ETV Bharat / state

Block Chairmen Election: ବିଜେପି ହାତକୁ ଗଲା କଣ୍ଟାପଡା ବ୍ଲକ

author img

By

Published : Mar 12, 2022, 4:30 PM IST

Updated : Mar 12, 2022, 6:17 PM IST

ବିଜେଡି ହାତରୁ ଖସିଲା କଣ୍ଟାପଡ଼ା ବ୍ଲକ। ଏହି ବ୍ଲକର ଅଧ୍ୟକ୍ଷା ପଦକୁ ବିଜେପି ଦଖଲ କରିଛି। ଅଧିକ ପଢ଼ନ୍ତୁ

bjp wins in block chairmen election in kanapada block
block chairmen election: ବିଜେପି ହାତକୁ ଗଲା କଣ୍ଟାପଡ଼ା ବ୍ଲକ

ନିଆଳି: ଖୋର୍ଦ୍ଧା ଜିଲ୍ଲା ତଥା ରାଜଧାନୀ ଉପକଣ୍ଠ ଜୟଦେବ ନିର୍ବାଚନ ମଣ୍ଡଳୀର ଉଭୟ ବାଲିପାଟଣା ଏବଂ ବାଲିଅନ୍ତା ବ୍ଳକର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଛି । ବାଲିପାଟଣା ବ୍ଳକ ଅଧ୍ୟକ୍ଷ ଭାବେ ହରପ୍ରିୟା ଦାସ ଏବଂ ବାଲିଅନ୍ତା ବ୍ଳକ ଅଧ୍ୟକ୍ଷ ଭାବେ ବାସନ୍ତି ଖଟୁଆ ନିର୍ବାଚିତ ହୋଇଛନ୍ତି । ବାଲିପାଟଣା ବ୍ଳକର ୧୭ ଜଣ ସମିତିସଭ୍ୟ ମଧ୍ୟରୁ ଗୋଟିଏ ପକ୍ଷର ୧୨ ଜଣ ସମିତିସଭ୍ୟ ଗୋଟିଏ ଗାଡ଼ିରୁ ଓହ୍ଲାଇ ବ୍ଳକ ପରିସରକୁ ଯାଇଥିଲେ । ବ୍ଳକ ଅଧ୍ୟକ୍ଷ ପଦ ପାଇଁ କୁରୁଞ୍ଜିପୁର ଗ୍ରାମ ପଞ୍ଚାୟତ ସମିତିସଭ୍ୟା ହରପ୍ରିୟା ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅନ୍ୟ ପକ୍ଷ ପହଞ୍ଚି ନଥିଲେ । ପରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ହରପ୍ରିୟାଙ୍କ ପ୍ରାର୍ଥୀପତ୍ର କାଏମ ରହିଥିଲା । ଜଣେ ମାତ୍ର ନାମାଙ୍କନ ପତ୍ର ଦାଖଲ କରିଥିବାରୁ ହରପ୍ରିୟାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା ।

ଅନ୍ୟପଟେ ବାଲିଅନ୍ତା ବ୍ଲକର ଅଧ୍ୟକ୍ଷ ପଦ ପାଇଁ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତର ସମିତିସଭ୍ୟା ବାସନ୍ତି ଖଟୁଆ ଏବଂ ପୁରଣପଧାନ ଗ୍ରାମ ପଞ୍ଚାୟତର ସମିତିସଭ୍ୟା ମମତା ମାହାରୀ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଯାଞ୍ଚ ପରେ ଉଭୟଙ୍କ ପ୍ରାର୍ଥୀପତ୍ର କାଏମ ରହିଥିଲା । ବାସନ୍ତି ଖଟୁଆଙ୍କ ସପକ୍ଷରେ ୧୦ ଖଣ୍ଡ ଭୋଟ ମିଳିଥିବା ବେଳେ ମମତା ମାହାରୀଙ୍କୁ ୫ ଖଣ୍ଡ ଭୋଟ ମିଳିଛି । ଗୋଟିଏ ଭୋଟ୍ ନାକଚ ହୋଇଛି । ବାସନ୍ତି ଖଟୁଆ ବାଲିଅନ୍ତା ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି ।

ଉଭୟ ବ୍ଳକ ଅଧ୍ୟକ୍ଷ ‘ଆମ ସଂଗଠନ’ର ହାତକୁ ଯାଇଛି । ଜୟଦେବ ବିଧାୟକ ଅରବିନ୍ଦ ଢ଼ାଲିଙ୍କ ବିରୋଧୀ ଗୋଷ୍ଠୀଙ୍କ ହାତକୁ ଯାଇଛି ଦୁଇଟି ବ୍ଲକ । ‘ଆମ ସଂଗଠନ’ର ମୁଖ୍ୟ କମଳ କୁମାର ପାତ୍ର, ନବ ନିର୍ବାଚିତ ବ୍ଲକ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି କଟକ ଜିଲ୍ଲା ନିଆଳି ବ୍ଳକର ବିଜେଡି ହାତକୁ ଯାଇଥିବା ବେଳେ ଉମେଶ ବେହେରା ନିର୍ବାଚିତ ହୋଇଛନ୍ତି । କଣ୍ଟାପଡ଼ା ବ୍ଲକ୍ ବିଜେପି ଦଖଲକୁ ଯାଇଛି । ଜିନା ଭୋଇ ଏଠାରେ ଅଧ୍ୟକ୍ଷା ଭାବରେ ନିର୍ଦ୍ବନ୍ଦ୍ବରେ ନିର୍ବାଚନ ହୋଇଛନ୍ତି । ସେହିପରି ବାରଙ୍ଗ ବିଜେଡି ହାତକୁ ଯାଇଛି । ସାବିତ୍ରୀ ଦଳାଇ ହୋଇଛନ୍ତି ବାରଙ୍ଗ ବ୍ଲକ ଅଧ୍ୟକ୍ଷା ।

ସେହିପରି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଅଧ୍ୟକ୍ଷା ପଦ ବିଜେପି ଖାତାକୁ ଯାଇଛି । ଦୀର୍ଘ ବର୍ଷ ହେବ କଣ୍ଟାପଡ଼ା ବ୍ଲକ ବିଜେଡି ଦଖଲରେ ଥିଲା । ବାଗଲପୁର ପଞ୍ଚାୟତର ସମିତି ସଭ୍ୟା ଜିନା ଭୋଇ ଏକମାତ୍ର ବ୍ଲକ ଅଧ୍ୟକ୍ଷ ପଦବୀ ପାଇଁ ମନୋନୟନ ପତ୍ର ଦଖଲ କରିଥିଲେ । ତେବେ ଅପରାହ୍ନରେ ବିଧିବଦ୍ଧ ଭାବେ ଫଳାଫଳ ପ୍ରକାଶ ପାଇବ ।

ନିଆଳିରୁ ଉମେଶ ଚନ୍ଦ୍ର ମଲ୍ଲିକ, ଇଟିଭି ଭାରତ

Last Updated : Mar 12, 2022, 6:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.