ETV Bharat / state

ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାରେ ରହିଛି ଶାସକ ଦଳର ହାତ: ବିଜେପି ମହିଳା ମୋର୍ଚ୍ଚା

author img

By

Published : Aug 21, 2023, 7:38 PM IST

ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣାର ସଠିକ ତଦନ୍ତ ଦାବି କରି କଟକ ଗ୍ରାମାଞ୍ଚଳ ଏସପିଙ୍କୁ ଭେଟିଲା ବିଜେପି ମହିଳା ସଙ୍ଗଠନ । ଅଧିକ ପଢ଼ନ୍ତୁ

mahanga minor girl death case
ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା

ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା

କଟକ: ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲାକୁ ନେଇ ତେଜୁଛି ରାଜନୀତି । ଥମିବାର ନାଁ ଧରୁ ନାହିଁ ଏହି ପ୍ରସଙ୍ଗ । କେଉଁ ପରିସ୍ଥିତିରେ ଏବଂ କିପରି ନାବାଳିକାଙ୍କ ମୃତ୍ୟୁ ଘଟିଲା ସେନେଇ କୌଣସି ସତ୍ୟାସତ୍ୟ ଜଣା ପଡ଼ିନାହିଁ । ଯଦିଓ ଏହି ଘଟଣାର ପୋଲିସ ତଦନ୍ତ କରୁଛି, ତଥାପି ସଠିକ ତଦନ୍ତ ଉପରେ ମଧ୍ୟ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଘଟଣାରେ ନେତା ପୋଲିସଙ୍କ ହାତ ଥିବା ଅଭିଯୋଗ ହୋଇଛି । ଏପରିକି ଜଣେ ନେତାଙ୍କ ଅଡିଓ ଭାଇରାଲକୁ ନେଇ ଅନେକ କଳ୍ପନା ଜଳ୍ପନା ହେଉଛି । ବହୁବଳୀ ନେତାଙ୍କ ଚାପରେ ମାମଲାଟି ଚାପି ହୋଇଯିବ ବୋଲି ଆଲୋଚନା ହେଉଛି । ଏହାର ସଠିକ ତଦନ୍ତ ଦାବି କରି କଟକ ଗ୍ରାମାଞ୍ଚଳ ଏସପିଙ୍କୁ ଭେଟିଛି ବିଜେପି ମହିଳା ସଙ୍ଗଠନ ।

ଏହି ଘଟଣାର ସଠିକ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ମହିଳା ସଙ୍ଗଠନ ଦାବି କରିଛି । ଏହାର ସଠିକ ତଦନ୍ତ ହେବ ବୋଲି ଆଶା ରଖିଛନ୍ତି ବୋଲି ଏସପିଙ୍କୁ ଭେଟିବା ପରେ ସଙ୍ଗଠନ ପକ୍ଷରୁ କୁହାଯାଇଛି । ଏହି ଘଟଣାରେ ବିଜେଡିରୁ ନିଲମ୍ବିତ ହୋଇଥିବା ପୂର୍ବତନ ବ୍ଲକ ଅଧକ୍ଷ ଶରତ ନାୟକଙ୍କୁ ଥାନାକୁ ଡାକି ତାଙ୍କର ବୟାନ ରେକର୍ଡ କରିଛି ପୋଲିସ । ଘଟଣାକୁ ପୁଙ୍ଖାନୁପୁଙ୍ଖ ଭାବେ ଛାନବିନ ମଧ୍ୟ କରୁଛି ପୋଲିସ । ଅନୁସନ୍ଧାନ ଶେଷ ହେବା ପରେ ମିଳିଥିବା ତଥ୍ୟ ପ୍ରମାଣକୁ ଆଧାର କରି ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି କଟକ ଗ୍ରାମାଞ୍ଚଳ ଏସପି କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା; ସରକାରଙ୍କୁ ଘେରିଲେ ବିରୋଧୀ, ଜବାବ ରଖିଲା ବିଜେଡି

ଘଟଣାରେ ପୋଲିସର ତଦନ୍ତ ଜାରି ରହିଥିବା ବେଳେ ପୁରା ମାମଲାର କେନ୍ଦ୍ରବିନ୍ଦୁ ପାଲଟିଥିବା ପୂର୍ବତନ ବ୍ଲକ ଅଦ୍ଧକ୍ଷ ଶରତ ନାୟକଙ୍କୁ ଥାନାକୁ ଡାକି ପଚରାଉଚରା କରିଛି ପୋଲିସ ।ଜେରା ସମୟରେ ସିଆରପିସିର ଧାରା 161 ଆଧାରରେ ଶରତଙ୍କ ବୟାନ ରେକର୍ଡ କରିଛି । ଗତ ଗୁରବାର ସନ୍ଧ୍ୟାରେ ଶରତ ନାୟକ ବିଜେଡିରୁ ନିଲମ୍ବିତ ହୋଇଥିବା ବେଳେ ଶୁକ୍ରବାର ସକାଳୁ ପୋଲିସର ମାରାଥନ ଜେରାକୁ ନେଇ ନାନା କଳ୍ପନା ଯଳ୍ପନା ଆରମ୍ଭ ହୋଇଛି । କେବଳ ଶରତ ନୁହେଁ ବରଂ ଶୁକ୍ରବାର ଦିନ ନାବାଳିକା ପଢୁଥିବା ସ୍କୁଲର ପ୍ରଧାନ ଶିକ୍ଷକଙ୍କ 3 ଜଣ ଅନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ଏବଂ ନାବାଳିକାଙ୍କ ସହପାଠୀଙ୍କର ମଧ୍ୟ ବୟାନ ରେକର୍ଡ କରାଯାଇଛି । କିନ୍ତୁ ମୂଳ ହାତ ଲେଖା ଚିଠିଟି ମିଳୁ ନଥିବାରୁ ସେହି ହାତ ଲେଖାଟି ବାସ୍ତିବିକ ପୀଡ଼ିତାଙ୍କର କି ନୁହେଁ ତାହା ପ୍ରମାଣିତ କରିବା ସହଜ ସାଧ୍ୟ ହେବ ନାହିଁ ବୋଲି ପୋଲିସ କହିଛି । ତଦନ୍ତ ପରେ ସମସ୍ତ କଥା ସ୍ପଷ୍ଟ ହେବ ବୋଲି ଅତିରିକ୍ତ ଏସପି କହିଛନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.