରେ ନିର୍ମାଣ ଦିଗରେ ଜାରି ରହିଛି । ଯାହାକୁ ନେଇ ବେଶ ଖୁସି ପ୍ରକଟ କରିଛନ୍ତି କଟକିଆ । ତେବେ ଆଉ ଅଳ୍ପ ଦିନ ମଧ୍ୟରେ ଏହା ନୂଆ ରୂପ ପାଇବ । ପ୍ରଥମେ ଦଳ ସଫା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ଦୁର୍ଗର ପଥର ବନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ଖୁବଶୀଘ୍ର କାମ ଶେଷ ହେବା ନେଇ କଟକ ମହାନଗର ନିଗମ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭଗ ଏହି ପଥର କାର୍ଯ୍ୟ ଜାରି ରଖିଥିବା ବେଳେ ପରିମଳ ଦିଗକୁ ସୁଚାର ରୂପେ ସମ୍ପାଦନ କରିଛି CMC । ମୋଟ 3 କୋଟି 60 ଲକ୍ଷ ଟଙ୍କାର ବ୍ୟୟ ଅଟକଳ ସାହାଯ୍ୟରେ ପରିମଳ କାର୍ଯ୍ୟ ଶେଷ ହୋଇଛି । ପୂର୍ବରୁ ଏଏସଆଇକୁ 17 କୋଟି 34 ଲକ୍ଷ ଦିଆଯାଇଛି। ଯାହାଦ୍ୱାରା ଏବେ ଯୁଦ୍ଧକାଲିନ ଭିତରେ ପଥର କାମ ଜାରି ରହିଛି। ତେବେ ପୂର୍ବରୁ ଓଡ଼ିଶାର ଗାରୀମାମୟ ଗାଥା ବହନ କରୁଥିବା ତଥା ପ୍ରାଚୀନ ଓଡ଼ିଶାର ପ୍ରାଣକେନ୍ଦ୍ର ବାରବାଟୀ ଦୁର୍ଗ ଓ ତାହାର ସୁରକ୍ଷା କବଚ ସାଜିଥିବା ଗଡଖାଇ ଜରାଜିର୍ଣ୍ଣ ହୋଇଥିଲା । ବ୍ରିଟିଶ ଅମଳରୁ ଏହି ଐତିହାସିକ କୀର୍ତିରାଜିର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିଲା ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ । ତେବେ ରକ୍ଷଣାବେକ୍ଷଣ ଓ ପୁନଃରୁଦ୍ଧର ପାଇଁ ଉଠିଥିଲା ପ୍ରଶ୍ନ। । ରକ୍ଷଣାବେକ୍ଷଣ ପାଇଁ ଅନେକ ସମୟରେ ଟଙ୍କା ମଞ୍ଜୁର ହେଉଥିଲେ ବି ତାହା ଖର୍ଚ୍ଚ ନହୋଇ ପଡି ରହୁଥିଲା । କେବଳ ଅଳ୍ପ କିଛି ପାଚେରୀ ନିର୍ମାଣ କରି ଓ ମଝିରେ ମଝିରେ କିଛି ଦଳ ସଫା ହେବାର ଦୃଶ୍ୟ ସାମ୍ନାକୁ ଆସୁଥିଲା ।

ତେବେ ଗଲା ୮ ବର୍ଷ ମଧ୍ୟରେ ବିଭିନ୍ନ ସମୟରେ ଗଡଖାଇର ପୁନଃରୁଦ୍ଧର ପାଇଁ ପାଖାପାଖି ୧୭ କୋଟି ଟଙ୍କା ପ୍ରଦାନ କରାଯାଇଥିବା କହିଛନ୍ତି CMC ମେୟର । ଏପରିକି ସେ ସାଂସଦ ଥିବା ବେଳେ ପାର୍ଲାମେଣ୍ଟ୍‌ରେ ମଧ୍ୟ ଏନେଇ ଦାବି ଉପସ୍ଥାପନ କରିଥିଲେ । ଏହାଛଡା କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀକୁ ଭେଟି ଏହାର ସୌନ୍ଦର୍ଯ୍ୟକରଣ ପାଇଁ ସ୍ମାରକପତ୍ର ଦେଇଥିଲେ । ତେବେ ବର୍ତ୍ତମାନ ତ୍ୱରିତ ଢଙ୍ଗରେ କାର୍ଯ୍ୟ ଆରମ୍ଭ ହେବା ପରେ ବେଶ ଖୁସି ପ୍ରକଟ କରିଛନ୍ତି ସହରବାସୀ। ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.