ETV Bharat / state

ନିଆଳିରେ ୫T ସଚିବ: ଲୋକଙ୍କ ଅଭିଯୋଗ ଶୁଣିଲେ, ୭ ଦିନରେ ସମାଧାନ ନେଇ ପ୍ରତିଶୃତି ଦେଲେ

author img

By

Published : Aug 9, 2023, 10:53 PM IST

ଦୁଇ ଦିନିଆ କଟକ ଜିଲ୍ଲା ଗସ୍ତରେ ଥିବା ୫T ସଚିବ ଭି.କେ ପାଣ୍ଡିଆନ ନିଆଳି ପରିଦର୍ଶନ କରିଛନ୍ତି । ଜନସାଧାରଣଙ୍କ ସୁଖଦୁଃଖ ବୁଝିବା ସହ ବିଭିନ୍ନ ଦାବି ସମ୍ପର୍କରେ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି । ଅଭିଯୋଗର ସମାଧାନ ୭ ଦିନ ମଧ୍ୟର କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ପାଣ୍ଡିଆନ । ଅଧିକ ପଢ଼ନ୍ତୁ

5t secretary vk pandian visits niali
ନିଆଳିରେ ୫T ସଚିବ

ନିଆଳିରେ ୫T ସଚିବ

ନିଆଳି: ଦୁଇ ଦିନିଆ କଟକ ଜିଲ୍ଲା ଗସ୍ତରେ ଥିବା ୫T ସଚିବ ଭି.କେ ପାଣ୍ଡିଆନ ନିଆଳି ପରିଦର୍ଶନ କରିଛନ୍ତି । ଅଚିହ୍ନା ପଡ଼ିଆରେ ପହଞ୍ଚି ଜନସାଧାରଣଙ୍କ ସୁଖଦୁଃଖ ବୁଝିବା ସହ ବିଭିନ୍ନ ଦାବି ସମ୍ପର୍କରେ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି । ଗସ୍ତ ସମୟରେ ଐତିହାସିକ ମାଧବ ମନ୍ଦିର ପରିଦର୍ଶନ କରି ମନ୍ଦିରର ଉନ୍ନତିକରଣ ପାଇଁ ପ୍ରତିଶୃତି ଦେଇଛନ୍ତି ।

୫T ସଚିବ ଭି.କେ ପାଣ୍ଡିଆନ ଅପରାହ୍ନ ୪ଟାରେ ହେଲିକପ୍ଟର ଯୋଗେ ନିଆଳିରେ ପହଞ୍ଚିଥିଲେ । ସେଠାରେ ଉପସ୍ଥିତ ଶତାଧିକ ଅଞ୍ଚଳବାସୀ ତାଙ୍କର ସ୍ବାଗତ କରିଥିଲେ । ଉପସ୍ଥିତ ମିଶନ ଶକ୍ତି ମହିଳାଙ୍କ ସମେତ ଜନସାଧାରଣଙ୍କଠାରୁ ଅଭିଯୋଗ ପତ୍ର ନେଇଥିଲେ । ପରେ ଆୟୋଜିତ ବିଶାଳ ସମାବେଶରେ ଯୋଗ ଦେଇଥିଲେ ପାଣ୍ଡିଆନ । ଅଞ୍ଚଳରେ ଥିବା ମନ୍ଦିର, ମସଜିଦ, ଚର୍ଚ୍ଚ ଇତ୍ୟାଦିର ଉନ୍ନତିକରଣ ସାଙ୍ଗକୁ ମିଶନଶକ୍ତିର ମହିଳାମାନଙ୍କ ପାଇଁ ପ୍ରତି ଗାଁରେ ଥିବା ପୁରୁଣା ସରକାରୀ ଗୃହକୁ ମରାମତି କରି କାର୍ଯ୍ୟରେ ଲଗାଇବା ପାଇଁ ଦିଆଯିବ ବୋଲି ସଚିବ କହିଥିଲେ । ସହରାଞ୍ଚଳ ଓ ପ୍ରାଇଭେଟ୍‌ ସ୍କୁଲ କଲେଜରେ ପାଉଥିବା ସୁବିଧା ଗ୍ରାମାଞ୍ଚଳର ଛାତ୍ରଛାତ୍ରୀମାନେ ମଧ୍ଯ ପାଇବେ । ସେଥିପାଇଁ ସମସ୍ତ ସରକାରୀ ସ୍କୁଲ ଓ କଲେଜକୁ ୫T ରୁପାନ୍ତରିକରଣ ସହ ସ୍ୱତନ୍ତ୍ର ଅନୁଦାନ ଦିଆଯିବା ନେଇ ଘୋଷଣା କରିଛନ୍ତି । ଜନସାଧାରଣଙ୍କଠାରୁ ମିଳିଥିବା ଅଭିଯୋଗର ସମାଧାନ ୭ ଦିନ ମଧ୍ୟର କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହାପରେ ଐତିହାସିକ ମାଧବ ମନ୍ଦିର ଗସ୍ତ କରି ମନ୍ଦିରର ଉନ୍ନତିକରଣର ପ୍ରତିଶୃତି ଫେରିଯାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: 5T ସଚିବଙ୍କ ଗସ୍ତକୁ ବିରୋଧ, ନିଆଳିରେ ବିଜେପି ଓ କଂଗ୍ରେସ କର୍ମୀଙ୍କ ପକ୍ଷରୁ ନାରାବାଜି

ଅନ୍ୟପଟେ ୫T ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ନିଆଳିରେ ବିରୋଧ କରାଯାଇଥିଲା । ପାଣ୍ଡିଆନଙ୍କ ଗସ୍ତକୁ ଉଭୟ ବିଜେପି ଯୁବ ମୋର୍ଚ୍ଚା ଓ କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି । କଟକ ଜିଲ୍ଲା ନିଆଳି ସ୍ଥିତ ଅଚିହ୍ନା ପଡ଼ିଆରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଜନଶୁଣାଣି କାର୍ଯ୍ୟକ୍ରମକୁ ଯୋଗ ଦେବାକୁ ଯାଇଥିଲେ 5T ସଚିବ । ସେହି ସମୟରେ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚାର କର୍ମୀମାନେ ହାତରେ କଳା ପଟି ବାନ୍ଧି ପାଣ୍ଡିଆନ ବିରୋଧୀ ନାରା ଦେଇ ଏକ ଶୋଭାଯାତ୍ରାରେ ନିଆଳି ତହସିଲରୁ ଅଚିହ୍ନା ପଡିଆ ପର୍ଯ୍ୟନ୍ତ ଆସିଥିଲେ । ବିଜେପି ଯୁବ ମୋର୍ଚ୍ଚା କର୍ମୀମାନେ ସଭାସ୍ଥଳ ନିକଟରେ ନାରାବାଜି କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ପୋଲିସ ନିୟନ୍ତ୍ରଣ କରିଥିଲା । କିଛି ସମୟ ପରେ ପୋଲିସ ସେମାନଙ୍କୁ ବୁଝାସୁଝା କରି ଫେରାଇ ଦେଇଥିଲା ।

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.