ETV Bharat / state

ଲାଞ୍ଚ ପାଇଁ ଅଟକିଛି ରାସ୍ତାକାମ, ଇରିଗେସନ ଅଫିସରେ ପିସି କାରବାର ନେଇ କଂଗ୍ରେସର ହୋ ହାଲ୍ଲା

author img

By

Published : Jul 4, 2023, 3:36 PM IST

Etv Bharat
Etv Bharat

ଇରିଗେସନ ଅଫିସରେ ପିସି କାରବାରକୁ ନେଇ କଂଗ୍ରେସର ହୋ ହାଲ୍ଲା । ସରକାରୀ ବାବୁଙ୍କୁ ପରିବା ଦେଇ କଂଗ୍ରେସର ଅଭିନବ ପ୍ରତିବାଦ। ଅଧିକ ପଢନ୍ତୁ

ଇରିଗେସନ ଅଫିସରେ ପିସି କାରବାର ନେଇ କଂଗ୍ରେସର ହୋ ହାଲ୍ଲା

ଭୁବନେଶ୍ବର: ଇରିଗେସନ ଅଫିସରେ କଂଗ୍ରେସର ହୋ ହାଲ୍ଲା । ଭୁବନେଶ୍ବର ପ୍ରାଚୀ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କଂଗ୍ରେସ ପିସି କାରବାର ବିରୋଧରେ କରିଛି ଅଭିନବ ପ୍ରତିବାଦ। ଅଧାରେ ଅଟକିଛି କଟକ ଜିଲ୍ଲା ଖଣ୍ଡାଇତା ଅଞ୍ଚଳର ରାସ୍ତା କାମ । ସରକାରୀ କାମ ପାଇଁ ବାବୁମାନେ ଲାଞ୍ଚ ମାଗୁଥିବାରୁ ହୋଇପାରୁନାହିଁ ରାସ୍ତା କାମ । ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ସରକାରୀ ବାବୁଙ୍କୁ ପ୍ୟାଣ୍ଟ ସାର୍ଟ, ପନିପରିବା ଲାଞ୍ଚ ଆକାରରେ ଦେଇ ଅଭିନବ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି ।

ଆଜି ପନିପରିବା ଧରି ପ୍ରାଚୀ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଛନ୍ତି କଂଗ୍ରେସ କଟଲ ସଦର ସଭାପତି ମାନସ ଚୌଧୁରୀ । 400 ମିଟର ରାସ୍ତା ନିର୍ମାଣ ପାଇଁ ଲାଗିଗଲା ବର୍ଷ ବର୍ଷ । କଟକ ସଦର ଖଣ୍ଡାଇତା ଅଞ୍ଚଳର ରାସ୍ତା କାମ ପାଇଁ ସରକାରୀ ଅଫିସକୁ ଦୌଡ଼ି ଦୌଡ଼ି ଆଜି ଶେଷରେ ପରିବା ଦେଇ ପ୍ରତିବାଦ କରିଛି କଂଗ୍ରେସ । ସରକାରୀ ଅଧିକାରୀଙ୍କ ଜଳସେଚନ ବିଭାଗର ଇଞ୍ଜିନିୟର ପ୍ରତାପ ଚନ୍ଦ୍ର ଚୌଧୁରୀଙ୍କ ଅଫିସରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି ।

ଏହା ବି ପଢନ୍ତୁ- ବିଧାନସଭାରେ ବିରୋଧୀଙ୍କ ଅଭିଯୋଗ: ରାଜ୍ୟରେ ପିସି କାରବାର ଚରମ ସୀମାରେ, ଜବାବ ରଖିଲେ ମନ୍ତ୍ରୀ

ଶେଷରେ ହାତ ଯୋଡି ଆସନ୍ତା 7 ଦିନ ଭିତରେ ରାସ୍ତା କାମ କରିବାକୁ ପ୍ରତିଶୃତି ଦେଇଛନ୍ତି ଅଧୀକ୍ଷଣ ଯନ୍ତ୍ରୀ ପ୍ରତାପ ଚନ୍ଦ୍ର ଚୌଧରୀ । ରାଜ୍ୟରେ ଦୀର୍ଘଦିନ ଧରି ପିସି କାରବାର ହେଉଛି ବୋଲି ବିରୋଧୀମାନେ ଅଭିଯୋଗ ଆଣୁଥିଲେ । ତେବେ କଂଗ୍ରେସ ପକ୍ଷରୁ ଲାଞ୍ଚ କାରବାରକୁ ରୋକିବାକୁ ଅଭିନବ ପ୍ରୟାସ କେତେ ଦୂର ଲାଞ୍ଚ କାରବାରରେ ରୋକ ଲଗାଉଛି ତାହା ଦେଖିବାକୁ ବାକି ରହିଲା । ରାଜ୍ୟରେ ପନିପରିବା ଦର ଆକାଶ ଛୁଆଁ ହୋଇଥିବାରୁ କଂଗ୍ରେସ କର୍ମୀମାନେ ଟଙ୍କା ବଦଳରେ କାର୍ଯ୍ୟାଳୟରେ ପରିବା ଦେଇ ପ୍ରତିବାଦ କରିଛନ୍ତି ।

ସୂଚନା ଥାଉ କି ଅନେକ ଦିନ ଧରି ପିସି କାରବାର ରାଜ୍ୟରେ ବୃଦ୍ଧି ପାଇଛି ବୋଲି ବିରୋଧୀ ଅଭିଯୋଗ କରିଆସୁଛନ୍ତି । ଏପରିକି ବିଧାନସଭାରେ ମଧ୍ୟ ବିରୋଧୀମାନେ ଏହି ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିଥିଲେ । ବିରୋଧୀଙ୍କ ଅଭିଯୋଗ ଅନୁସାରେ ସବୁ ବର୍ଗର ଅଧିକାରୀ ଦୁର୍ନୀତିରେ ସାମିଲ ରହିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଥିଲେ । ବିଜେଡି ସରକାର ପିସି ସରକାରରେ ପରିଣତ ହୋଇଛି ବୋଲି ଅଭିଯୋଗ କରିଥିଲେ ବିରୋଧୀ । ଏହାକୁ ବିଧାନସଭାରେ ଖଣ୍ଡନ କରିଥିଲେ ରାଜ୍ୟ ସରକାର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.