ETV Bharat / state

ବାଲିପାଟଣା ଅଞ୍ଚଳରୁ ୩ କୁଇଣ୍ଟାଲ ଗୋମାଂସ ଜବତ, ଅଭିଯୁକ୍ତ ଅଟକ

author img

By ETV Bharat Odisha Team

Published : Sep 17, 2023, 6:39 PM IST

ବାଲିପାଟଣା ଥାନା ମୀନା ବଜାରରୁ ୩ କୁଇଣ୍ଟାଲ ଗୋ ମାଂସ ଜବତ । ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲା ବଜରଙ୍ଗ ଦଳ । ଅଧିକ ପଢନ୍ତୁ

ଗୋ ମାଂସ ଜବତ କଲା ବଜରଙ୍ଗ ଦଳ
ଗୋ ମାଂସ ଜବତ କଲା ବଜରଙ୍ଗ ଦଳ

ଗୋ ମାଂସ ଜବତ କଲା ବଜରଙ୍ଗ ଦଳ

ନିଆଳି: ରାଜ୍ୟରେ ଦିନକୁ ଦିନ ଗୋହତ୍ୟା ବଢ଼ି ଚାଲିଛି । ସକ୍ରିୟ ହେବାରେ ଲାଗିଛନ୍ତି ଗୋ ମାଫିଆ । ଗୋ ହତ୍ୟା ପରେ ତାହାକୁ ବିଭିନ୍ନ ଅଞ୍ଚଳ ତଥା ରାଜ୍ୟ ବାହାରକୁ କରାଯାଉଛି ଚାଲାଣ । କିନ୍ତୁ ଏଥିପ୍ରତି ପୋଲିସ ଦୃଷ୍ଟି ଦେଉନଥିବା କିମ୍ବା ପ୍ରଶାସନ କିଛି କାର୍ଯ୍ୟାନୁଷ୍ଠାନ ନେଉନଥିବା ବିଭିନ୍ନ ସଂଗଠନ ଅଭିଯୋଗ କରିଛନ୍ତି । ବାଲିପାଟଣା ଥାନା ମୀନା ବଜାରରୁ ୩ କୁଇଣ୍ଟାଲ ଗୋମାଂସ ଜବତ କରିଛି ବଜରଙ୍ଗ ଦଳ । ସ୍ଥାନୀୟ ବଜରଙ୍ଗ ଦଳ କର୍ମୀ ଗୋମାଂସ ବିକ୍ରି ହେଉଥିବା ଖବର ପାଇ ଚଢ଼ାଉ କରିଥିଲେ । ମାଂସ ଜବତ କରିବା ପରେ ସେମାନେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଗୋମାଂସ ଜବତ କରିବା ସହ ଅଭିଯୁକ୍ତକୁ ଅଟକ ରଖିଛି । ଏନେଇ ବଜରଙ୍ଗ ଦଳ ତରଫରୁ ଲିଖିତ ଅଭିଯୋଗ କରାଯାଇଛି ।

ଅଭିଯୋଗ ଅନୁଯାୟୀ, ଜୟଦେବ ପଞ୍ଚାୟତ ସାହେବ ନଗର ସ୍ଥିତ ମୀନା ବଜାରରେ ଆଜି ସକାଳୁ ୨ଟି ଷଣ୍ଢଙ୍କୁ ହତ୍ୟାକରିଥିବା ସମ୍ପର୍କରେ କୌଣସି ସୂତରୁ ଖବର ପାଇଥିଲା ବଜରଙ୍ଗ ଦଳ । ଏହାପରେ ସତ୍ୟାସତ୍ୟ ଜାଣିବା ପାଇ ସେଠାରେ ପହଞ୍ଚିଥିଲା ଦଳ । ସେଠାରେ ୩ କୁଇଣ୍ଟାଲ ଗୋ ମାଂସ ଜବତ କରିବା ପରେ ପୋଲିସକୁ ସୂଚନା ଦେଇଥିଲା ବଜଗଙ୍ଗ ଦଳ । ସୂଚନା ପାଇ ପୋଲିସ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଘଟଣାର ତଦନ୍ତ ଜାରି ରହିଥିବା SI ରାକେଶ ସାମଲ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ..ଗୋ ହତ୍ୟାକାରୀଙ୍କ ବିରୋଧରେ ପୋଲିସ ନେଉନି କାର୍ଯ୍ୟାନୁଷ୍ଠାନ, ସଂଗଠିତ ହିନ୍ଦୁ ସମାଜର ତୀବ୍ର ନିନ୍ଦା

ଏହାକୁ ନେଇ ବଜରଙ୍ଗ ଦଳ କହିଛି, ରାଜ୍ୟରେ ଏପରି ଘଟଣା ନୂଆ ନୁହେଁ । ବାରମ୍ବାର ଏପରି ଅନୈତିକ କାର୍ଯ୍ୟ ଜାରି ରହିଥିବା ବେଳେ ସରକାର କିଛି ଦୃଢ଼ ପଦକ୍ଷପ ଗ୍ରହଣ କରୁ ନାହାନ୍ତି । ନିକଟରେ ଜୁଲାଇ 23 ତାରିଖ ରାତିରେ ମୁକୁନ୍ଦପ୍ରସାଦରେ ଗୋ ହତ୍ୟା କରି ଚାଲାଣ ପାଇଁ ଯୋଜନା କରିଥିବା କିଛି ବ୍ୟକ୍ତିଙ୍କୁ ଗୋ ପ୍ରେମୀ ଧରିଥିଲେ । ପରଦିନ ଅର୍ଥାତ ଜୁଲାଇ 24 ତାରିଖ ଦିନ ଖୋର୍ଦ୍ଧା ଆଦର୍ଶ ଥାନା ଅଧିକାରୀଙ୍କୁ ଏନେଇ ଗୋପ୍ରେମୀ ଜଣାଇ ଥିଲେ ଶୁଦ୍ଧା ଥାନା ଅଧିକାରୀ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ବିରୋଧରେ ପୋଲିସର ନିରବତାକୁ ନେଇ ମୁକୁନ୍ଦପ୍ରସାଦ ଛକରେ ରାସ୍ତା ଅବରୋଧ କରିଥିଲେ ଗୋପ୍ରେମୀ । ପୋଲିସ ଓ ପ୍ରଶାସନର ଏପରି ମନଭାବ ଅସହ୍ୟ ବୋଲି ଦଳ ଅଭିଯୋଗ କରିଛି ।


ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.