ETV Bharat / state

ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

author img

By

Published : Sep 28, 2022, 4:44 PM IST

Updated : Sep 28, 2022, 5:06 PM IST

ବୌଦ୍ଧ ଜେଲରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ହତ୍ୟା ସନ୍ଦେହ କରୁଛନ୍ତି ପରିବାର ଲୋକେ । ଅଧିକ ପଢନ୍ତୁ

ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ବୌଦ୍ଧ: ବୌଦ୍ଧ ସ୍ୱତନ୍ତ୍ର ଉପକାରାଗାରରେ ଥିବା ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି (Suspicious death of prisoner) । ମୃତ ବିଚାରାଧୀନ କଏଦୀ ହେଲେ କଣ୍ଟାମାଳ ବ୍ଲକ କଲରାକୋଠା ଗ୍ରାମର ଅରକ୍ଷିତ ସାହୁ (୩୨) । ଗତ ୬ମାସ ତଳେ ଏକ ଦୁଷ୍କର୍ମ ମାମଲାରେ ଗିରଫ ହୋଇ ବୌଦ୍ଧ ଜେଲରେ ବିଚାରାଧୀନ କଏଦୀ ଭାବେ ରହୁଥିଲେ ସେ ।

ଜେଲରେ ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ

ସେପଟେ କଏଦୀ ଅରକ୍ଷିତଙ୍କ ମୃତ୍ୟୁର କାରଣ ହୃଦଘାତ ଯୋଗୁଁ ହୋଇଛି ବୋଲି ପୋଲିସ କହୁଥିବା ବେଳେ ପରିବାର ବର୍ଗ ଏହାକୁ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ପୋଲିସ ସୂଚନାଅନୁଯାୟୀ ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ କଏଦୀ ଅରକ୍ଷିତଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ୍ ବିଗିଡିବାରେ ଲାଗିଥିଲା ।

ଏନେଇ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ପୋଲିସର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ମୃତ ଅରକ୍ଷିତଙ୍କ ସମ୍ପର୍କୀୟ । ମୃତ କଏଦୀଙ୍କ ସମ୍ପର୍କୀୟ ରଞ୍ଜନ ସାହୁ କହିଛନ୍ତି, ''ଏହି ଘଟଣା ଆମକୁ ସନ୍ଦେହ ଲାଗୁଛି । କାରଣ ଅରକ୍ଷିତଙ୍କର ଯଦି ହୃଦଘାତରେ ମୃତ୍ୟୁ ହୋଇଛି ତାହାଲେ ତାଙ୍କ ମୁଣ୍ଡରୁ ରକ୍ତ କେମିତି ବାହାରୁଛି । ତାଙ୍କୁ ହତ୍ୟା କରାଯାଇଥାଇପାରେ । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡ଼ିବ ଅରକ୍ଷିତଙ୍କ ମୃତ୍ୟୁ କିପରି ହୋଇଛି'' ।

କେଉଁ କାରଣରୁ କଏଦୀଙ୍କ ମୁଣ୍ଡରେ ମାଡ଼ ହେଲା ? କିଏ ତାଙ୍କୁ ମାରପିଟ୍ କରିଥିଲା କି ? ଅନ୍ୟ କଏଦୀମାନଙ୍କ ସହ ମୃତ କଏଦୀଙ୍କର କିଛି ଗଣ୍ଡଗୋଳ ହୋଇଥିଲା କି ? ଏନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ସଠିକ୍ ତଦନ୍ତ ହେଲେ ଏସବୁର ପର୍ଦ୍ଦାଫାସ ହେବ ।

ଅନ୍ୟପକ୍ଷରେ ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ିଛି ବୌଦ୍ଧ ସବ ଜେଲ । ଏଠାରେ ଗୋଟିଏ ପରେ ଗୋଟିଏ କଏଦୀ ମୃତ୍ୟୁ ମାମଲା ବଢ଼ିଚାଲିଛି । ଯାହା ଜେଲର ସୁରକ୍ଷା ବ୍ୟବସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲ୍ଲାର ଏକମାତ୍ର ଜେଲ ବର୍ତ୍ତମାନ ଅସୁରକ୍ଷିତ ହୋଇପଡିଛି ।

ଇଟିଭି ଭାରତ, ବୌଦ୍ଧ

Last Updated : Sep 28, 2022, 5:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.