ETV Bharat / state

ପ୍ରଶାସନ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ବିଜେପିର ଦାବିପତ୍ର

author img

By

Published : Oct 19, 2022, 1:50 PM IST

ନିଆଳି ଵ୍ଲକ ପ୍ରଶାସନ କର୍ମଚାରୀ ମାନଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ବିଜେପି ଦଳ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି । ୧୫ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ । ଅଧିକ ପଢନ୍ତୁ

ପ୍ରଶାସନ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ବିଜେପି ଦଳ ପକ୍ଷରୁ ଦାବି ପତ୍ର
ପ୍ରଶାସନ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ବିଜେପି ଦଳ ପକ୍ଷରୁ ଦାବି ପତ୍ର

ନିଆଳି: ବ୍ଲକ ପ୍ରଶାସନ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟକ୍ରମକୁ ନେଇ ବିଜେପି ଦଳ ପକ୍ଷରୁ ଦାବିପତ୍ର । ବିଜେଡି ଦଳର ସରପଞ୍ଚ ଓ କର୍ମୀମାନଙ୍କ କାର୍ଯ୍ୟ ହେଉଥିବା ବେଳେ ବିଜେପି ଓ କଂଗ୍ରେସ ଦଳର ସମର୍ଥିତ ସରପଞ୍ଚ ମାନଙ୍କ କାର୍ଯ୍ୟ ହେଉନାହିଁ । ଯାହା ଫଳରେ ନିଆଳି ବ୍ଲକର ୨୩ଟି ପଞ୍ଚାୟତର ୬/୮ ପଞ୍ଚାୟତ ଦୀର୍ଘ ମାସ ଧରି ଉନ୍ନତି ମୂଳକ କାର୍ଯ୍ୟକ୍ରମରୁ ବଞ୍ଚିତ ରହିଛି ।

ପ୍ରଶାସନ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ବିଜେପି ଦଳ ପକ୍ଷରୁ ଦାବି ପତ୍ର

ତେବେ ଦାବି ପ୍ରତିବାଦ କରାଯାଉଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ଏନେଇ ନିଆଳି ବିଜେପି ନେତା ଛବି ମଲ୍ଲିକ ଓ ରାଜେନ୍ଦ୍ର ପଣ୍ତା ନେତୃତ୍ବରେ ଏକ ଟିମ ନିଆଳି ବ୍ଲକର ବିଡିଓଙ୍କ ସହ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏଥି ସହ ଆଠ ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଆଗାମୀ ୧୫ ଦିନ ମଧ୍ୟରେ ସମାଧାନ ନ ହେଲେ ଆନ୍ଦୋଳନ ହେବ ବୋଲି ବିଜେପି ଚେତାବନୀ ଦେଇଛି ।

ଏନେଇ ନିଆଳି ବିଜେପି ନେତା ଛବି ମଲ୍ଲିକ କହିଛନ୍ତି," ଏହି ନିଆଳି ବ୍ଲକରେ ଆମର ଦଳୀୟ ଭିତ୍ତିକରେ କାର୍ଯ୍ୟକ୍ରମ କରାଯାଉଛି । ଏଥିରେ ବିଧାୟକ ସଂପୃକ୍ତ ରହିବା ସହ ପ୍ରଶାସନ ମଧ୍ୟ ତାଙ୍କ କଥା ଶୁଣୁଛି । ସେମାନେ ପଞ୍ଚାୟତର ଉନ୍ନତିକରଣ କାମକୁ ମଧ୍ୟ ବାଛ ବିଚାରରେ କରୁଛନ୍ତି । ସମସ୍ତ ସରକାରୀ ଯୋଜନା ପାଇଁ ବିଧାୟକଙ୍କର ହସ୍ତକ୍ଷେପ ରହୁଛି । ଏଥିସହ ବିଧାୟକଙ୍କ କଥା ମଧ୍ୟ ପ୍ରଶାସନ ଶୁଣୁଛି । ତେଣୁ ଆମେ ଯେଉଁ ୮ଦଫା ଆଜି ଦେଇଛୁ ୧୫ଦିନ ଭିତରେ ସମାଧାନ ନ କଲେ କିମ୍ବା ଆମ ସହିତ ସେହି ବିଷୟରେ ଆଲୋଚନା ନ କଲେ ଆମେ ଆଗାମୀ ଦିନରେ ଆନ୍ଦୋଳନ କରିବୁ ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.