ETV Bharat / state

ବାଇକକୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ, ଆଖି ବୁଜିଲେ 3 ଛାତ୍ର

author img

By ETV Bharat Odisha Team

Published : Oct 14, 2023, 10:00 PM IST

ଥଣ୍ଡା ବୋଝେଇ ପିକଅପ ଭ୍ୟାନ ସହିତ ବାଇକର ମୁହାଁମୁହିଁ ଧକ୍କା । ଫଳରେ ପ୍ରାଣ ହରାଇଛନ୍ତି 3 ଛାତ୍ର । ଅଧିକ ପଢନ୍ତୁ

ଥଣ୍ଡା ବୋଝେଇ ପିକଅପ ଭ୍ୟାନ ସହିତ ବାଇକର ମୁହାଁମୁହିଁ ଧକ୍କା
ଥଣ୍ଡା ବୋଝେଇ ପିକଅପ ଭ୍ୟାନ ସହିତ ବାଇକର ମୁହାଁମୁହିଁ ଧକ୍କା

ଥଣ୍ଡା ବୋଝେଇ ପିକଅପ ଭ୍ୟାନ ସହିତ ବାଇକର ମୁହାଁମୁହିଁ ଧକ୍କା

କଟକ: ଥଣ୍ଡା ବୋଝେଇ ପିକଅପ ଭ୍ୟାନ ସହିତ ବାଇକର ମୁହାଁମୁହିଁ ଧକ୍କା । । ଦୁର୍ଘଟଣାରେ ୩ଜଣ ଛାତ୍ରଙ୍କ ମୃତ୍ୟୁ । ଏପରି ଦୁର୍ଘଟଣା ଘଟିଛି କଟକ ବାଙ୍କୀରେ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହେଇଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ଛାତ୍ରର ମୃତ୍ୟୁ ଘଟିଥିବା ଡାକ୍ତର ସୂଚନା ଦେଇଛନ୍ତି । ସମସ୍ତ ମୃତକ ହେଉଛନ୍ତି ଦଶମ ଶ୍ରେଣୀର ଛାତ୍ର । ଚକୁଳେଶ୍ୱର ଠାରେ ଏ କୋଚିଙ୍ଗ ସେଣ୍ଟରରୁ ପାଠପଢି ଘରକୁ ଫେରିବା ବାଟରେ କଟକ ବାଙ୍କୀ ଥାନା ଅନ୍ତର୍ଗତ ରଣ ନଦୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା ।

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ ବାଙ୍କୀ ଚକୁଳେଶ୍ୱର ଠାରେ ଏ କୋଚିଙ୍ଗ ସେଣ୍ଟରରୁ ପାଠପଢି ଘରକୁ ଫେରୁଥିଲେ ଛାତ୍ରମାନେ । ବାଇକ ଯୋଗେ 3 ଜଣ ଛାତ୍ର ଦୃତ ଗତିରେ ଯାଉଥିବା ବେଳେ ବିପକ୍ଷରୁ ଆସୁଥିବା ଥଣ୍ଡା ବୋଝେଇ ପିକଅପ ଭ୍ୟାନ ସହିତ ମୁହାଁମୁହିଁ ଧକ୍କା ହୋଇଥିଲେ । ଦୁର୍ଘଟଣା ଶବ୍ଦଶୁଣି ଆଖପାଖ ଲୋକ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଓ ଅମ୍ବୁଲାନ୍ସକୁ ସୂଚନା ଦେଇଥିଲେ । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଛାତ୍ରମାନଙ୍କୁ 108 ଆମ୍ବୁଲାନ୍ସ ଦ୍ୱାରା ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲା । ତେବେ ଘଟଣାସ୍ଥଳରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଛାତ୍ରକୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ ଜଣେ ଛାତ୍ରର ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଥଣ୍ଡା ବୋଝେଇ ପିକଅପ ଭ୍ୟାନ ସହିତ ବାଇକକୁ ଜବତ କରି ଡ୍ରାଇଭରକୁ ପଚରାଉଚରା କରୁଥିବା ସୂଚନା ମିଳିଛି । ତେବେ ମୃତକମାନେ ଦେଲେ ଶୁଖୁଆଖଳା ଅଞ୍ଚଳର ଦଶମ ଶ୍ରେଣୀର ଛାତ୍ର ଅମୟାଂଶୁ ପିରୋଇ, ହରିରାଜପୁର ଅଞ୍ଚଳର ଅଭିନାଶ ଧଳ ଓ ସୋହନ ନାଏକ ।

ଏହା ମଧ୍ୟ ପଢନ୍ତୁ...Nuapada Accident: ଭାରସାମ୍ୟ ହରାଇ ପାଣି ଟାଙ୍କିକୁ ଧକ୍କା ଦେଲା ବାଇକ୍, 3 ମୃତ

ତେବେ ନିକଟରେ କୋମନା ଥାନା ଅନ୍ତର୍ଗତ ଲର୍କି ଗାଁ ନିକଟରେ ଏପରି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ପାଣିଟାଙ୍କିରେ ପିଟି ହୋଇଯାଇଥିଲା ବାଇକ । ଫଳରେ ଘଟଣାସ୍ଥଳରେ 2 ଜଣ ଯୁବକଙ୍କ ଜୀବନ ଯାଇଥିଲା । ମୃତ ଯୁବକମାନେ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ଥାନା ଅନ୍ତର୍ଗତ ଚାଉଳବାଞ୍ଜିର ଗାଁର ଗିରିସ ଚନ୍ଦନ, ଜଳପାଖେର ଗାଁର ପରମିତ ନିଆଲ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.