ETV Bharat / state

Train Tragedy: SCB ଭିତ୍ତିଭୂମି ନେଇ ସରକାରଙ୍କୁ ଘେରିଲେ ବିଜୟ, ଉଦ୍ଧାର କାର୍ଯ୍ୟ ନେଇ କଲେ ପ୍ରଶ୍ନ

author img

By

Published : Jun 8, 2023, 5:25 PM IST

Updated : Jun 8, 2023, 5:37 PM IST

ଏସସିବି ମେଡିକାଲରେ ଟ୍ରେନ ଦୁର୍ଘଟଣାର ଆହତଙ୍କୁ ଭେଟିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଏହାସହ ମେଡିକାଲର ଭିତ୍ତିଭୂମିକୁ ନେଇ ସେ ସରକାରଙ୍କୁ ଘେରିଛନ୍ତି । ଅଧିକ ପଢନ୍ତୁ

Bijay Patnaik targets state govt
Bijay Patnaik targets state govt

Train Tragedy: SCB ଭିତ୍ତିଭୂମି ନେଇ ସରକାରଙ୍କୁ ଘେରିଲେ ବିଜୟ

କଟକ: ଜିଲ୍ଲାର ବଡ଼ ମେଡିକାଲ ଟ୍ରେନ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ଭେଟିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ନେତା ବିଜୟ ପଟ୍ଟନାୟକ। ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମସ୍ତ ଆହତଙ୍କୁ ଭେଟିବା ସହ ସେମାନଙ୍କ ଚିକିତ୍ସା ସମ୍ବନ୍ଧରେ ପଚାରି ବୁଝିଛନ୍ତି ବିଜୟ । ଆହତଙ୍କୁ ଭେଟିବା ପରେ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଜୟ । ହସ୍ପିଟାଲରେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ପ୍ରଶଂସା କରିବା ସହ ଭିତ୍ତିଭୂମି ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜୟ ।

ଏ ନେଇ ସେ କହିଛନ୍ତି, "କଟକ ବଡ଼ ମେଡିକାଲ ରାଜ୍ୟର ସବୁଠାରୁ ବଡ଼ ମେଡିକାଲ । ଏହାର ଭିତ୍ତିଭୂମିର ଆହୁରି ବିକାଶ କରିବା କଥା । ମାତ୍ର ଆବଶ୍ୟକ ଅନୁଯାୟୀ ଏହାର ବିକାଶ କରାଯାଇନାହିଁ । ଅନେକ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ଏଠାରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ଆହୁରି ଭିତ୍ତିଭୂମିର ଆବଶ୍ୟକ ରହିଥିବା ବିଜୟ ଅଭିଯୋଗ କରିଛନ୍ତି । କେବଳ ବଡ଼ ବଡ଼ ବିଲ୍ଡିଂ କରିଲେ ହେବ ନାହିଁ ବରଂ ଆହୁରି ଡାକ୍ତରମାନଙ୍କର ଆବଶ୍ୟକତା ରହିଛି । ରାଜ୍ୟ ସରକାର ଏଥିପ୍ରତି ଅଧିକ ଦୃଷ୍ଟି ଦେବା ଆବଶ୍ୟକ ।"

ଏହା ବି ପଢନ୍ତୁ-Bihar: ପୋଲର ଖମ୍ବ ସନ୍ଧିରେ ଫସିଛି ନାବାଳକ, 21 ଘଣ୍ଟା ହେଲାଣି ଚାଲିଛି ଉଦ୍ଧାର ଅପରେସନ

ସିବିଆଇ ତଦନ୍ତକୁ ବିଜୟଙ୍କ ନାପସନ୍ଦ:- ବାହାନଗାରେ ଘଟିଥିବା ଟ୍ରେନ ଦୁର୍ଘଟଣା ପରେ ଏହାର କାରଣ ଏବଂ କେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ? ଏହା ମନୁଷ୍ୟକୃତି କି ? କାହାର ଅବହେଳା ପାଇଁ ଏପରି ଅଘଟଣ ଘଟିଲା ? ଏହି ସମସ୍ତ ପ୍ରଶ୍ନ ଉଠିଥିବା ବେଳେ ଏହାର ସତ୍ୟାସତ୍ୟ ଜାଣିବାକୁ କେନ୍ଦ୍ର ସରକାର ସିବିଆଇ ତଦନ୍ତ କରିବାକୁ ସୁପାରିଶ କରିଛନ୍ତି । ମାତ୍ର ସିବିଆଇ ତଦନ୍ତକୁ ବିଜୟ ନାପସନ୍ଦ କରିଛନ୍ତି । ଏ ନେଇ ବିଜୟ କହିଛନ୍ତି, "ଏହି ଅଘଟଣ ପାଇଁ ରେଳ ବିଭାଗ ସମ୍ପୂର୍ଣ୍ଣ ଦାୟୀ । ସିବିଆଇ ତଦନ୍ତ କରି ଲୋକଙ୍କ ମନକୁ ପରିବର୍ତ୍ତନ କରିବାର ଏହା ଏକ ଯୋଜନା । କେବଳ ଅପରାଧିକ ମାମଲା ଗୁଡିକ ତଦନ୍ତ କରିବା ପାଇଁ ସିବିଆଇକୁ ସୁପାରିସ କରାଯାଏ ।" ମାତ୍ର ଏହା କଣ ଅପରାଧିକ ମାମଲା କି ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ଏହା ଅପରାଧିକ କାର୍ଯ୍ୟ ବୋଲି ମନ୍ତ୍ରୀ ସ୍ୱୀକାର କରୁଛନ୍ତି କି ବୋଲି ବିଜୟ ପାଲଟା ପ୍ରଶ୍ନ କରିଛନ୍ତି ।


'ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ସଠିକ କରାଯାଇନାହିଁ':- ଟ୍ରେନ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଉପରେ ପ୍ରଶ୍ନ କରିଛନ୍ତି ବିଜୟ । ସଠିକ ଭାବରେ ଉଦ୍ଧାର କାର୍ଯ୍ୟ କରାଯାଇନଥିବା ସଙ୍ଗୀନ ଅଭିଯୋଗ କରିଛନ୍ତି ବିଜୟ । ଯେଉଁ କାରଣରୁ ମୃତଦେହ ମଧ୍ୟରୁ ଜୀବିତ ଲୋକ ବାହାରୁଛନ୍ତି । ତେବେ ଏହା କଣ ସଠିକ ଉଦ୍ଧାର କାର୍ଯ୍ୟ ଉପରେ ପ୍ରଶ୍ନ ସୃଷ୍ଟି କରୁ ନାହିଁ କି ବୋଲି ବିଜୟ ପ୍ରଶ୍ନ କରିଛନ୍ତି । କେବଳ ସେତିକି ନୁହେଁ, ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଦୃୁର୍ଗନ୍ଧ ବାହାରୁଥିବା ନେଇ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯଦି ସଠିକ ଭାବରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା ତେବେ ଉଦ୍ଧାର ପରେ ସେଠାରୁ କେଉଁଠି ଦୁର୍ଗନ୍ଧ ବାହାରୁଛି ବୋଲି ପ୍ରଶ୍ନ କରିଛନ୍ତି ବିଜୟ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରୋକ୍ଷରେ ସମର୍ଥନ କରି ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜୟ ।



ଇଟିଭି ଭାରତ, କଟକ

Last Updated : Jun 8, 2023, 5:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.