ETV Bharat / state

ବିଜେଡି ଛାଡିବେ କି ଅଭିନେତା ଅରିନ୍ଦମ ! କଣ କହୁଛନ୍ତି ରାଜନୀତି ସମୀକ୍ଷକ

author img

By ETV Bharat Odisha Team

Published : Jan 16, 2024, 9:57 PM IST

Actor Arindam Roy to leave BJD ! ଏପରି ଚର୍ଚ୍ଚା ମଧ୍ୟରେ କଣ କହୁଛନ୍ତି କଣ ରାଜନୀତି ସମୀକ୍ଷକ, ଶୁଣନ୍ତୁ

ବିଜେଡି ଛାଡିବେ କି ଅଭିନେତା ଅରିନ୍ଦମ ରାୟ ! କଣ କହୁଛନ୍ତି ରାଜନୀତି ସମୀକ୍ଷକ

ବିଜେଡି ଛାଡିବେ କି ଅଭିନେତା ଅରିନ୍ଦମ ରୟ ! କଣ କହୁଛନ୍ତି ରାଜନୀତି ସମୀକ୍ଷକ

କଟକ: ବିଜେଡି ଛାଡିବେ କି ଅଭିନେତା ଅରିନ୍ଦମ ରାୟ ? ବିଜେପି ମୁହାଁ ହେଉଛନ୍ତି କି ବିଜେଡି ନେତା ତଥା ଅଭିନେତା ଅରିନ୍ଦମ ରାୟ ! ଗତ କିଛି ଦିନ ପୂର୍ବେ ଅରିନ୍ଦମ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିବା ଆଉ ଏବେ କଟକ ଜିଲ୍ଲା ବିଜେପି ସଭାପତିଙ୍କୁ ଭେଟିବା ପରେ ଚର୍ଚ୍ଚା ବଢ଼ିବାରେ ଲାଗିଛି । ଯଦିଓ ଏନେଇ ଅରିନ୍ଦମଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିପାରି ନାହିଁ, ତଥାପି ଏହି ଫଟୋ ଦୁଇ ଦିନତଳର ବୋଲି କୁହା ଯାଉଛି ।ବିଜେପି କଟକ ଜିଲ୍ଲା ସଭାପତିଙ୍କ ସହ ଏକ ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାର ଲାଗିଛି । ସାଲେପୁର ବାସଭବନରେ ଉଭୟଙ୍କ ମଧ୍ୟରେ ଆଲୋଚନା ସମୟର ଏହି ଫଟୋ ବୋଲି ଚର୍ଚ୍ଚା ହେଉଛି ।

କହିବାକୁ ଗଲେ ବିଜେଡି ନେତା ଅରିନ୍ଦମଙ୍କ ଆଉ ଏକ ଫଟୋକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି । କଟକ ବିଜେପି ଜିଲ୍ଲା ସଭାପତି ପ୍ରକାଶ ବେହେରାଙ୍କ ସହ ତାଙ୍କର ଏକ ଫଟୋ ଭାଇରଲ ହୋଇଛି । ତେବେ ଅରିନ୍ଦମ ଗୋଟିଏ ପରେ ଗୋଟିଏ ବିଜେପି ନେତାଙ୍କ ସହ ଭେଟଘାଟ କଟକ ରାଜନୀତିକୁ ସରଗରମ କରିଛି । କିଛି ଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଦେଖା କରିବା ପରେ ଦଳର ଜିଲ୍ଲା ସଭାପତିଙ୍କ ସହ ତାଙ୍କର ଏହି ଫଟୋକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଅରିନ୍ଦମ ବିଜେପି ଆଡକୁ ଢଳୁଛନ୍ତି କି ? ସେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି ନାନା ଆଲୋଚନା ଆରମ୍ଭ ହୋଇଛି । ତେବେ ସେ ଦୀର୍ଘ ଦିନ ଧରି ବିଜେଡିରୁ କୋଣଠୋସା ହୋଇ ରହିଥିବା ବେଳ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ । ଏହାସହ ମୁଁ କାହା ସହ ଦେଖା କରିବାରେ କିଛି ଅସୁବିଧା ନାହିଁ, ଯିଏ ଯାହା ଭାବୁଛନ୍ତି ଭାବନ୍ତୁ ବୋଲି ମଧ୍ୟ କହିଥିଲେ ଅରିନ୍ଦମ । ଯାହା ଦଳବଦଳ ଚର୍ଚ୍ଚାକୁ ଆହୁରି ଘନୀଭୂତ କରିଛି ।

