ETV Bharat / state

Baliyatra 2023: ଆସନ୍ତା ଶନିବାର ଠାରୁ ବାଲିଯାତ୍ରା ପ୍ଲଟ ରେଜିଷ୍ଟ୍ରେସନ

author img

By ETV Bharat Odisha Team

Published : Nov 3, 2023, 3:44 PM IST

ଆସନ୍ତା ଶନିବାର ଠାରୁ ବାଲିଯାତ୍ରା ଆରମ୍ଭ ହେବ ପ୍ଲଟ ରେଜିଷ୍ଟ୍ରେସନ। ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ, ସୁରକ୍ଷିତ ଆଉ ଜନାଦୃତ କରିବା ପାଇଁ ଲକ୍ଷ ରଖିଛି ପ୍ରଶାସନ। ଅଧିକ ପଢନ୍ତୁ

Baliyatra 2023
Baliyatra 2023

cuttack Baliyatra 2023

କଟକ: ଆସନ୍ତା ନଭେମ୍ବର ୨୭ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ କଟକର ଐତିହାସିକ ବାଲିଯାତ୍ରା। ତେବେ ଏନେଇ ଆସନ୍ତାକାଲି(ଶନିବାର) ଠାରୁ ଆରମ୍ଭ ହେବ ରେଜିଷ୍ଟ୍ରେସନ। ସାଧାରଣ ବ୍ୟବସାୟୀମାନେ ଅନଲାଇନ ମାଧ୍ୟମରେ ସକାଳ 11ରୁ ପଞ୍ଜିକରଣ କରିପାରିବେ।

ବିଗତ ବର୍ଷରେ ବ୍ୟବସାୟୀମାନେ ଯେପରି ଅଧିକ ଟଙ୍କା ଦେଇ ପ୍ଲଟ କିଣିବା ବିବାଦ ସମ୍ନାକୁ ଆସିଥିଲା ତାହା ଚଳିତବର୍ଷ କେବେ ବି ଦୋହରା ଯିବନି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସ୍ୱଚ୍ଛତାର ସହ ସମସ୍ତ ରେଜିଷ୍ଟ୍ରେସନ ସହ ଆବଣ୍ଟନ କାର୍ଯ୍ୟ ମଧ୍ୟ ହେବା ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଇଛି। ଉଭୟ ସିଏମସି ଓ ଜିଲ୍ଲା ପ୍ରଶାସନର ତତ୍ତ୍ବାବଧନରେ ସବୁ କାର୍ଯ୍ୟ କରାଯିବ। ସାଧାରଣ ବ୍ୟବସାୟୀ ଯେପରି କୌଣସି ଅସୁବିଧାର ସମୁଖୀନ ନହେବେ ସେଦିଗରେ ଯଥେଷ୍ଟ ଧ୍ୟାନ ଦିଆଯାଇଛି। ଯେଉଁଟି ଗୋଟେ ପ୍ଲଟ ପାଇଁ ଏକାଧିକ ବ୍ୟବସାୟୀ ଗୋଟିଏ ପ୍ଲଟ ପାଇଁ ଆବଦେନ କରିବେ ସେଠାରେ ଅକ୍ସନ ପ୍ରକ୍ରିୟା ରହିବ।

ତେବେ ପୂର୍ବରୁ ପ୍ରିମିୟମ ପୃଷ୍ଠପୋଷକ ପାଇଁ ୫ ହଜାରରୁ ୧୦ ହଜାର ବର୍ଗଫୁଟ ସ୍ଥାନ ନିର୍ଦ୍ଧାରିତ ହୋଇଥିବା ବେଳେ ଗୋଲ୍ଡ ପୃଷ୍ଠପୋଷକଙ୍କ ପାଇଁ ୧ ହଜାରରୁ ୫ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ସ୍ଥାନ ନିର୍ଦ୍ଧାରିତ ହୋଇଛି। ଅନାନ୍ୟ ବ୍ୟବସାୟୀ, ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପାଇଁ ପ୍ଲଟ ନିଲାମ ହେବ। ଜଣେ ବ୍ୟକ୍ତି ବା ଅନୁଷ୍ଠାନ ସର୍ବାଧିକ ତିନୋଟି ପ୍ଲଟ ଚୟନ କରିବେ। ବ୍ୟକ୍ତିବିଶେଷ, ଅନନ୍ୟ ବ୍ୟବସାୟୀ ଓ ଅନୁଷ୍ଠାନମାନଙ୍କ ପାଇଁ ୫ ହଜାର ଟଙ୍କା ଦେଇ ପଞ୍ଜିକରଣ କରିବେ। ଆସନ୍ତା ନଭେମ୍ବର 4 ତାରିଖରୁର ୧୦ ନଭେମ୍ବର ମଧ୍ୟରେ ହେବ ପଞ୍ଜିକରଣ। ସକାଳ ୧୧ ଟା ରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଚାଲିବ ପଞ୍ଜିକରଣ ପ୍ରକ୍ରିୟା। ୧୧ ନଭେମ୍ବର ରୁ ୧୫ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ନିଲାମ ପ୍ରକ୍ରିୟା। ନିଲାମ ପ୍ରକ୍ରିୟା ପାଇଁ ସର୍ବନିମ୍ନ ୫୦ ଟଙ୍କା ପ୍ରତି ବର୍ଗଫୁଟ ଧାର୍ଯ୍ୟ କରାଯାଇଛି। ଦୋଳି ଓ ଅନନ୍ୟା ଖେଳ ନିମନ୍ତେ ସର୍ବନିମ୍ନ ପଞ୍ଜିକରଣ ରାଶି ୨୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି।

ଏହା ମଧ୍ୟ ପଢନ୍ତୁ: Baliyatra 2023: ବାଲିଯାତ୍ରା ପାଇଁ ପ୍ଲଟ ପଞ୍ଜିକରଣ ପ୍ରକ୍ରିୟା ଆରମ୍ଭ

ଏଥିପାଇଁ ନିଲାମ ପ୍ରକ୍ରିୟା ୧୬ ନଭେମ୍ବରୁର ୧୭ ନଭେମ୍ବର ପର୍ଯ୍ୟନ୍ତ ଚାଲିବ। ଉଠା ଦୋକାନୀ ବା ବ୍ୟବସାୟୀଙ୍କ ପାଇଁ ପଞ୍ଜିକରଣ ରାଶି ୧୦୦୦ ହଜାର ଟଙ୍କା ଧାର୍ଯ୍ୟ କରିଛି କଟକ ଜିଲ୍ଲା ପ୍ରଶାସନ। ସବୁ ପେମେଣ୍ଟ ଅନଲାଇନ ମାଧ୍ୟମରେ କରାଯିବ। ତେବେ ଚଳିତ ବର୍ଷ ନଭେମ୍ବର ୨୭ ରୁ ଡିସେମ୍ବର ୦୪ ପର୍ଯ୍ୟନ୍ତ ଉଭୟ ଉପର ଓ ତଳ ପଡ଼ିଆରେ ଚାଲିବ ଐତିହାସିକ ବାଲିଯାତ୍ରା। ଗତବର୍ଷ ବାଲିଯାତ୍ରା ଦେଖି ପ୍ରଧାନମନ୍ତ୍ରୀ ଯେପରି ପ୍ରଶଂସା କରିଥିଲେ, ଚଳିତବର୍ଷ ମଧ୍ୟ ଆମେ କୌଣସି କାର୍ଯ୍ୟରେ ହେଳା କରିବୁ ନାହିଁ ବୋଲି କହିଛନ୍ତି ମେୟର।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.