ତେବେ ଏନେଇ ରାଜନିତୀ ସମୀକ୍ଷକ ଡ. ଓଁକାର ରାଉତ ପ୍ରତିକ୍ରିୟା ଦେଇଛନ୍ତି । ଓଁକାର କହିଛନ୍ତି ଯେ ଅରିନ୍ଦମ ବିଜେଡି ଦଳରେ ଅସନ୍ତୁଷ୍ଟ ଥିଲେ । ତାଙ୍କୁ ଦଳ ଉପେକ୍ଷା କରିଥିଲେ । ଏପରିକି ବିଭିନ୍ନ ନିର୍ବାଚନରେ ତାଙ୍କୁ ପାର୍ଥୀ କରିବା ପାଇଁ ଚର୍ଚ୍ଚା ହେଉଥିଲା । ମାତ୍ର ଦଳ ତାଙ୍କୁ କୌଣସି ସ୍ଥାନରେ ପାର୍ଥୀ କରି ନଥିଲା । ଯାହାକୁ ନେଇ ଅରିନ୍ଦମ ବେଶ ଅସନ୍ତୁଷ୍ଟ ରହିଥିଲେ ବୋଲି ଡ଼ଃ ରାଉତ କହିଛନ୍ତି । ଯାହାକୁ ନେଇ ସେ ବିଜେପି ସହ ଯୋଗାଯୋଗ କରୁଛନ୍ତି ।

ବିଜେଡି ସାଙ୍ଗଠନିକ ସମ୍ପାଦକ ବବି ଦାସଙ୍କ ଶଳା ଅରିନ୍ଦମ ରାୟ, ବିଜେଡି ଛାଡିବାକୁ ନେଇ କଟକ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଯଦି ଏପରି ହୁଏ ତେବେ ରାଜ୍ୟ ରାଜନୀତିରେ ବି ହଟଚମଟ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ । ନିକଟରେ ଅଶ୍ୱିନୀ ବୈଷ୍ଣବଙ୍କ ସହ ଅରିନ୍ଦମଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଏହାବି ପଢନ୍ତୁ:-ପୁରୀ ଯିବାକୁ ଭକ୍ତି ଡୋରି ଲାଗୁନି: ବିଧାୟକ ସୁର

୨୦୦୯ ରେ ଅରିନ୍ଦମ ବିଜେଡିର ଷ୍ଟାର ପ୍ରଚାରକ ଭାବେ କାର୍ଯ୍ୟ କରିଥିଲେ । ୨୦୨୨ରେ ସେ ଦଳର ସାଧାରଣ ସମ୍ପାଦକ ଭାବେ ସେ ଦାୟିତ୍ୱ ନେଇଥିଲେ । ପରବର୍ତ୍ତୀ ସମୟରେ ସେ ଦଳର ଅନେକ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନିଂ ମଧ୍ୟ କରିଛନ୍ତି । ଦଳର ସାଙ୍ଗଠନିକ ସ୍ଥିତି ମଜଭୁତ କରିବା ପାଇଁ ତାଙ୍କର ଭୂମିକା ମଧ୍ୟ ରହିଛି । କେବଳ ସେତିକି ନୁହେଁ, ବିଭିନ୍ନ ସ୍ଥାନରେ ପ୍ରାର୍ଥୀତ୍ବ ପାଇଁ ତାଙ୍କର ନାମକୁ ନେଇ ମଧ୍ୟ ବେଶ ଚର୍ଚ୍ଚା ହୋଇଥିଲା । ବିଶେଷକରି ଲୋକସଭା ଓ ରାଜ୍ୟସଭା ସାଂସଦ ପାଇଁ ତାଙ୍କ ନାମକୁ ନେଇ ଚର୍ଚ୍ଚା ବି ହୋଇଥିଲା । ସେହିପରି ସିଏମସି ନିର୍ବାଚନ ସମୟରେ ମେୟର ପ୍ରାର୍ଥୀ ହେବା ନେଇ ମଧ୍ୟ ଅରିନ୍ଦମଙ୍କ ନାଁ ଚର୍ଚ୍ଚା ହୋଇଥିଲା । ମାତ୍ର ଦଳ ତାଙ୍କୁ କୌଣସି ସ୍ଥାନରେ ପ୍ରାର୍ଥୀ କରିନଥିଲା । ଯାହାକୁ ନେଇ ଅରିନ୍ଦମ ଅସନ୍ତୁଷ୍ଟ ଥାଇପାରନ୍ତି ବୋଲି ରାଜନୀତି ସମୀକ୍ଷକ ଆକଳନ କରିଛନ୍ତି ।

ଅନ୍ୟପଟେ କିଛି ମାସ ପୂର୍ବରୁ ଗଣମାଧ୍ୟମ ସାମ୍ନାରେ ଅରିନ୍ଦମ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ।ଦଳ ଯଦି ତାଙ୍କୁ ଆବଶ୍ୟକ କରୁନାହିଁ, ତେବେ ସେ ଦଳରେ କାହିଁକି ରହିବେ ବୋଲି କହିଥିଲେ । ସେତେବେଳେ ସ୍ପଷ୍ଟ ବାରି ହୋଇପଡୁଥିଲା କି, ଅରିନ୍ଦମ ବିଜେଡି ଛାଡିପାରନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.